୨୦ ହଜାର ରନ୍ ପୂରା କଲେ ଚେତେଶ୍ୱର ପୂଜାରା; ସଚିନ, ଗାଭାସ୍କର ଓ ଦ୍ରାବିଡ଼ଙ୍କ ସ୍ୱତନ୍ତ୍ର କ୍ଲବ୍ରେ ସାମିଲ୍
ନୂଆଦିଲ୍ଲୀ: ଫାଷ୍ଟ କ୍ଲାସ୍ କ୍ରିକେଟ୍ରେ ୨୦ ହଜାର ରନ୍ ପୂରା କରିଛନ୍ତି ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା। ଏଭଳି କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି। ପୂଜାରାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି। ଫାଷ୍ଟ କ୍ଲାସ୍ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଥମ ସ୍ଥାନରେ ଅଛନ୍ତି। ଲିଟିଲ୍ ମାଷ୍ଟର ୫୧.୪୬ ହାରରେ ୩୪୮ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି ୨୫୮୩୪ ରନ୍ କରିଛନ୍ତି। ଫାଷ୍ଟ କ୍ଲାସ୍ କ୍ରିକେଟର ଗାଭାସ୍କର ୮୧ ଥର ଶତକ ହାସଲ କରିଛନ୍ତି। ଫାଷ୍ଟକ୍ଲାସ୍ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟର ଏହି ତାଲିକାରେ ସଚିନ ତେନ୍ଦୁଲକର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ୩୧୦ ଟି ପାଷ୍ଟ କ୍ଲାସ୍ ମ୍ୟାଚ ଖେଳି ୨୫୩୯୬ ରନ୍ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ତାଙ୍କର ଫାଷ୍ଟ କ୍ଲାସ୍ କ୍ୟାରିୟରରେ ୮୧ଟି ଶତକ ହାସଲ କରିଥିଲେ। ରାହୁଲ ଦ୍ରାବିଡ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଦଳର ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ ୨୯୮ ପାଷ୍ଟ କ୍ଲାସ୍ ମ୍ୟାଚ୍ରେ ୨୩୭୯୪ ରନ୍ କରିଛନ୍ତି। ଭାରତୀ କ୍ରିକେଟ ଟିମ୍ର ଦ ୱାଲ୍ ନାମରେ ଜଣାଶୁଣା ରାହୁଲ ଦ୍ରାବିଡ ତାଙ୍କର ଫାଷ୍ଟ କ୍ଲାସ୍ କ୍ରିକେଟ୍ କ୍ୟାରିୟରରେ ୫୫.୩୩
ନୂଆଦିଲ୍ଲୀ: ଫାଷ୍ଟ କ୍ଲାସ୍ କ୍ରିକେଟ୍ରେ ୨୦ ହଜାର ରନ୍ ପୂରା କରିଛନ୍ତି ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା। ଏଭଳି କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି। ପୂଜାରାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି।
ଫାଷ୍ଟ କ୍ଲାସ୍ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଥମ ସ୍ଥାନରେ ଅଛନ୍ତି। ଲିଟିଲ୍ ମାଷ୍ଟର ୫୧.୪୬ ହାରରେ ୩୪୮ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳି ୨୫୮୩୪ ରନ୍ କରିଛନ୍ତି। ଫାଷ୍ଟ କ୍ଲାସ୍ କ୍ରିକେଟର ଗାଭାସ୍କର ୮୧ ଥର ଶତକ ହାସଲ କରିଛନ୍ତି।
ଫାଷ୍ଟକ୍ଲାସ୍ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟ ବ୍ୟାଟର
ଏହି ତାଲିକାରେ ସଚିନ ତେନ୍ଦୁଲକର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ୩୧୦ ଟି ପାଷ୍ଟ କ୍ଲାସ୍ ମ୍ୟାଚ ଖେଳି ୨୫୩୯୬ ରନ୍ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ତାଙ୍କର ଫାଷ୍ଟ କ୍ଲାସ୍ କ୍ୟାରିୟରରେ ୮୧ଟି ଶତକ ହାସଲ କରିଥିଲେ। ରାହୁଲ ଦ୍ରାବିଡ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଦଳର ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ ୨୯୮ ପାଷ୍ଟ କ୍ଲାସ୍ ମ୍ୟାଚ୍ରେ ୨୩୭୯୪ ରନ୍ କରିଛନ୍ତି। ଭାରତୀ କ୍ରିକେଟ ଟିମ୍ର ଦ ୱାଲ୍ ନାମରେ ଜଣାଶୁଣା ରାହୁଲ ଦ୍ରାବିଡ ତାଙ୍କର ଫାଷ୍ଟ କ୍ଲାସ୍ କ୍ରିକେଟ୍ କ୍ୟାରିୟରରେ ୫୫.୩୩ ହାରରେ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ଫାଷ୍ଟ କ୍ଲାସ୍ କ୍ରିକେଟ୍ରେ ୬୮ ଥର ଶତକ ହାସଲ କରିଛନ୍ତି।
ଖାସ୍ କ୍ଲବ୍ରେ ସାମିଲ୍ ହେଲେ ଚେତେଶ୍ୱର ପୂଜାରା
ବର୍ତ୍ତମାନ ପର୍ଯ୍ୟନ୍ତ ଚେତେଶ୍ୱର ପୂଜାରା ୨୬୦ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଥିବା ବେଳେ ୨୦୦୧୩ ରନ୍ କରିଛନ୍ତି। ଏହି ଫର୍ମାଟ୍ରେ ସେ ୫୧.୯୬ ହାରରେ ରନ୍ ସଂଗ୍ରହ କରିଛନ୍ତି। ପାଷ୍ଟ କ୍ଲାସ୍ କ୍ରିକେଟ୍ରେ ପୂଜାରା ୬୧ ଶତକ ହାସଲ କରିଛନ୍ତି। ଏହି ଚାରିଜଣ ବ୍ୟାଟରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଫାଷ୍ଟ କ୍ଲାସ୍ କ୍ରିକେଟ୍ରେରେ ୨୦ ହଜାର ରନ୍ ଅତିକ୍ରମ କରି ପାରିନାହାଁନ୍ତି। ତେଣୁ ଚେତେଶ୍ୱର ପୂଜାରା ସ୍ୱତନ୍ତ୍ର କ୍ଲବରେ ସାମିଲ୍ ହୋଇଛନ୍ତି।
The post ୨୦ ହଜାର ରନ୍ ପୂରା କଲେ ଚେତେଶ୍ୱର ପୂଜାରା; ସଚିନ, ଗାଭାସ୍କର ଓ ଦ୍ରାବିଡ଼ଙ୍କ ସ୍ୱତନ୍ତ୍ର କ୍ଲବ୍ରେ ସାମିଲ୍ appeared first on Prameya News7.