୧୮ ନା ୧୯ ଅଗଷ୍ଟ ଜାଣନ୍ତୁ ରକ୍ଷା ବନ୍ଧନ କେଉଁଦିନ, କେତେବେଳେ ବାନ୍ଧିବେ ରାକ୍ଷୀ?

ନୂଆଦିଲ୍ଲୀ : ଭାରତରେ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ଭାଈଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧନ୍ତି ଭଉଣୀ, ଏହା ସହିତ ଭାଈଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି। ବଦଳରେ ଭଉଣୀକୁ ରକ୍ଷା ପ୍ରତିଶ୍ରୁତି ଦିଅନ୍ତି ଭାଈ। ଚଳିତବର୍ଷ ରକ୍ଷା ବନ୍ଧନ ଉତ୍ସବ ୧୯ ଅଗଷ୍ଟ ୨୦୨୪ ସୋମବାର ଦିନ ପାଳନ କରାଯିବ। ବିଶେଷଜ୍ଞଙ୍କ ଅନୁସାରେ ରକ୍ଷା ବନ୍ଧନରେ ଚଳିତବର୍ଷ ଭଦ୍ରା ଯୋଗ ରହିବ। କୁହାଯାଏ ଭଦ୍ରା ଭଳି ଅଶୁଭ ଯୋଗରେ ରାକ୍ଷୀ ବନ୍ଧାଯାଏନି। ଏଥର ପୂର୍ଣ୍ଣିମା ତିଥି ୧୯ ଅଗଷ୍ଟ ସକାଳ ୩ଟାବାଜି ୪ ମିନିଟରୁ ଆରମ୍ଭ ହେବ ଓ ତିଥିର ସମାପନ ୧୯ ଅଗଷ୍ଟ ରାତି ୧୧ଟା ୫୫ ମିନିଟରେ ହେବ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ୧୯ ଅଗଷ୍ଟ ରାତି ୨ଟା ୨୧ ମିନିଟ୍‌ରେ ଭଦ୍ରା କାଳ ଆରମ୍ଭ ହୋଇଯିବ। ସକାଳ ୯ଟା ୫୧ ମିନିଟରୁ ୧୦ଟା ୫୩ ମିନିଟ ପର୍ଯ୍ୟନ୍ତ ଭଦ୍ରାର ଲାଞ୍ଜ ରହିବ। ୧୦ଟା ୫୩ ମିନିଟରୁ ମଧ୍ୟାହ୍ନ ୧୨ଟା ୩୭ ମିନିଟ୍ ପର୍ଯ୍ୟନ୍ତ ଭଦ୍ରାର ମୁଖ ରହିବ। ଏହା ପରେ ଭଦ୍ରାର ସମାପନ ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍‌ରେ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଦ୍ରାକୁ ବହୁତ ଅଶୁଭ ସମୟ ମନେ କରାଯାଏ। ଏହି କାଳରେ କୌଣସି ଶୁଭ କାର୍ଯ୍ୟ ହେବା କଥା ନୁହେଁ। ଏଣୁ ୧୯ ଅଗଷ୍ଟ ମଧ୍ୟାହ୍ନ୍ ୧ଟା ୩୦ ମିନିଟ୍‌ ପରେ ରକ୍ଷା ବନ୍ଧନ କରାଯାଇ ପାରେ। ୧୯ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ସବୁଠୁ ଶୁଭ ସମୟ ମଧ୍ୟାହ୍ନ

୧୮ ନା ୧୯ ଅଗଷ୍ଟ ଜାଣନ୍ତୁ ରକ୍ଷା ବନ୍ଧନ କେଉଁଦିନ, କେତେବେଳେ ବାନ୍ଧିବେ ରାକ୍ଷୀ?

