୨ଟି ସ୍ତ୍ରୀ ପୁଅ ଥାଇ ବି ନିଜକୁ ପୋଲିସ ପରିଚୟ ଦେଇ ହୋଇଥିଲେ ବାହା, ଧରାପଡ଼ିଗଲା ସବୁ ଚାଲ୍
ଭୁବନେଶ୍ୱର : ଆରେ ମୁଁ ପୋଲିସ । ମୋର କାହାରିକୁ ଡର ନାହିଁ । କେତେ କାହାକୁ ମୁଁ ଏମିତି ଦେଖିଛି । ଅନେକ ମୋ ପାଖରେ ନଇ ନମସ୍ତ ହୁଅନ୍ତି । ଏମିତି କିଛି ମିଠା ମିଠା କଥା କହି ନିଜ ଜାଲରେ ଫସାଇଥିଲା । ଏକଥା ଶୁଣି ଯୁବତୀ ଜଣକ ତାଙ୍କ ପ୍ରଲୋଭନର ଶିକାର ହୋଇଥିଲେ । ତାଙ୍କ ମନ ଭିତରେ ବସା ବାନ୍ଧିଥିଲା ସେହି ବ୍ୟକ୍ତିଙ୍କୁ ବାହା ହେବାକୁ । ଗୋଡ଼ ତଳେ […] The post ୨ଟି ସ୍ତ୍ରୀ ପୁଅ ଥାଇ ବି ନିଜକୁ ପୋଲିସ ପରିଚୟ ଦେଇ ହୋଇଥିଲେ ବାହା, ଧରାପଡ଼ିଗଲା ସବୁ ଚାଲ୍ appeared first on KNews Odisha.

ଭୁବନେଶ୍ୱର : ଆରେ ମୁଁ ପୋଲିସ । ମୋର କାହାରିକୁ ଡର ନାହିଁ । କେତେ କାହାକୁ ମୁଁ ଏମିତି ଦେଖିଛି । ଅନେକ ମୋ ପାଖରେ ନଇ ନମସ୍ତ ହୁଅନ୍ତି । ଏମିତି କିଛି ମିଠା ମିଠା କଥା କହି ନିଜ ଜାଲରେ ଫସାଇଥିଲା । ଏକଥା ଶୁଣି ଯୁବତୀ ଜଣକ ତାଙ୍କ ପ୍ରଲୋଭନର ଶିକାର ହୋଇଥିଲେ । ତାଙ୍କ ମନ ଭିତରେ ବସା ବାନ୍ଧିଥିଲା ସେହି ବ୍ୟକ୍ତିଙ୍କୁ ବାହା ହେବାକୁ । ଗୋଡ଼ ତଳେ ଲାଗୁନଥାଏ ଯୁବତୀଙ୍କର । ପୋଲିସ ଚାକିରୀ କରୁଥିବା ବର । ମୋ ପୋଲିସ ବରକୁଗାଁ ସାହି ପଡ଼ିଶାଠାରୁ ଆରମ୍ଭ କରି ସମସ୍ତେ ଡରିବେ । ଏଇ ଚିନ୍ତାଧାରରେ ବିବାହ ପାଇଁ ହାତ ବଢ଼ାଇଥିଲେ ଯୁବତୀ ଜଣଙ୍କ । କିନ୍ତୁ କୋଉଠି ନା କୋଉଠି ଉକ୍ତ ପୋଲିସ ସାଜିଥିବା ବ୍ୟକ୍ତିଙ୍କ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ସେହିଦିନ ଠାରୁ ଚିନ୍ତା କରିଥିଲେ ସତରେ କଣ ସେ ପୋଲିସ ନା ଆଉ କଣ ? ଯେବେ ତାଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଥିଲା ସେହି ଦିନରୁ ସେ ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ ।
ଅସଲି ପୋଲିସ ହାତରେ ନକଲି ପୋଲିସ । ଖଣ୍ଡଗିରି ପୋଲିସ ଜଣେ ନକଲି ପୋଲିସକୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ତାଙ୍କ ପରିଚୟ ମନୋଜ କୁମାର ମିଶ୍ର ଭାବେ ଦେବା ସହ ନିଜକୁ ଇନ୍ସପେକ୍ଟର କହୁଥିଲେ । ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯେହେତୁ ଯୁବତୀ ଜଣଙ୍କ ପୋଲିସ ବୋଲି ଜାଣିଥିଲେ ତେଣୁ କଥା ବିବାହ ଯାଏଁ ଯାଇଥଲା । ପରେ ବିବାହ ମଧ୍ୟ କରିଥିଲେ । ରାଉରକେଲାରେ ପୋଲିସ ଇନ୍ସପେକ୍ଟର ଥିବା ମିଛ କହିଥିଲେ ।
ଯୁବତୀ ଜଣଙ୍କର ଯେପରି ସନ୍ଦେହ ନହେବ ସେଥିପାଇଁ ପୋଲିସ ଡ୍ରେସରେ ଫଟୋ ଏଡିଟ କରି ତାଙ୍କ ପାଖୁ ପଠାଉଥିଲେ । ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ତାଙ୍କ ସତ ଧରାପଡିଯିବା ଭୟରେ ତାଙ୍କୁ ଘରକୁ ନନେଇ ଖଣ୍ଡଗିରି ସରକନ୍ତରା ସ୍ଥିତ ଏକ ଭଡାଘର ରଖିଥିଲେ ।
ତେବେ ଯୁବତୀ ଜଣଙ୍କର ଅଧିକ ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ଥାନାରେ ଏତଲା ପରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଅତି ରୋଚକ ତଥ୍ୟ ପୋଲିସ ହାତରେ ଲାଗିଛି ।
ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଛନ୍ତି । ନକଲି ପୋଲିସ ଜଣଙ୍କର ପ୍ରକୃତ ବୟସ ୫୫ ହୋଇଥିବା ବେଳେ ତାଙ୍କର ୨୫ ବର୍ଷର ପୁଅ ମଧ୍ୟ ରହିଛି । କିନ୍ତୁ ପ୍ରାପ୍ତ ବୟସରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ ଟଙ୍କା ଠକେଇ ପାଇଁ ସେ ନିଜକୁ ପୋଲିସ କହୁଥିବା କହିଛନ୍ତି ଏସିପି ।
The post ୨ଟି ସ୍ତ୍ରୀ ପୁଅ ଥାଇ ବି ନିଜକୁ ପୋଲିସ ପରିଚୟ ଦେଇ ହୋଇଥିଲେ ବାହା, ଧରାପଡ଼ିଗଲା ସବୁ ଚାଲ୍ appeared first on KNews Odisha.