୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି

ମିଶନ ୪୦୦ ପାଇଁ ଆସିଲା ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ କେନ୍ଦ୍ର ଓ ରାଷ୍ଟ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଏହି ତାଲିକାରେ ରହିଛନ୍ତି। ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି । ଅମିତ ଶାହା ଗାନ୍ଧିନଗର, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଓ ମନସୁଖ ମାଣ୍ଡଭିୟ ପୋରବନ୍ଦର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ […] The post ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି appeared first on KNews Odisha.

୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି
bjp

ମିଶନ ୪୦୦ ପାଇଁ ଆସିଲା ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ କେନ୍ଦ୍ର ଓ ରାଷ୍ଟ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଏହି ତାଲିକାରେ ରହିଛନ୍ତି। ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି । ଅମିତ ଶାହା ଗାନ୍ଧିନଗର, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଓ ମନସୁଖ ମାଣ୍ଡଭିୟ ପୋରବନ୍ଦର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ତାଲିକାରେ ଉତ୍ତର ପ୍ରଦେଶର ସର୍ବାଧିକ ୫୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ମଧ୍ଯପ୍ରଦେଶର ୨୪, ପଶ୍ଚିମବଙ୍ଗର ୨୦, ଗୁଜରାଟ ଓ ରାଜସ୍ଥାନରୁ ୧୫ଟି ଲେଖାଏଁ ଲୋକସଭା ଆସନ ପାଇଁ ନାଁ ଘୋଷଣା ହୋଇଛି। ମୋଟ୍ ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଏମାନଙ୍କ ଭିତରେ ଅଛନ୍ତି ୨୮ ଜଣ ମହିଳା । ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌଦ୍ବାନ ବିଦିଶା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଆସନରୁ ଲଢିବେ। ଭୋପାଳ ଆସନରୁ ବାଦ ପଡ଼ିଲେ ପ୍ରଜ୍ଞା ସିଂ ଠାକୁର।

ପ୍ରଜ୍ଞା ସିଂଙ୍କ ସ୍ଥାନରେ ଆଲୋକ ଶର୍ମାଙ୍କୁ ପ୍ରାର୍ଥୀ କରିଛି ବିଜେପି। ଦିଲ୍ଲୀର ୫ଟି ଆସନ ପାଇଁ ପ୍ରାର୍ଥି ଘୋଷଣା ହୋଇଛି। ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂଶୁରୀ ସ୍ବରାଜ, ପଶ୍ଚିମ ଦିଲ୍ଲୀରୁ କମଲଜିତ ସେହରାୱତ, ଦକ୍ଷିଣ ଦିଲ୍ଲୀରୁ ରାମଭୀର ସିଂ ଭିଦୁରି ଏବଂ ଚାନ୍ଦିନୀଚୌକ ଆସନରୁ ପ୍ରବୀଣ ଖଣ୍ଡେଲୱାଲ।

ଆମେଥିରୁ ସ୍ମୃତି ଇରାନୀ, ମଥୁରାରୁ ହେମାମାଳିନୀ ଓ ଫତେପୁର ଆସନରୁ ସାଧ୍ବୀ ନିରଞ୍ଜନାଙ୍କୁ ଟିକେଟ ଦେଇଛି ବିଜେପି। କେରଳରେ କେନ୍ଦ୍ରମନ୍ତ୍ରୀ ଭି ମୁରଲିଧରନ ଅତିଙ୍ଗାଲ ଆସନରୁ, ରାଜୀବ ଚନ୍ଦ୍ରଶେଖର ଥିରୁବନନ୍ତପୁରମରୁ ଲଢିବେ। ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପରେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ସେଲିବ୍ରେସନ କରୁଛନ୍ତି ନେତା ଓ କର୍ମୀ ।

ହେଲେ, ବିଜେପିର ୧୯୫ ଜଣିଆ ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି । କେହି ଜଣେ ବି ପ୍ରାର୍ଥୀଙ୍କର ନାଁ ଘୋଷଣା ହୋଇନି । ବିଜେପିର ଏହି ଲିଷ୍ଟ ମେଣ୍ଟ ଚର୍ଚ୍ଚାକୁ ପୁଣି ଥରେ ଖୋରାକ ଯୋଗାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ଗତକାଲି ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀଙ୍କ ନାଁ ଆସିବ ବୋଲି କହିଥିଲେ । କିନ୍ତୁ ଲିଷ୍ଟରେ କାହାର ନାଁ ନାହିଁ ।

କିନ୍ତୁ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଆସାମ, ଝାଡ଼ଖଣ୍ଡ, ଛତିଶଗଡ଼ ପାଇଁ ୧୧ ଜଣ ଲେଖାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ତାଲିକାରେ ରହିଛି ପଶ୍ଚିମବଙ୍ଗର ୨୦ ପ୍ରାର୍ଥୀଙ୍କ ନାଁ । କିନ୍ତୁ ଓଡ଼ିଶାରୁ କାହା ନାଁ ଘୋଷଣା ନହେବା ମେଣ୍ଟ ଚର୍ଚ୍ଚାକୁ ପୁଣି ତାଜା କରିଛି । ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଆସନ୍ତାକାଲି ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟ ଦେବେ। ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ। ବୈଠକ ପରେ କେନ୍ଦ୍ରକୁ ନାଁ ପଠାଯିବ। ଅନୁମୋଦନ ମିଳିବା ପରେ ଘୋଷଣା ହେବ। ଏସବୁ ଭିତରେ ୫ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତ ଓ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ କୌଣସି ପ୍ରାଥୀଙ୍କ ନାଁ ଘୋଷଣା ନ ହେବା ମେଣ୍ଟ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

The post ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ତାଲିକାରେ ଓଡ଼ିଶାରୁ କେହି ନାହାନ୍ତି appeared first on KNews Odisha.