୧୮ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବାଲ୍‌ ଗୋବିନ୍ଦ ୧୮ ବର୍ଷ ପୂର୍ବେ କାମଧନ୍ଦା ଅନ୍ବେଷଣରେ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। ଗଁାକୁ ଫେରିବା ପାଇଁ ସେ ଏକ ଭୁଲ୍‌ ଟ୍ରେନ୍‌ ଧରି ଜୟପୁରରେ ପହଞ୍ଚତ୍ଥିଲେ। ଦୀର୍ଘ ବର୍ଷ ପରେ ଇଷ୍ଟାଗ୍ରାମ୍‌ରେ ଏକ ରିଲ୍‌ରୁ ଭଙ୍ଗାଦାନ୍ତ ଦେଖି ବାଲ୍‌ ଗୋବିନ୍ଦଙ୍କୁ ତାଙ୍କ ଭଉଣୀ ଚିହ୍ନିପାରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିଲା। ୧୮ ବର୍ଷ ପରେ ବାଲ୍‌ ଗୋବିନ୍ଦ କାନପୁରରେ ପହଞ୍ଚତ୍ ଭଉଣୀକୁ ଭେଟିଛନ୍ତି। ହଜିଲା ଭାଇକୁ ପାଇ […] The post ୧୮ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ appeared first on Dharitri Odia News.

୧୮ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବାଲ୍‌ ଗୋବିନ୍ଦ ୧୮ ବର୍ଷ ପୂର୍ବେ କାମଧନ୍ଦା ଅନ୍ବେଷଣରେ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। ଗଁାକୁ ଫେରିବା ପାଇଁ ସେ ଏକ ଭୁଲ୍‌ ଟ୍ରେନ୍‌ ଧରି ଜୟପୁରରେ ପହଞ୍ଚତ୍ଥିଲେ। ଦୀର୍ଘ ବର୍ଷ ପରେ ଇଷ୍ଟାଗ୍ରାମ୍‌ରେ ଏକ ରିଲ୍‌ରୁ ଭଙ୍ଗାଦାନ୍ତ ଦେଖି ବାଲ୍‌ ଗୋବିନ୍ଦଙ୍କୁ ତାଙ୍କ ଭଉଣୀ ଚିହ୍ନିପାରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିଲା। ୧୮ ବର୍ଷ ପରେ ବାଲ୍‌ ଗୋବିନ୍ଦ କାନପୁରରେ ପହଞ୍ଚତ୍ ଭଉଣୀକୁ ଭେଟିଛନ୍ତି। ହଜିଲା ଭାଇକୁ ପାଇ ଭଉଣୀ କାନ୍ଦିପକାଇଥିଲେ। ଏହି ସମୟରେ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କାନପୁରର ହାତୀପୁର ଗ୍ରାମରେ ରହୁଥିବା ରାଜକୁମାରୀ ଇନ୍‌ଷ୍ଟାଗ୍ରାମରେ ରିଲ୍‌ ଦେଖୁଥିବାବେଳେ ଏକ ପରିଚିତ ମୁହଁ ଦେଖି ବିସ୍ମିତ ହୋଇଯାଇଥିଲେ। ଭିଡିଓରେ ଥିବା ଉକ୍ତ ଯୁବକଙ୍କ ଦାନ୍ତ ଭାଙ୍ଗିଯାଇଥିଲା। ରାଜକୁମାରୀଙ୍କ ଆଖି ସାମ୍‌ନାରେ ତାଙ୍କ ଭାଇଙ୍କ ମୁହଁ ଦିଶିଯାଇଥିଲା। ପିଲାଦିନେ ତାଙ୍କ ଭାଇଙ୍କ ଦାନ୍ତ ଭାଙ୍ଗିଥିଲା ବେଳେ ସେ ଠିକ୍‌ ଏହିପରି ଦେଖାଯାଉଥିଲେ। ତେଣୁ ଭିଡିଓରେ ଥିବା ଯୁବକ ତାଙ୍କ ଭାଇ ଭିନ୍ନ ଅନ୍ୟ କେହି ନୁହେଁ ବୋଲି ରାଜକୁମାରୀ ନିଶ୍ଚିତ ହୋଇଥିଲେ। ମୁମ୍ବାଇରେ ଅନ୍ୟ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯିବା ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇ ନ ଥିଲା। ସେମାନେ ଗାଁକୁ ଫେରିଥିବାବେଳେ ବାଲ୍‌ ଗୋବିନ୍ଦ ଆଉ ଫେରିପାରି ନ ଥିଲେ। କିଛି ମାସ ପରେ ଅସୁସ୍ଥ ହୋଇପଡ଼ିବାରୁ ସେ ଟ୍ରେନ୍‌ରେ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଟ୍ରେନ୍‌ ତାଙ୍କୁ କାନପୁର ପରିବର୍ତ୍ତେ ଜୟପୁର ନେଇଯାଇଥିଲା। ସେଠାର ରେଳଷ୍ଟେଶନରେ ସେ ଜଣେ ଲୋକଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ ଦେଇଥିଲେ। ଜୟପୁରରେ ରହି ସେ ଈଶ୍ୱର ଦେବୀ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ ଓ ତାଙ୍କର ୨ଟି ସନ୍ତାନ ଅଛନ୍ତି। ଅନେକ କିଛି ବଦଳିଥିବାବେଳେ ବାଲ୍‌ ଗୋବିନ୍ଦଙ୍କ ଭଙ୍ଗା ଦାନ୍ତ ବଦଳି ନ ଥିଲା।

The post ୧୮ ବର୍ଷ ପରେ ଏକାଠି ହେଲେ ଭଉଣୀଭାଇ appeared first on Dharitri Odia News.