୨୦ ବର୍ଷ ଧରି ପୋଲିସ୍‌କୁ ଚକମା ଦେଉଥିଲା ଅପରାଧୀ, ଏବେ ସ୍ଵୀକାର କଲା ଦୋଷ

ନୂଆଦିଲ୍ଲୀ: ଆମେରିକା ପୋଲିସ ବିଭାଗରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । ଏଠାରେ ପୁଲିସ ଯେଉଁ ଅପରାଧୀକୁ ଦୀର୍ଘ ୨୦  ବର୍ଷ ହେଲା ଖୋଜୁଥିଲା। ସେ ପୋଲିସ୍‌ରେ ହିଁ କାମ କରୁଥିଲା ।  ଏହି କାହାଣୀର ଆରମ୍ଭ ୨୦୦୪ ମସିହା, ଡିସେମ୍ବରରୁ   ହୋଇଥିଲା । ସେତେବେଳେ ଆଣ୍ଟୋନିଓନ ରିଆନୋ ଜଣେ ବ୍ୟକ୍ତିକୁ ଗୁଳି କରି ହତ୍ୟା କରିଥିଲେ । ତା’ପରେ ସେ ଫେରାର   ହୋଇଯାଇଥିଲେ । ଦୀର୍ଘ ୨୦ ବର୍ଷ ଧରି ସେ ପୋଲିସକୁ ଚକ୍‌ମା  ଦେଇ ଚାଲିଥିଲେ । ଏହା ପରେ ପୋଲିସ ତଲାସି ଅଭିଯାନ ବନ୍ଦ  କରିଦେଇଥିଲା । କିନ୍ତୁ ରିଆନୋ ଆମେରିକାର ଟପ୍‌ ୱାଣ୍ଟେଡ୍‌  ଅପରାଧୀ ତାଲିକାରେ ରହିଥିଲେ । ନିକଟରେ ଜଣେ ଗୁଇନ୍ଦା  ତାଙ୍କୁ ସୋସିଆଲ ମିଡିଆ ସାଇଟ୍‌ରେ ଦେଖିବା ପରେ ତାଙ୍କ  ଫାଇଲ୍‌ ପୁଣି ଖୋଲିଲା । ୨୦ ବର୍ଷ ତଳେ ରିଆନୋ ହତ୍ୟା କରିବା ସମୟରେ  ଫେସ୍‌ବୁକ ନ ଥିଲା । ଏବେ ମାମଲାର ପୂର୍ବ ଡେପ୍ୟୁଟି  ପଲ୍‌ ନ୍ୟୁଟନ୍‌ ତାଙ୍କୁ ହଠାତ୍‌ ଫେସ୍‌ବୁକରେ ଦେଖି ଚକିତ   ହୋଇଗଲେ । ରିଆନୋ ମେକ୍ସିକୋର ଓକ୍ସାକା ରାଜ୍ୟରେ   ଜଣେ ପୁଲିସ ଅଧିକାରୀ ରୂପେ କାମ କରୁଥିଲେ ।   ନିର୍ଭୀକତାର ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ   ଥିଲେ । ଏହା ଜାଣିବା ପରେ ଆମେରିକୀୟ ଯାଞ୍ଚ୍‌କର୍ତ୍ତା  ମେକ୍ସିକୋ ଅଧିକାରୀଙ୍କ ସହ ସମ୍ପର୍କ କଲେ ଏବଂ  ସ୍ପଷ୍ଟ କଲେ ଯେ ରିଆନୋ ବାସ୍ତବରେ ଜାପୋଟିଟ୍‌ଲାନ  ପାଲମାସ ପୋଲିସ ବିଭାଗରେ ଜଣେ ପୋଲିସ ଅଧିକାରୀ  ରୂପେ କାମ

