୨ ନାବାଳିକାଙ୍କୁ ଘରୁ ଡାକି ନେଇ କରିଥିଲେ ଗଣବଳାତ୍କାର: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର,୭ା୬(ସୁବାସ ପାଢ଼ୀ): ଜନୈକା ୧୪ବର୍ଷର ନାବାଳିକାଙ୍କ ସହ ବନ୍ଧୁତା କରି ତାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ବଳାତ୍କାର ପରେ ଅଭିଯୁକ୍ତ ଜଣଙ୍କ ତାଙ୍କର ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣବଳାତ୍କାର କରିଥିଲେ। ଏପରିକି ଉକ୍ତ ପୀଡ଼ିତା ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣବଳାତ୍କାର କରିଥିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର […] The post ୨ ନାବାଳିକାଙ୍କୁ ଘରୁ ଡାକି ନେଇ କରିଥିଲେ ଗଣବଳାତ୍କାର: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ବ୍ରହ୍ମପୁର,୭ା୬(ସୁବାସ ପାଢ଼ୀ): ଜନୈକା ୧୪ବର୍ଷର ନାବାଳିକାଙ୍କ ସହ ବନ୍ଧୁତା କରି ତାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ବଳାତ୍କାର ପରେ ଅଭିଯୁକ୍ତ ଜଣଙ୍କ ତାଙ୍କର ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣବଳାତ୍କାର କରିଥିଲେ। ଏପରିକି ଉକ୍ତ ପୀଡ଼ିତା ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣବଳାତ୍କାର କରିଥିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣାର ମାଷ୍ଟରମାଇଣ୍ଡ ସମେତ ୪ ଜଣଙ୍କୁ ପୋଲିସ ବାନ୍ଧିଛ।ସେମାନେ ହେଲେ ଗୋଳନ୍ଥରା ଥାନା ଅଞ୍ଚଳରଜଣେ ଗାଁ’ମୁଖିଆଙ୍କ ପୁଅ କେ. ଶିବା(୨୧) ଓ ତାଙ୍କର ତିନି ସାଙ୍ଗ ହେଲେ କେ. ସାଇ(୨୧), ଜି ଗରେୟା(୨୧) ଓ ଏନ. ଶ୍ରୀନୁ(୨୨)। ପୋଲିସ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍ ଜବତ କରିଛି। କେସ୍ ନଂ ୨୪୦/୨୫ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି।
The post ୨ ନାବାଳିକାଙ୍କୁ ଘରୁ ଡାକି ନେଇ କରିଥିଲେ ଗଣବଳାତ୍କାର: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.