୧୭ରୁ ବଢ଼ିବ ବର୍ଷା
ଭୁବନେଶ୍ୱର, ୧୪।୬(ଅସମାପିକା ସାହୁ) – ପଶ୍ଚିମ ଓଡ଼ିଶାରେ ଏବେ ତାପମାତ୍ରା ଅଧିକ ରହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସହ୍ୟ ହେଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ। କିନ୍ତୁ ୧୭ ତାରିଖରୁ ବର୍ଷା ପରିମାଣ ବଢ଼ିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୧୭ ତାରିଖ ଯାଏ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି […] The post ୧୭ରୁ ବଢ଼ିବ ବର୍ଷା appeared first on Dharitri Odia News.
ଭୁବନେଶ୍ୱର, ୧୪।୬(ଅସମାପିକା ସାହୁ) – ପଶ୍ଚିମ ଓଡ଼ିଶାରେ ଏବେ ତାପମାତ୍ରା ଅଧିକ ରହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସହ୍ୟ ହେଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ। କିନ୍ତୁ ୧୭ ତାରିଖରୁ ବର୍ଷା ପରିମାଣ ବଢ଼ିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୧୭ ତାରିଖ ଯାଏ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। କିନ୍ତୁ ଆଗାମୀ ୫ଦିନ ଯାଏ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ତେବେ ୧୭ରେ ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିଭଳି ୧୮ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେପଟେ ଶୁକ୍ରବାର ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଥିଲେ ମଧ୍ୟ ଆଗକୁ ଅଗ୍ରସର ହେଉନାହିଁ। ଏବେ ପାଗ ଅନୁକୂଳ ଅଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅନ୍ୟ ଅଞ୍ଚଳକୁ ଅଗ୍ରସର ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଶୁକ୍ରବାର ସୂଚନା ଦେଇଛନ୍ତି।
The post ୧୭ରୁ ବଢ଼ିବ ବର୍ଷା appeared first on Dharitri Odia News.