୨୦୧୪ ଖଣ୍ଡଗିରି ଟ୍ରିପଲ ମର୍ଡର : ୧୦ବର୍ଷ ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଆଜୀବନ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ବର ୧୬।୨: ୨୦୧୪ ମସିହା ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି । ୧୦ ବର୍ଷ ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ଏଡିଜେ ଭୁବନେଶ୍ୱର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ ହୋଇଛି ଅଭିଯୁକ୍ତ । ୨୦୧୪ରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସ୍ନେହ ସ୍ବାକ୍ଷର । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଡାକ୍ତର ଅତୁଲ୍ୟ ମେହେରଙ୍କ ଘରେ ପଶି ୩ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର । ଡାକ୍ତର ଅତୁଲ୍ୟ ମେହେର, ତାଙ୍କ କେୟାର ଟେକର ପ୍ରଶାନ୍ତ ବେହେରା ଓ ତାଙ୍କ ପୁଅକୁ ସ୍ନେହ ସ୍ୱାକ୍ଷର ହତ୍ୟା କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ଅତି ବୀଭତ୍ସ ଭାବେ ଏହି ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ୧୦ ବର୍ଷ ପର ଅର୍ଥାତ୍ ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । You Can Read : https://www.prameyanews7.com/firing-and-attempt-loot-at-jewellery-shop-in-sambalpur-district/ The post ୨୦୧୪ ଖଣ୍ଡଗିରି ଟ୍ରିପଲ ମର୍ଡର : ୧୦ବର୍ଷ ପରେ ଅଭିଯୁକ୍ତ ଦୋଷୀ ସାବ୍ୟ

୨୦୧୪ ଖଣ୍ଡଗିରି ଟ୍ରିପଲ ମର୍ଡର : ୧୦ବର୍ଷ ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଆଜୀବନ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ବର ୧୬।୨: ୨୦୧୪ ମସିହା ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି । ୧୦ ବର୍ଷ ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ଏଡିଜେ ଭୁବନେଶ୍ୱର କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଭିଯୁକ୍ତ ସ୍ନେହ ସ୍ବାକ୍ଷର ସାମଲକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ ହୋଇଛି ଅଭିଯୁକ୍ତ । ୨୦୧୪ରେ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସ୍ନେହ ସ୍ବାକ୍ଷର ।

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଡାକ୍ତର ଅତୁଲ୍ୟ ମେହେରଙ୍କ ଘରେ ପଶି ୩ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର । ଡାକ୍ତର ଅତୁଲ୍ୟ ମେହେର, ତାଙ୍କ କେୟାର ଟେକର ପ୍ରଶାନ୍ତ ବେହେରା ଓ ତାଙ୍କ ପୁଅକୁ ସ୍ନେହ ସ୍ୱାକ୍ଷର ହତ୍ୟା କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ଅତି ବୀଭତ୍ସ ଭାବେ ଏହି ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ୧୦ ବର୍ଷ ପର ଅର୍ଥାତ୍ ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

You Can Read :

https://www.prameyanews7.com/firing-and-attempt-loot-at-jewellery-shop-in-sambalpur-district/

The post ୨୦୧୪ ଖଣ୍ଡଗିରି ଟ୍ରିପଲ ମର୍ଡର : ୧୦ବର୍ଷ ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଆଜୀବନ ଜେଲ୍‌ ଦଣ୍ଡାଦେଶ appeared first on Prameya News7.