୧୮ରୁ ସମୂହ ଛୁଟିରେ ଯିବେ ପ୍ରାଣୀ ଚିକିତ୍ସକ
ଛତ୍ରପୁର,୧୫ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ସମସ୍ତ ପ୍ରାଣୀ ଚିକିତ୍ସକ ଏକକାଳୀନ ଆସନ୍ତା ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲା ସଂଘ ପକ୍ଷରୁ କୁହାଯାଇଛି। ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଥିପ୍ରତି କୌଣସି ପଦକ୍ଷେପ ନ ନେବା ପରିତାପର ବିଷୟ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସା […] The post ୧୮ରୁ ସମୂହ ଛୁଟିରେ ଯିବେ ପ୍ରାଣୀ ଚିକିତ୍ସକ appeared first on Dharitri Odia News.
ଛତ୍ରପୁର,୧୫ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ସମସ୍ତ ପ୍ରାଣୀ ଚିକିତ୍ସକ ଏକକାଳୀନ ଆସନ୍ତା ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲା ସଂଘ ପକ୍ଷରୁ କୁହାଯାଇଛି। ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଥିପ୍ରତି କୌଣସି ପଦକ୍ଷେପ ନ ନେବା ପରିତାପର ବିଷୟ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।
ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସା ସେବା ସଂଘ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଗତ ୫ ଦଶନ୍ଧି ମଧ୍ୟରେ ରାଜ୍ୟରେ ପ୍ରାଣୀ ପାଳନର ପରିଭାଷା ବଦଳିଛି। ଏବେ ପ୍ରାଣୀ ପାଳକମାନେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧା ସେବା, ଦ୍ବାରଦେଶରେ ଚିକିତ୍ସା ଆଦି ଦାବି କରୁଥିବା ବେଳେ ବିଭାଗରେ ଏପରି ବ୍ୟବସ୍ଥା ନ ଥିବା ଦୁର୍ଭାଗ୍ୟଜନକ। ପ୍ରାଣୀ ଚିକିତ୍ସକମାନେ ବିନା ଦୋଷରେ ପ୍ରାଣୀପାଳକଙ୍କ ଆକ୍ରୋଶର ଶିକାର ହେଉଛନ୍ତି।
ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସକଙ୍କୁ ଦୀର୍ଘ ୨୨-୨୩ ବର୍ଷ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପ୍ରାୟ ୪୦% ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି, ଯାହାକି ପ୍ରାଣୀ ଚିକିତ୍ସକମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି। ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯିବା, କାର୍ଯ୍ୟ ସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ କରାଯିବା ଯୋଗୁ ସେମାନେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି।
ସେଥିପାଇଁ ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଛି । ଏଥିସହ କେନ୍ଦ୍ରୀୟ ହାରରେ ଡିଏସିପି ଏବଂ ଏନ୍ପିଏ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସଂଘ ଦାବି କରିଛି। ଏସବୁ ଦାବି ସହ ଅନ୍ୟାନ୍ୟ ଦାବି ସମ୍ପର୍କରେ କୃଷି, ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାରଙ୍କୁ ବହୁବାର ସଂଘ ସହିତ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଆସନ୍ତା ୧୭ ତାରିଖ ମଧ୍ୟରେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ଗଞ୍ଜାମ ଜିଲାର ସମସ୍ତ ପ୍ରାଣୀ ଚିକିତ୍ସକ ଏକକାଳୀନ ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲା ସଂଘର ପ୍ରତିନିଧିମାନେ ଜଣାଇଛନ୍ତି ।
The post ୧୮ରୁ ସମୂହ ଛୁଟିରେ ଯିବେ ପ୍ରାଣୀ ଚିକିତ୍ସକ appeared first on Dharitri Odia News.