୧୯୪୭ ମସିହା ଆତଙ୍କବାଦୀ ହମଲା ଓ ସର୍ଦାର ପଟେଲ: କ’ଣ ପାଇଁ ଏମିତି କହିଲେ ପ୍ରଧାମନ୍ତ୍ରୀ ମୋଦି?

ମୋଦିଙ୍କ କହିବା କଥା ଯେ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ ୧୯୪୭ ମସିହାରେ ପାକିସ୍ତାନ ବିପକ୍ଷରେ ଆର୍ମିର କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତି ରଖିଥିଲେ। ହେଲେ ତତ୍କାଳୀନ କଂଗ୍ରେସ ସରକାର ତାଙ୍କ ପରାମର୍ଶକୁ ଗ୍ରହଣ କରି ନଥିବା ମୋଦି ଅଭିଯୋଗ କରିଛନ୍ତି।

୧୯୪୭ ମସିହା ଆତଙ୍କବାଦୀ ହମଲା ଓ ସର୍ଦାର ପଟେଲ: କ’ଣ ପାଇଁ ଏମିତି କହିଲେ ପ୍ରଧାମନ୍ତ୍ରୀ ମୋଦି?

ବିଭାଜନ ପରେ ଯେତେବେଳେ କଶ୍ମୀରରେ ପ୍ରଥମଥର ଆତଙ୍କବାଦୀ ଆକ୍ରମଣ ହେଲା ସେତେବେଳେ ହିଁ ଅର୍ଥାତ ୧୯୪୭ ମସିହାରେ ସେମାନଙ୍କ କାମତମାମ କରିଦେବାର ଥିଲା। ଆଜି ଭାରତର ଯେଉଁ ଆତଙ୍କର ସାମ୍ନା କରୁଛି, ତାହା ସେହି ଆତଙ୍କର ବିକୃତ ରୂପ। ଏହା ଦେଶକୁ ଦଶନ୍ଧି ଦଶନ୍ଧି ଧରି କ୍ଷତି ପହଞ୍ଚାଇ ଚାଲିଛି। ଆଜି ଗୁଜରାଟରେ ଏଭଳି କିଛି କଥା କହି ଆତଙ୍କବାଦ ପ୍ରସଙ୍ଗରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ତାଙ୍କ କହିବା କଥା ଯେ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ ୧୯୪୭ ମସିହାରେ ପାକିସ୍ତାନ ବିପକ୍ଷରେ ଆର୍ମିର କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତି ରଖିଥିଲେ। ହେଲେ ତତ୍କାଳୀନ କଂଗ୍ରେସ ସରକାର ତାଙ୍କ ପରାମର୍ଶକୁ ଗ୍ରହଣ କରି ନଥିବା ମୋଦି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “୧୯୪୭ରେ ଭାରତ ମାତା ଯେତେବେଳେ ୩ ଭାଗରେ ବିଭାଜନ ହୋଇଥିଲା ସେହିଦିଦ ରାତିରେ କଶ୍ମୀର ମାଟିରେ ପ୍ରଥମ ଆତଙ୍କବାଦୀ ହମଲା ହୋଇଥିଲା। ଭାରତ ମାତାର ଗୋଟିଏ ଅଂଶକୁ ପାକିସ୍ତାନ ମୁଜାହିଦ୍ଦିନ ନାଁରେ ବଳପୂର୍ବକ ନେଇ ଯାଇଥିଲା। ସେହି ଦିନ ଉକ୍ତ ତଥାକଥିତ ମୁଜାହିଦ୍ଦିନକୁ ମୃତ୍ୟୁର ଗାତରେ ଫୋପାଡ଼ି ଦେବାର ଥିଲା। ସେହି ସମୟରେ ସର୍ଦାର ପଟେଲ ପରାମର୍ଶ ଦେଇଥିଲେ ଯେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରାଇ ନ ଆଣିବା ଯାଏ ସେନାର କାର୍ଯ୍ୟାନୁଷ୍ଠାନ ବନ୍ଦ ନ ହେବା ଦରକାର। କିନ୍ତୁ ସର୍ଦାର ସାହେବଙ୍କ କଥାକୁ କେହି ବି ଅନୁସରଣ କରି ନଥିଲେ।”

ସେ ଆହୁରି କହିଛନ୍ତି ଯେ “ସେହି ମୁଜାହିଦ୍ଦିନଙ୍କ ରକ୍ତପାତ ଗତ ୭୫ ବର୍ଷ ହେଲା ଜାରି ରହିଛି। ପହଲଗାମରେ ଯାହା ଘଟିଥିଲା, ତାହା ଉକ୍ତ ଘଟଣାର ଗୋଟିଏ ବିକୃତ ରୂପ। ଭାରତୀୟ ସେନା ପାକିସ୍ତାନକୁ ସବୁ ବେଳେ ପରାସ୍ତ କରି ଆସିଛି। ପାକିସ୍ତାନ ଭଲ ଭାବେ ବୁଝି ସାରିଛି ଯେ ଭାରତ ଠାରୁ କେବେ ହେଲେ ଜିତି ପାରିବ ନାହିଁ। ତେଣୁ ପାକିସ୍ତାନ ଆତଙ୍କବାଦକୁ ବ୍ୟବହାର କରି ଚାଲିଛି।”

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଗୋଟିଏ ଚ୍ଛାୟା ଯୁଦ୍ଧ ନୁହେଁ, ବରଂ ଏହା ପାକିସ୍ତାନର ଗୋଟିଏ ଯୋଜନାବଦ୍ଧ ଯୁଦ୍ଧ। ଆତଙ୍କବାଦ ଆଦୌ ଚ୍ଛାୟା ଯୁଦ୍ଧ ନୁହେଁ, ଏହା ସେମାନଙ୍କର ଯୁଦ୍ଧ ରଣନୀତି। ତୁମମାନେ ଆମ ସହ ଯୁଦ୍ଧ କରୁଛି।