୨୦ ବର୍ଷ ଧରି ପୋଲିସ୍‌କୁ ଚକମା ଦେଉଥିଲା ଅପରାଧୀ, ଏବେ ସ୍ଵୀକାର କଲା ଦୋଷ

ନୂଆଦିଲ୍ଲୀ: ଆମେରିକା ପୋଲିସ ବିଭାଗରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । ଏଠାରେ ପୁଲିସ ଯେଉଁ ଅପରାଧୀକୁ ଦୀର୍ଘ ୨୦  ବର୍ଷ ହେଲା ଖୋଜୁଥିଲା। ସେ ପୋଲିସ୍‌ରେ ହିଁ କାମ କରୁଥିଲା ।  ଏହି କାହାଣୀର ଆରମ୍ଭ ୨୦୦୪ ମସିହା, ଡିସେମ୍ବରରୁ   ହୋଇଥିଲା । ସେତେବେଳେ ଆଣ୍ଟୋନିଓନ ରିଆନୋ ଜଣେ ବ୍ୟକ୍ତିକୁ ଗୁଳି କରି ହତ୍ୟା କରିଥିଲେ । ତା’ପରେ ସେ ଫେରାର   ହୋଇଯାଇଥିଲେ । ଦୀର୍ଘ ୨୦ ବର୍ଷ ଧରି ସେ ପୋଲିସକୁ ଚକ୍‌ମା  ଦେଇ ଚାଲିଥିଲେ । ଏହା ପରେ ପୋଲିସ ତଲାସି ଅଭିଯାନ ବନ୍ଦ  କରିଦେଇଥିଲା । କିନ୍ତୁ ରିଆନୋ ଆମେରିକାର ଟପ୍‌ ୱାଣ୍ଟେଡ୍‌  ଅପରାଧୀ ତାଲିକାରେ ରହିଥିଲେ । 

ନିକଟରେ ଜଣେ ଗୁଇନ୍ଦା  ତାଙ୍କୁ ସୋସିଆଲ ମିଡିଆ ସାଇଟ୍‌ରେ ଦେଖିବା ପରେ ତାଙ୍କ  ଫାଇଲ୍‌ ପୁଣି ଖୋଲିଲା । ୨୦ ବର୍ଷ ତଳେ ରିଆନୋ ହତ୍ୟା କରିବା ସମୟରେ  ଫେସ୍‌ବୁକ ନ ଥିଲା । ଏବେ ମାମଲାର ପୂର୍ବ ଡେପ୍ୟୁଟି  ପଲ୍‌ ନ୍ୟୁଟନ୍‌ ତାଙ୍କୁ ହଠାତ୍‌ ଫେସ୍‌ବୁକରେ ଦେଖି ଚକିତ   ହୋଇଗଲେ । ରିଆନୋ ମେକ୍ସିକୋର ଓକ୍ସାକା ରାଜ୍ୟରେ   ଜଣେ ପୁଲିସ ଅଧିକାରୀ ରୂପେ କାମ କରୁଥିଲେ ।   ନିର୍ଭୀକତାର ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ   ଥିଲେ । ଏହା ଜାଣିବା ପରେ ଆମେରିକୀୟ ଯାଞ୍ଚ୍‌କର୍ତ୍ତା  ମେକ୍ସିକୋ ଅଧିକାରୀଙ୍କ ସହ ସମ୍ପର୍କ କଲେ ଏବଂ  ସ୍ପଷ୍ଟ କଲେ ଯେ ରିଆନୋ ବାସ୍ତବରେ ଜାପୋଟିଟ୍‌ଲାନ  ପାଲମାସ ପୋଲିସ ବିଭାଗରେ ଜଣେ ପୋଲିସ ଅଧିକାରୀ  ରୂପେ କାମ କରୁଛନ୍ତି । 

ମେକ୍ସିକୋ ପୁଲିସ  ରିଆନୋଙ୍କୁ ଗିରଫ କରିବା ପରେ ଆମେରିକୀୟ  ମାର୍ଶଲଙ୍କୁ ହସ୍ତାନ୍ତର କରିବାକୁ ସହମତ  ହେଲା । ତାଙ୍କ ବିରୋଧରେ ହତ୍ୟା  ମାମଲା ରୁଜୁ କରିବା ଲାଗି ତାଙ୍କୁ ଓହାୟୋ  ନିଆଗଲା ।   ଓହାୟୋର ହାମିଲଟନ୍‌ରେ  ରାଉଣ୍ଡହାଉସ୍‌ ବାର୍‌ରେ ବେଞ୍ଜାମିନ୍‌  ବେସେରା ନାମକ ଜଣେ ବ୍ୟକ୍ତିଙ୍କୁ  ଗୁଳି କରିବାର ଭିଡିଓ ପ୍ରମାଣ  ସତ୍ତେ୍ୱ ରିଆନୋ ନିଜ  ଅପରାଧକୁ ସ୍ୱୀକାର  କରୁନଥିଲେ । କିନ୍ତୁ  ପୋଲିସ ପାଖରେ ଯଥେଷ୍ଟ   ପ୍ରମାଣ ଥିଲା ତାଙ୍କୁ  ଦୋଷୀ ସାବ୍ୟସ୍ତ  କରିବା ପାଇଁ ।