୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ
ନୂଆଦିଲ୍ଲୀ,୨୩ା୫: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଉଇକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍ ଖେଳି ବିଦାୟ ନେଇଛନ୍ତି କାର୍ତ୍ତିକ। ପ୍ରାୟ ଦୁଇ ଦଶନ୍ଧି ଧରି କାର୍ତ୍ତିକ କ୍ରିକେଟ ଖେଳିଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ଛାୟାରେ ଲୁଚି ଯାଇଥିଲେ। ୩୮ ବର୍ଷୀୟ କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ ଟି୨୦ ମ୍ୟାଚ୍ ଖେଳିଛନ୍ତି। କ୍ରିକେଟ ଛାଡି […] The post ୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୫: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଉଇକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍ ଖେଳି ବିଦାୟ ନେଇଛନ୍ତି କାର୍ତ୍ତିକ। ପ୍ରାୟ ଦୁଇ ଦଶନ୍ଧି ଧରି କାର୍ତ୍ତିକ କ୍ରିକେଟ ଖେଳିଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ଛାୟାରେ ଲୁଚି ଯାଇଥିଲେ।
୩୮ ବର୍ଷୀୟ କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ ଟି୨୦ ମ୍ୟାଚ୍ ଖେଳିଛନ୍ତି। କ୍ରିକେଟ ଛାଡି କମେଣ୍ଟ୍ରି କରୁଥିବା କାର୍ତ୍ତିକ ନିଜକୁ ବିଶ୍ୱକପ ଦଳ ଦୌଡରେ ସାମିଲ କରିବା ପାଇଁ ଆଇପିଏଲ ଖେଳିଥିଲେ। ତେବେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ପରେ କାର୍ତ୍ତିକ ନିଜ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପରେ ବେଙ୍ଗାଲୁରୁ ଖେଳାଳି ଗାର୍ଡ ଅଫ୍ ଅନର ଦେଇଥିବା ବେଳେ ଦର୍ଶକଙ୍କ ଆଡକୁ ଗ୍ଲୋଭ ହଲାଇଥିଲେ ଭାବବିହ୍ବଳ କାର୍ତ୍ତିକ। ୧୭ ସିଜନ ଆଇପିଏଲରେ ସେ ୪୮୪୨ ରନ୍ ସ୍କୋର କରିଛନ୍ତି। ଏହା ବ୍ୟତୀତ ସେ ୧୪୫ କ୍ୟାଚ୍, ୩୭ ଷ୍ଟମ୍ପିଂ ଓ ୧୫ଟି ରନ୍ ଆଉଟ କରିଛନ୍ତି।
ଆଇପିଏଲ କ୍ୟାରିୟର ଶେଷ ହୋଇଥିବା ବେଳେ ସେ ପୁନର୍ବାର କମେଣ୍ଟ୍ରିକୁ ଫେରି ପାରନ୍ତି କିମ୍ବା କୌଣସି ବିଦେଶୀ ଲିଗ୍ରେ ସାମିଲ ହୋଇପାରନ୍ତି।
The post ୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ appeared first on Dharitri Odia News.