୧୭ ବର୍ଷ ପରେ ଧରିଲା ଭିଜିଲାନ୍ସ
ବଲାଙ୍ଗୀର,୨୧।୩(ସୁନୀଲ କୁମାର ମହାନ୍ତି): ୧୭ ବର୍ଷ ପରେ ଗିରଫ ହେଲେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ବିନାୟକ ଗଡ଼ନାୟକ। ୨୦୦୮ ମସିହାରେ ଗଡ଼ନାୟକଙ୍କ ନାଁରେ ଭିଜିଲାନ୍ସ ୧୨ ଟି ଦୁର୍ନୀତି ମାମଲା ରୁଜୁ କରିଥିଲା। ୧୭ ବର୍ଷ ହେଲା ଭିଜିଲାନ୍ସ ଗଡ଼ନାୟକଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା। କିନ୍ତୁ ଭିଜିଲାନ୍ସକୁ ଚକମା ଦେଉଥିଲେ ଗଡ଼ନାୟକ ବାବୁ । କିନ୍ତୁ ଭିଜିଲାନ୍ସ ଆଜି ବିନାୟକ ଗଡ଼ନାୟକଙ୍କୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କଡାସଡା ଗାଁରୁ […] The post ୧୭ ବର୍ଷ ପରେ ଧରିଲା ଭିଜିଲାନ୍ସ appeared first on Dharitri Odia News.
ବଲାଙ୍ଗୀର,୨୧।୩(ସୁନୀଲ କୁମାର ମହାନ୍ତି): ୧୭ ବର୍ଷ ପରେ ଗିରଫ ହେଲେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ବିନାୟକ ଗଡ଼ନାୟକ। ୨୦୦୮ ମସିହାରେ ଗଡ଼ନାୟକଙ୍କ ନାଁରେ ଭିଜିଲାନ୍ସ ୧୨ ଟି ଦୁର୍ନୀତି ମାମଲା ରୁଜୁ କରିଥିଲା। ୧୭ ବର୍ଷ ହେଲା ଭିଜିଲାନ୍ସ ଗଡ଼ନାୟକଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା। କିନ୍ତୁ ଭିଜିଲାନ୍ସକୁ ଚକମା ଦେଉଥିଲେ ଗଡ଼ନାୟକ ବାବୁ । କିନ୍ତୁ ଭିଜିଲାନ୍ସ ଆଜି ବିନାୟକ ଗଡ଼ନାୟକଙ୍କୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କଡାସଡା ଗାଁରୁ ଗିରଫ କରିଥିଲା। ଲୋୟର ସୁକତେଲ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି କରିବା ସହିତ ଟଙ୍କା ହେରଫେର କରିଥିଲେ ଗଡ଼ନାୟକ ବାବୁ । ଟଙ୍କା ନାଁରେ ମାମଲା ରୁଜୁ ହୋଇ ଚାକିରି ହରାଇଥିଲେ। କିନ୍ତୁ ଗିରଫ ହୋଇନଥିଲେ। ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହୋଇଥିଲା। ଫଳରେ ଜେଲ ଯାଇଥିଲେ ଗଡ଼ନାୟକ ବାବୁ।
The post ୧୭ ବର୍ଷ ପରେ ଧରିଲା ଭିଜିଲାନ୍ସ appeared first on Dharitri Odia News.