୧୫ରେ ସମ୍ବଲପୁର ସିନ୍ଦୁରପଙ୍କ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସମ୍ବଲପୁର: ଆସନ୍ତା ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି I ୧୫ ତାରିଖ ଦିନ ବୁର୍ଲା ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୟନ୍ତୀ, ସିନ୍ଦୂରପଙ୍କ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବେ I ଏହି ଦିନ ପ୍ରକଳ୍ପର ଶିଳା ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି I ୧୫ ତାରିଖ ରାତ୍ର ରହଣି ପରେ ୧୬ ତାରିଖ ରିଖ ଦିନ ସମ୍ବଲପୁରରେ ଅଭିଯୋଗ […] The post ୧୫ରେ ସମ୍ବଲପୁର ସିନ୍ଦୁରପଙ୍କ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Odisha.News.

୧୫ରେ ସମ୍ବଲପୁର ସିନ୍ଦୁରପଙ୍କ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସମ୍ବଲପୁର: ଆସନ୍ତା ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି I ୧୫ ତାରିଖ ଦିନ ବୁର୍ଲା ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୟନ୍ତୀ, ସିନ୍ଦୂରପଙ୍କ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବେ I ଏହି ଦିନ ପ୍ରକଳ୍ପର ଶିଳା ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି I ୧୫ ତାରିଖ ରାତ୍ର ରହଣି ପରେ ୧୬ ତାରିଖ ରିଖ ଦିନ ସମ୍ବଲପୁରରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଛି I ଶେଷ ଥର ପାଇଁ ସେ ନୂଆଁଖାଇ ଦିନ ସମ୍ବଲପୁର ଆସି ଏଠାରେ ନବାନ୍ନ ଗ୍ରହଣ କରିବା ସହିତ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହି ସମୟରେ ଶ୍ରୀ ମାଝୀ କହିଥିଲେ ଯେ, କେବଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ରାଜଧାନୀରେ ସୀମିତ ରଖାଯିବ ନାହିଁ I ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ବଲପୁରକୁ ବି ଆସିବ ବୋଲି ଘୋଷଣା କରିଥିଲେ । ସେହି ସମୟରେ ମଧ୍ୟ ସେ ଅଶୋକ ନିବାସରେ ରାତ୍ରିଯାପନ କରିଥିଲେ । ତା’ପର ଦିନ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଅଶୋକ ନିବାସରେ ଆଲୋଚନା କରିଥିଲେ । ଏଥର ମଧ୍ୟ ଗସ୍ତର ଦ୍ବିତୀୟ ଦିନରେ ପୂର୍ବ ଘୋଷଣା ମୁତାବକ ସମ୍ବଲପୁରରେ ଅଭିଯୋଗ ଶୁଣାଣି କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

The post ୧୫ରେ ସମ୍ବଲପୁର ସିନ୍ଦୁରପଙ୍କ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Odisha.News.