IIMC ମିଳିଲା ଡିମ୍ଡ ୟୁନିଭର୍ସିଟି ମାନ୍ୟତା
ନୂଆଦିଲ୍ଲୀ: ଭାରତୀୟ ଜନ ସଂଚାର ସଂସ୍ଥାନ(IIMC)କୁ ମିଳିଲା ଡିମ୍ଡ ୟୁନିଭର୍ସିଟି ମାନ୍ୟତା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇଆଇଏମ୍ସି୍କୁ ଏହି ମାନ୍ୟତା ପ୍ରଦାନ କରିଛି। ଏହାପରେ ଆଇଆଇଏମ୍ସି ଛାତ୍ରଛାତ୍ରୀଙ୍କୁ ଡକ୍ଟରେଟ୍ ସହ ଡିଗ୍ରୀ ପ୍ରଦାନ କରିପାରିବ। ଆଇଆଇଏମ୍ସି ଦିଲ୍ଲୀ ସହ ଏହାର ସମସ୍ତ ଆଞ୍ଚଳିକ ସଂସ୍ଥାନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ଖବର ମିଳିବା ପରେ IIMC ସଂସ୍ଥାନରେ ଖୁସିର ଲହରି ଖେଳିଯାଇଛି। ସଂସ୍ଥାନକୁ ଡିମ୍ଡ ୟୁନିଭର୍ସିଟି ମାନ୍ୟତା ମିଳିବା ନେଇ ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ ଏକ୍ସରେ ପୋଷ୍ଟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ପୋଷ୍ଟରେ ଲେଖାଯାଇଛି ଯେ ଆଇଆଇଏମ୍ସି ନୂଆଦିଲ୍ଲୀ ଓ ଏହାର ୫ଟି ଆଞ୍ଚଳିକ କେନ୍ଦ୍ର ଡିମ୍ଡି ୟୁନିଭର୍ସିଟି ଘୋଷିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟକୁ ବହୁତ ବହୁତ ଧନ୍ୟବାଦ। ଜନସଂଚାର କ୍ଷେତ୍ରରେ ପ୍ରଶିକ୍ଷଣ ଓ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବାକୁ ଆଇଆଇଏମ୍ସି ଉଦ୍ୟମ କରିବ। ବିଶିଷ୍ଟ ଶ୍ରେଣୀରେ ଡିମ୍ଡ ୟୁନିଭର୍ସିଟି ମାନ୍ୟତା ଦିଲ୍ଲୀ ଆଇଆଇଏମ୍ସି ସହ ଏହାର ସମସ୍ତ ଆଞ୍ଚଳିକ ଶାଖା ଢେଙ୍କାନାଳ(ଓଡ଼ିଶା),ଜାମ୍ମୁ(ଜାମ୍ମୁ-କାଶ୍ମୀର), ଅମରାବତି(ମହାରାଷ୍ଟ୍ର), ଆଇଜୋଲ(ମିଜୋରାମ) ଓ କୋଟ୍ଟାୟମ(କେରଳ)କୁ ମିଳିଛି। ଏହାପରେ ସଂସ୍ଥାନ କମ୍ ସେ କମ୍ ୫ ପିଡି ବିଭାଗ ଆରମ୍ଭ କରିବ। ସଂସ୍ଥାନ
ନୂଆଦିଲ୍ଲୀ: ଭାରତୀୟ ଜନ ସଂଚାର ସଂସ୍ଥାନ(IIMC)କୁ ମିଳିଲା ଡିମ୍ଡ ୟୁନିଭର୍ସିଟି ମାନ୍ୟତା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇଆଇଏମ୍ସି୍କୁ ଏହି ମାନ୍ୟତା ପ୍ରଦାନ କରିଛି। ଏହାପରେ ଆଇଆଇଏମ୍ସି ଛାତ୍ରଛାତ୍ରୀଙ୍କୁ ଡକ୍ଟରେଟ୍ ସହ ଡିଗ୍ରୀ ପ୍ରଦାନ କରିପାରିବ। ଆଇଆଇଏମ୍ସି ଦିଲ୍ଲୀ ସହ ଏହାର ସମସ୍ତ ଆଞ୍ଚଳିକ ସଂସ୍ଥାନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ଖବର ମିଳିବା ପରେ IIMC ସଂସ୍ଥାନରେ ଖୁସିର ଲହରି ଖେଳିଯାଇଛି।
ସଂସ୍ଥାନକୁ ଡିମ୍ଡ ୟୁନିଭର୍ସିଟି ମାନ୍ୟତା ମିଳିବା ନେଇ ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ ଏକ୍ସରେ ପୋଷ୍ଟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟକୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ପୋଷ୍ଟରେ ଲେଖାଯାଇଛି ଯେ ଆଇଆଇଏମ୍ସି ନୂଆଦିଲ୍ଲୀ ଓ ଏହାର ୫ଟି ଆଞ୍ଚଳିକ କେନ୍ଦ୍ର ଡିମ୍ଡି ୟୁନିଭର୍ସିଟି ଘୋଷିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟକୁ ବହୁତ ବହୁତ ଧନ୍ୟବାଦ। ଜନସଂଚାର କ୍ଷେତ୍ରରେ ପ୍ରଶିକ୍ଷଣ ଓ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବାକୁ ଆଇଆଇଏମ୍ସି ଉଦ୍ୟମ କରିବ।

ବିଶିଷ୍ଟ ଶ୍ରେଣୀରେ ଡିମ୍ଡ ୟୁନିଭର୍ସିଟି ମାନ୍ୟତା ଦିଲ୍ଲୀ ଆଇଆଇଏମ୍ସି ସହ ଏହାର ସମସ୍ତ ଆଞ୍ଚଳିକ ଶାଖା ଢେଙ୍କାନାଳ(ଓଡ଼ିଶା),ଜାମ୍ମୁ(ଜାମ୍ମୁ-କାଶ୍ମୀର), ଅମରାବତି(ମହାରାଷ୍ଟ୍ର), ଆଇଜୋଲ(ମିଜୋରାମ) ଓ କୋଟ୍ଟାୟମ(କେରଳ)କୁ ମିଳିଛି। ଏହାପରେ ସଂସ୍ଥାନ କମ୍ ସେ କମ୍ ୫ ପିଡି ବିଭାଗ ଆରମ୍ଭ କରିବ। ସଂସ୍ଥାନ ପ୍ରସ୍ତାବିତ ପାଠ୍ୟକ୍ରମ, ଓ ଅନୁସନ୍ଧାନ କାର୍ଯ୍ୟକ୍ରମ ପାଇଁ ବିସ୍ତୃତ ପାଠ୍ୟକ୍ରମ ପ୍ରସ୍ତୁତ କରିବ।
The post IIMC ମିଳିଲା ଡିମ୍ଡ ୟୁନିଭର୍ସିଟି ମାନ୍ୟତା appeared first on Prameya News7.