୧୭ ରେ ମିଳିବ ପ୍ରଥମ କିସ୍ତି ଟଙ୍କା, ଆସନ୍ତାକାଲି ୧୦ ହଜାର ଗାଁରେ ସୁଭଦ୍ରା ପଦଯାତ୍ରା
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଏଯାଏ ଆବେଦନ କଲେଣି ୫୦ ଲକ୍ଷ ମହିଳା । ୧୫ତାରିଖ ଯାଏ ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ଆସନ୍ତାକାଲି ସୁଭଦ୍ରା ସ୍ବାଗତ ପଦଯାତ୍ରାର ପ୍ରଥମ ଦିନ । ଆସନ୍ତାକାଲି ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ ବୋଲି କହିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା । କାଲି ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ବବିଦ୍ୟାଳୟ ଯାଏ ହେବ ସୁଭଦ୍ରା ପଦଯାତ୍ରା […] The post ୧୭ ରେ ମିଳିବ ପ୍ରଥମ କିସ୍ତି ଟଙ୍କା, ଆସନ୍ତାକାଲି ୧୦ ହଜାର ଗାଁରେ ସୁଭଦ୍ରା ପଦଯାତ୍ରା appeared first on KNews Odisha.

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଏଯାଏ ଆବେଦନ କଲେଣି ୫୦ ଲକ୍ଷ ମହିଳା । ୧୫ତାରିଖ ଯାଏ ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ଆସନ୍ତାକାଲି ସୁଭଦ୍ରା ସ୍ବାଗତ ପଦଯାତ୍ରାର ପ୍ରଥମ ଦିନ । ଆସନ୍ତାକାଲି ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ ବୋଲି କହିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା । କାଲି ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ବବିଦ୍ୟାଳୟ ଯାଏ ହେବ ସୁଭଦ୍ରା ପଦଯାତ୍ରା । ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ୱରେ ହେବ ପଦଯାତ୍ରା। ଏସଚଜି ସଦସ୍ୟାମାନେ ମଧ୍ୟ ଗାଁ ଗାଁରେ ସାମିଲ ହେବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ।
The post ୧୭ ରେ ମିଳିବ ପ୍ରଥମ କିସ୍ତି ଟଙ୍କା, ଆସନ୍ତାକାଲି ୧୦ ହଜାର ଗାଁରେ ସୁଭଦ୍ରା ପଦଯାତ୍ରା appeared first on KNews Odisha.