୨ ଦିନ ପ୍ରବଳ ବର୍ଷିବ: ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ
ଭୁବନେଶ୍ୱର,୨୩।୬(ଅନୁରାଧା ମହାରଣା)- ଆସନ୍ତା ୨ଦିନ କେତେକ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ୨୬ରୁ ବର୍ଷାର ପରିମାଣ ବଢ଼ିବ। ସୋମବାର କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଦୁଇ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଏହି ଦୁଇ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ବଜ୍ରପାତ ନେଇ ୨୫ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି […] The post ୨ ଦିନ ପ୍ରବଳ ବର୍ଷିବ: ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ appeared first on Dharitri Odia News.
ଭୁବନେଶ୍ୱର,୨୩।୬(ଅନୁରାଧା ମହାରଣା)- ଆସନ୍ତା ୨ଦିନ କେତେକ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ୨୬ରୁ ବର୍ଷାର ପରିମାଣ ବଢ଼ିବ। ସୋମବାର କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଦୁଇ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଏହି ଦୁଇ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ବଜ୍ରପାତ ନେଇ ୨୫ ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୫ ତାରିଖ ପଯର୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି। ମାତ୍ର ୨୬ ତାରିଖରୁ ବର୍ଷାର ପରିମାଣ ବଢ଼ିବା ସହ ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୨୭ ତାରିଖ ସକାଳ ୮ଟା ୩୦ ପଯର୍ୟନ୍ତ ଅରେଞ୍ଜ ଓ୍ବାର୍ନିଂ ବଳବତ୍ତର ରହିବ । ବଜ୍ରପାତ ସମୟରେ ଜନସାଧାରଣ ସତର୍କ ରହିବା ସହ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
The post ୨ ଦିନ ପ୍ରବଳ ବର୍ଷିବ: ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ appeared first on Dharitri Odia News.