୧୯ ବର୍ଷରୁ କମ୍ ବିଶ୍ବକପରେ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଲା ଭାରତ
ବ୍ଲୋଏମ୍ଫଟନ୍: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ରେ ବିଜେତା ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ଭାରତ ୮୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ପ୍ରାରମ୍ଭିକ ବ୍ୟାଟର୍ ଆଦର୍ଶ ସିଂହ (୭୬ ରନ୍), ଅଧିନାୟକ ଉଦୟ ସାହାରନ (୬୪ ରନ୍) ଦୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେ୍ଳେ ପ୍ରିୟାଂଶୁ ମୋଲିୟା (୨୩ ରନ୍), ଆରାଭେଲି ଅବନୀଶ (୨୩ ରନ୍), ସଚିନ ଧାସ (୨୬* ରନ୍) ନିମ୍ନକ୍ରମରେ ଭଲ ବ୍ୟାଟିଂ […]

ବ୍ଲୋଏମ୍ଫଟନ୍: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ରେ ବିଜେତା ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନିଜର ପ୍ରଥମ ମ୍ୟାଚ୍ରେ ଭାରତ ୮୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ପ୍ରାରମ୍ଭିକ ବ୍ୟାଟର୍ ଆଦର୍ଶ ସିଂହ (୭୬ ରନ୍), ଅଧିନାୟକ ଉଦୟ ସାହାରନ (୬୪ ରନ୍) ଦୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେ୍ଳେ ପ୍ରିୟାଂଶୁ ମୋଲିୟା (୨୩ ରନ୍), ଆରାଭେଲି ଅବନୀଶ (୨୩ ରନ୍), ସଚିନ ଧାସ (୨୬* ରନ୍) ନିମ୍ନକ୍ରମରେ ଭଲ ବ୍ୟାଟିଂ କରିଥିଲେ। ଯାହାଫଳରେ ଭାରତ ୨୫୧ ରନ୍ରେ ପହଞ୍ଚିପାରିଥିଲା। ବାଂଲାଦେଶ ପକ୍ଷରୁ ମାରୁଫ ମ୍ରିଦ୍ଧା ୫ ୱିକେଟ୍ ନେଇଥିଲେ। ଜବାବରେ ବାଂଲାଦେଶ ୪୫.୫ ଓଭରରେ ୧୬୭ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ମହମ୍ମଦ ସିହାବ ଜେମ୍ସ (୫୪ ରନ୍) ଏକମାତ୍ର ଅର୍ଦ୍ଧଶତକ ହା୍ସଲ କରିଥିଲେ। ଭାରତ ପକ୍ଷରୁ ବାମହାତୀ ସ୍ପିନର ସୌମି ପାଣ୍ଡେ ୪ ୱିକେଟ୍ ନେଇଥିଲେ। ମୁସିର୍ ଖାନ୍ ୨ ୱିକେଟ୍ ଏବଂ ରାଜ ଲିମ୍ବାନି, ଅର୍ଶିନ କୁଲକର୍ଣ୍ଣି, ପ୍ରିୟାଂଶୁ ମୋଲିୟା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଆଦର୍ଶ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ୨୫ ତାରିଖରେ ଆୟର୍ଲାଣ୍ଡ୍ ବିପକ୍ଷରେ ଖେଳିବ।