୧୬ ଚକିଆ ଟ୍ରକ ଚକା ତଳୁ ଅଳ୍ପକେ ବର୍ତ୍ତିଗଲେ ତିନିବର୍ଷର ଶିଶୁ

ବେଗୁନିଆ (କେନ୍ୟୁଜ) : “ରଖେ ହରି ତ ମାରେ କିଏ ” । କଥାରେ ଅଛି ଯାହାର ସମୟ ପୁରି ନଥିବ ତାକୁ ସ୍ୱୟଂ ଭଗବାନ ଆସିଲେ ବି ନେଇପାରିବେନି । ଠିକ୍‌ ଏମିତି ହିଁ ଘଟିଛି ଗୋଟେ ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତାରେ ଶୀମୋର ଗାଁର ଦିନ ୧୦ଟା ବେଳର ଘଟଣା । ଏହି ଖୋର୍ଦ୍ଧା ବାଙ୍କୀ ମୁଖ୍ଯ ରାସ୍ତାରେ ଏକ ୧୬ ଚକିଆ ବଡ ମାଲବାହୀ ଟ୍ରକ ଆସୁଥିବା ବେଳେ ଶ୍ରୀମୋର ବଜାର ରାସ୍ତା […] The post ୧୬ ଚକିଆ ଟ୍ରକ ଚକା ତଳୁ ଅଳ୍ପକେ ବର୍ତ୍ତିଗଲେ ତିନିବର୍ଷର ଶିଶୁ appeared first on KNews Odisha.

୧୬ ଚକିଆ ଟ୍ରକ ଚକା ତଳୁ ଅଳ୍ପକେ ବର୍ତ୍ତିଗଲେ ତିନିବର୍ଷର ଶିଶୁ
truck1

ବେଗୁନିଆ (କେନ୍ୟୁଜ) : “ରଖେ ହରି ତ ମାରେ କିଏ ” । କଥାରେ ଅଛି ଯାହାର ସମୟ ପୁରି ନଥିବ ତାକୁ ସ୍ୱୟଂ ଭଗବାନ ଆସିଲେ ବି ନେଇପାରିବେନି । ଠିକ୍‌ ଏମିତି ହିଁ ଘଟିଛି ଗୋଟେ ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତାରେ ଶୀମୋର ଗାଁର ଦିନ ୧୦ଟା ବେଳର ଘଟଣା । ଏହି ଖୋର୍ଦ୍ଧା ବାଙ୍କୀ ମୁଖ୍ଯ ରାସ୍ତାରେ ଏକ ୧୬ ଚକିଆ ବଡ ମାଲବାହୀ ଟ୍ରକ ଆସୁଥିବା ବେଳେ ଶ୍ରୀମୋର ବଜାର ରାସ୍ତା କଡରେ ଥିବା ନିଜ ଘରୁଏକ ତିନିବର୍ଷର ଶିଶୁ ହଠାତ୍ ରାସ୍ତା ଆଡକୁ ଦୌଡି ଯାଇଥିଲା । ଆଉ ଆସୁଥିବା ଟ୍ରକର ଆଗ ଚକରେ ମାଡ ହୋଇ ତଳେ ପଡି ଯାଇଥିଲା । ତେବେ ଟ୍ରକର ସମସ୍ତ ଚକ ଅତିକ୍ରମ କରିଯାଇଥିବା ବେଳେ ପିଲାଟି ଉପରେ ଚଢି ନଥିଲା ଫଳରେ ଭଗବାନଙ୍କ କୃପାରୁ ପିଲାଟି ସାମାନ୍ଯ ଆହତ ହୋଇ ବଞ୍ଚି ଯାଇଥିଲା । ତେବେ ସିସି-କ୍ୟାମେରାର ଭିଜୁଆଲ କହୁଛି କେତେ ଭୟାନକ ଥିଲା ଘଟଣା ଦେଖିଲେ ଛାତି ଥରି ଉଠୁଚି । ତେଣୁ ରଖେ ହରି ତ ମାରେ କିଏ ।

 

 

 

The post ୧୬ ଚକିଆ ଟ୍ରକ ଚକା ତଳୁ ଅଳ୍ପକେ ବର୍ତ୍ତିଗଲେ ତିନିବର୍ଷର ଶିଶୁ appeared first on KNews Odisha.