ନୂଆଦିଲ୍ଲୀ : ଭାରତରେ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ଭାଈଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧନ୍ତି ଭଉଣୀ, ଏହା ସହିତ ଭାଈଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି। ବଦଳରେ ଭଉଣୀକୁ ରକ୍ଷା ପ୍ରତିଶ୍ରୁତି ଦିଅନ୍ତି ଭାଈ। ଚଳିତବର୍ଷ ରକ୍ଷା ବନ୍ଧନ ଉତ୍ସବ ୧୯ ଅଗଷ୍ଟ ୨୦୨୪ ସୋମବାର ଦିନ ପାଳନ କରାଯିବ। ବିଶେଷଜ୍ଞଙ୍କ ଅନୁସାରେ ରକ୍ଷା ବନ୍ଧନରେ ଚଳିତବର୍ଷ ଭଦ୍ରା ଯୋଗ ରହିବ। 

କୁହାଯାଏ ଭଦ୍ରା ଭଳି ଅଶୁଭ ଯୋଗରେ ରାକ୍ଷୀ ବନ୍ଧାଯାଏନି। ଏଥର ପୂର୍ଣ୍ଣିମା ତିଥି ୧୯ ଅଗଷ୍ଟ ସକାଳ ୩ଟାବାଜି ୪ ମିନିଟରୁ ଆରମ୍ଭ ହେବ ଓ ତିଥିର ସମାପନ ୧୯ ଅଗଷ୍ଟ ରାତି ୧୧ଟା ୫୫ ମିନିଟରେ ହେବ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ୧୯ ଅଗଷ୍ଟ ରାତି ୨ଟା ୨୧ ମିନିଟ୍‌ରେ ଭଦ୍ରା କାଳ ଆରମ୍ଭ ହୋଇଯିବ। ସକାଳ ୯ଟା ୫୧ ମିନିଟରୁ ୧୦ଟା ୫୩ ମିନିଟ ପର୍ଯ୍ୟନ୍ତ ଭଦ୍ରାର ଲାଞ୍ଜ ରହିବ। ୧୦ଟା ୫୩ ମିନିଟରୁ ମଧ୍ୟାହ୍ନ ୧୨ଟା ୩୭ ମିନିଟ୍ ପର୍ଯ୍ୟନ୍ତ ଭଦ୍ରାର ମୁଖ ରହିବ। ଏହା ପରେ ଭଦ୍ରାର ସମାପନ ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍‌ରେ ହେବ। 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଦ୍ରାକୁ ବହୁତ ଅଶୁଭ ସମୟ ମନେ କରାଯାଏ। ଏହି କାଳରେ କୌଣସି ଶୁଭ କାର୍ଯ୍ୟ ହେବା କଥା ନୁହେଁ। ଏଣୁ ୧୯ ଅଗଷ୍ଟ ମଧ୍ୟାହ୍ନ୍ ୧ଟା ୩୦ ମିନିଟ୍‌ ପରେ ରକ୍ଷା ବନ୍ଧନ କରାଯାଇ ପାରେ। ୧୯ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ସବୁଠୁ ଶୁଭ ସମୟ ମଧ୍ୟାହ୍ନ ଗୋଟାଏ ୪୩ ମିନିଟରୁ ଆରମ୍ଭ କରି ୪ଟା ୨୦ ମିନିଟ ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ଆପଣ ରାକ୍ଷୀ ବାନ୍ଧି ପାରିବେ। ରାକ୍ଷୀ ବାନ୍ଧିବା ପାଇଁ ଆପଣଙ୍କୁ ମୋଟ ୨ଘଣ୍ଟା ୩୭ ମିନିଟ୍‌ ସମୟ ମିଳିବ, ଯାହାକୁ ସବୁଠୁ ଶୁଭ ସମୟ ମନେ କରାଯାଏ। ଏହା ଛଡା ସନ୍ଧ୍ୟାରେ ପ୍ରଦୋଷକାଳରେ ବି ରକ୍ଷା ବନ୍ଧନ ହୋଇ ପାରିବ। ସେଦିନ ସନ୍ଧ୍ୟା ୬ଟା ୫୬ ମିନିଟରୁ ରାତି ୯ଟା ୭ ମିନିଟ୍ ପର୍ଯ୍ୟନ୍ତ ପ୍ରଦୋଷ କାଳ ରହିବ।