୨୦୦ ଅଙ୍କ ଖସିଲା ସେନ୍ସେକ୍ସ, ତଥାପି ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ଆଇଟି ସେୟାରରେ ବିକ୍ରି ଯୋଗୁ ସେନସେକ୍ସ ଓ ନିଫ୍ଟିରେ ସପ୍ତାହର ଶେଷ କାରବାର ଦିନରେ ହ୍ରାସ ଦେଖିବାକୁ ମିଳିଛି । ସେନ୍ସେକ୍ସ ୨୦୦ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୪୨ ପଏଣ୍ଟ ଖସିବା ସତ୍ତ୍ୱେ ୨୫,୦୦୦ର ଗୁରୁତ୍ୱପୂର୍ଣ୍ଣ ସ୍ତର ବଜାୟ ରଖିବାରେ ସଫଳ ହୋଇଛି । ତେବେ ବ୍ରଡର୍ ମାର୍କେଟରେ ସ୍ଥିତି ଏହାର ବିପରୀତ ଥିଲା । ସ୍ମଲ୍କ୍ୟାପ୍-ମିଡ୍କ୍ୟାପ୍ ଇଣ୍ଡେକ୍ସରେ ଲଗାତାର ୫ମ ଦିନରେ ବୃଦ୍ଧି ଦେଖିବାକୁ ମିଳିଛି । ବିଏସ୍ଇ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୧୮ ପ୍ରତିଶତ ଓ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୮୫ ପ୍ରତିଶତ ବଢି ବନ୍ଦ ହୋଇଛି । ପ୍ରତିରକ୍ଷା ସେୟାରରେ ଲଗାତାର ଷଷ୍ଠ ଦିନରେ ବି ବୃଦ୍ଧି ଦେଖିବାକୁ ମିଳିଛି । ରେଲୱେ, ରିୟଲ ଇଷ୍ଟେଟ୍, ପାୱର, କ୍ୟାପିଟାଲ ଗୁଡ୍ସ ଓ ୟୁଟିଲିଟି ସେୟାରରେ ମଧ୍ୟ ବଡ଼ ଧରଣର କ୍ରୟ ଦେଖିବାକୁ ମିଳିଛି । ଏହି କାରଣରୁ ସେୟାର ବଜାର ନିବେଶକଙ୍କୁ ଆଜି ୨.୫ ଲାଭ ହୋଇଛି ।ଆଜିର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୨୦୦.୧୫ ଅଙ୍କ ବା ୦.୨୪ ପ୍ରତିଶତ ହ୍ରାସ ପାଇ ୮୨,୩୩୦.୫୯ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୪୨.୩୦ ପଏଣ୍ଟ ବା ୦.୧୭ ପ୍ରତିଶତ ହ୍ରାସ ପାଇ ୨୫,୦୧୯.୮୦ ସ୍ତରରେ ବନ୍ଦ ହୋଇଛି ।ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୬ରେ ବଢି ୪୪୨.୭୪ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର
ନୂଆଦିଲ୍ଲୀ: ଆଇଟି ସେୟାରରେ ବିକ୍ରି ଯୋଗୁ ସେନସେକ୍ସ ଓ ନିଫ୍ଟିରେ ସପ୍ତାହର ଶେଷ କାରବାର ଦିନରେ ହ୍ରାସ ଦେଖିବାକୁ ମିଳିଛି । ସେନ୍ସେକ୍ସ ୨୦୦ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୪୨ ପଏଣ୍ଟ ଖସିବା ସତ୍ତ୍ୱେ ୨୫,୦୦୦ର ଗୁରୁତ୍ୱପୂର୍ଣ୍ଣ ସ୍ତର ବଜାୟ ରଖିବାରେ ସଫଳ ହୋଇଛି । ତେବେ ବ୍ରଡର୍ ମାର୍କେଟରେ ସ୍ଥିତି ଏହାର ବିପରୀତ ଥିଲା । ସ୍ମଲ୍କ୍ୟାପ୍-ମିଡ୍କ୍ୟାପ୍ ଇଣ୍ଡେକ୍ସରେ ଲଗାତାର ୫ମ ଦିନରେ ବୃଦ୍ଧି ଦେଖିବାକୁ ମିଳିଛି ।
ବିଏସ୍ଇ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୧୮ ପ୍ରତିଶତ ଓ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୮୫ ପ୍ରତିଶତ ବଢି ବନ୍ଦ ହୋଇଛି । ପ୍ରତିରକ୍ଷା ସେୟାରରେ ଲଗାତାର ଷଷ୍ଠ ଦିନରେ ବି ବୃଦ୍ଧି ଦେଖିବାକୁ ମିଳିଛି । ରେଲୱେ, ରିୟଲ ଇଷ୍ଟେଟ୍, ପାୱର, କ୍ୟାପିଟାଲ ଗୁଡ୍ସ ଓ ୟୁଟିଲିଟି ସେୟାରରେ ମଧ୍ୟ ବଡ଼ ଧରଣର କ୍ରୟ ଦେଖିବାକୁ ମିଳିଛି । ଏହି କାରଣରୁ ସେୟାର ବଜାର ନିବେଶକଙ୍କୁ ଆଜି ୨.୫ ଲାଭ ହୋଇଛି ।
ଆଜିର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୨୦୦.୧୫ ଅଙ୍କ ବା ୦.୨୪ ପ୍ରତିଶତ ହ୍ରାସ ପାଇ ୮୨,୩୩୦.୫୯ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୪୨.୩୦ ପଏଣ୍ଟ ବା ୦.୧୭ ପ୍ରତିଶତ ହ୍ରାସ ପାଇ ୨୫,୦୧୯.୮୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୬ରେ ବଢି ୪୪୨.୭୪ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଶୁକ୍ରବାର ମେ ୧୫ରେ ୪୪୦.୧୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।
ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୧୬ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଇଟର୍ନଲ ସେୟାରରେ ସବୁଠୁ ଅଧିକ ୧.୩୮ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ୧୪ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରୁ ଭାରତୀ ଏୟାରଟେଲ ସେୟାରରେ ସର୍ବାଧିକ ୨.୮୧ ପ୍ରତିଶତ ହ୍ରାସ ଘଟିଛି ।