୨ ଆତଙ୍କୀଙ୍କ ଆତ୍ମସମର୍ପଣ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍ରେ ଏକ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ସୁରକ୍ଷା ବାହିନୀ ଉଭୟଙ୍କୁ ଗିରଫ କରିବାସହ ତାଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ସୁରକ୍ଷା ବାହିନୀ ବସ୍କୁଚନରେ ଏକ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ନିକଟସ୍ଥ ଏକ ବଗିଚାରେ ଆତଙ୍କବାଦୀ ଗତିବିଧି ପରିଲକ୍ଷିତ […]

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍ରେ ଏକ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ସୁରକ୍ଷା ବାହିନୀ ଉଭୟଙ୍କୁ ଗିରଫ କରିବାସହ ତାଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ସୁରକ୍ଷା ବାହିନୀ ବସ୍କୁଚନରେ ଏକ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ନିକଟସ୍ଥ ଏକ ବଗିଚାରେ ଆତଙ୍କବାଦୀ ଗତିବିଧି ପରିଲକ୍ଷିତ ହୋଇଥିଲା। ଅଭିଯାନ ସମୟରେ ଦୁଇ ଲସ୍କର ଆତଙ୍କୀ ଇରଫାନ ବଶୀର ଏବଂ ଉଜୈର ସଲାମ ଆତ୍ମସମର୍ପଣ କରିଥିଲେ। ସେମାନଙ୍କଠାରୁ ଦୁଇଟି ଏକେ-୫୬ ରାଇଫଲ୍, ଚାରୋଟି ମାଗାଜିନ୍, ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍, ଦୁଇଟି ପାଉଚ୍ ଇତ୍ୟାଦି ଜବତ କରାଯାଇଛି।