୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲ୍: ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲରେ ଚାମ୍ପିଅନ୍ ହେଲା ଟିମ୍ ଇଣ୍ଡିଆ । ବାଂଲାଦେଶକୁ ହରାଇ ୪୧ ରନରେ ହରାଇ ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଟାଇଟଲ ହାଟେଇଛି ଭାରତ । କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ଭାରତ ପକ୍ଷରୁ ବାଂଲାଦେଶକୁ ୧୧୮ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ […]

୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲ୍: ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହେଲା ଟିମ୍ ଇଣ୍ଡିଆ
india-won-womens-u19-t20-asia-cup-against-banladesh

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଫାଇନାଲରେ ଚାମ୍ପିଅନ୍ ହେଲା ଟିମ୍ ଇଣ୍ଡିଆ । ବାଂଲାଦେଶକୁ ହରାଇ ୪୧ ରନରେ ହରାଇ ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଟାଇଟଲ ହାଟେଇଛି ଭାରତ । କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ଭାରତ ପକ୍ଷରୁ ବାଂଲାଦେଶକୁ ୧୧୮ ରନର ଟାର୍ଗେଟ ଦିଆଯାଇଥିଲା । ହେଲେ ବାଂଲାଦେଶ ଟିମ୍ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଆୟୋଜନ ହୋଇଥିବା ବେଳେ ଚାମ୍ପିୟନ ହୋଇ ଭାରତ ଐତିହାସିକ ଉପଲବ୍ଧି ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୭ ଓ୍ବିକେଟ ହରାଇ ୧୧୭ ରନ୍ କରିଥିଲା । ଓପ୍ନର ଗୋଙ୍ଗାଡି ତ୍ରିଶା ୪୭ ବଲ ଖେଳି ସର୍ବାଧିକ ୫୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଥିଲା ବିନୋଦ ୧୭ ରନ୍ କରିଥିବା ବେଳେ ଅଧିନାୟକ ନିକି ପ୍ରସାଦ ୧୨, ଆୟୁଷୀ ଶୁକ୍ଲା ୧୦ ରନ କରିବାକୁ ସକ୍ଷମ ହୋଇଥିଲେ । ବାଂଲାଦେଶ ପକ୍ଷରୁ ଫରଜାନ ଇସ୍ମିନ ୪ ଓ୍ବିକେଟ ମିଳିଥିବା ବେଳେ ନିଶିତା ଅକ୍ତରଙ୍କୁ ଦୁଇ ଓ ହବିବ ଇସ୍ଲାମଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।

୧୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମର କୌଣସି ଖେଳାଳି ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ୧୮.୩ ଓଭରରେ ୭୬ ରନ୍ କରି ଟିମ୍ ଅଲଆଉଟ ହୋଇଯାଇଥିଲା । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜୁଏରିୟା ଫିରଦୋସ ୩୦ ବଲରୁ ୨୨ ରନ୍ କରିଥିଲେ । ଅପ୍ନର ଫହୋମିଦା ଚୋୟା ୧୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ କୌଣସି ବାଂଲାଦେଶୀ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଭାରତ ତରଫରୁ ଆୟୁଷୀ ତିନି ଓ୍ବିକେଟ ନେଇଥିବା ବେଳେ ସୋନମ ଯାଦବ ଏବଂ ପରୁଣିକା ସିସାଦିଆ ଦୁଇଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ଜୋଶିଥାଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।