୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍: ୪ ମୃତ
ବାଲେଶ୍ୱର, ୨୮।୯(ବାଞ୍ଛାନିଧି ଦେ): ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନଏଚ- ୬୦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ୧୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର କ୍ରିଷ୍ଣା ନାମକ ଘରୋଇ ବସ୍ ୫୭ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା। ସେମାନେ ଗତ ୧୮ […] The post ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍: ୪ ମୃତ appeared first on Dharitri Odia News.
ବାଲେଶ୍ୱର, ୨୮।୯(ବାଞ୍ଛାନିଧି ଦେ): ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନଏଚ- ୬୦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ୧୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର କ୍ରିଷ୍ଣା ନାମକ ଘରୋଇ ବସ୍ ୫୭ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା। ସେମାନେ ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ବାହାରିଥିଲେ। ଗତକାଲି ରାତିରେ ବସ୍ଟି କଲିକତାରୁ ପୁରୀ ଅଭିମୁଖେ ବାହାରିଥିଲା।ମାତ୍ର ରାତି ପ୍ରାୟ ଗୋଟାଏ ସମୟରେ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ବସ୍ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଖବରପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଯାନ, ଜଳେଶ୍ବର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ବସ୍କୁ କାଟି ଚାପି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ପୋଲିସ ତୀର୍ଥ ଯାତ୍ରୀ ଏଜେଣ୍ଟ, ଡ଼୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଘଟଣାରେ ଜଣେ ମହିଳା ଓ ତିନି ପୁରୁଷ ଯାତ୍ରୀଙ୍କ ମୃତ୍ୟୁ ଘଟିଛି l ଆହତ ହୋଇଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ୧୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
The post ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍: ୪ ମୃତ appeared first on Dharitri Odia News.