ଟ୍ରକ ଧକ୍କାରେ ଯୁବକ ମୃତ, ରାସ୍ତା ଉପରେ ଶବ ରଖି ଗାଁ ଲୋକଙ୍କ ରାସ୍ତାରୋକ

ପଦ୍ମପୁର : ପଦ୍ମପୁର ଗାଇସିଲାଟ ରାସ୍ତା ଖାଇରପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି । ମୃତ ଯୁବକ ଭେଲୁଆପଦର ଗ୍ରାମର କୈଳାଶ ସାହୁ (୨୬) ବୋଲି ଜଣାପଡ଼ିଛି । ତେବେ ଘର ସଂପର୍କୀୟ ଓ ଗାଁ ଲୋକେ ରାସ୍ତା ଉପରେ ଶବ ରଖି ଟ୍ରକ ଡ୍ରାଇଭରଙ୍କ ଶୀଘ୍ର ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି । ସୂଚନା ଅନୁଯାୟୀ, ଗାଇସିଲେଟ ପଟୁ ପଦ୍ମପୁରକୁ ଆସୁଥିବା ବେଳେ ଖଇରପାଲି […] The post ଟ୍ରକ ଧକ୍କାରେ ଯୁବକ ମୃତ, ରାସ୍ତା ଉପରେ ଶବ ରଖି ଗାଁ ଲୋକଙ୍କ ରାସ୍ତାରୋକ appeared first on KNews Odisha.

ଟ୍ରକ ଧକ୍କାରେ ଯୁବକ ମୃତ, ରାସ୍ତା ଉପରେ ଶବ ରଖି ଗାଁ ଲୋକଙ୍କ ରାସ୍ତାରୋକ
accident

ପଦ୍ମପୁର : ପଦ୍ମପୁର ଗାଇସିଲାଟ ରାସ୍ତା ଖାଇରପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି । ମୃତ ଯୁବକ ଭେଲୁଆପଦର ଗ୍ରାମର କୈଳାଶ ସାହୁ (୨୬) ବୋଲି ଜଣାପଡ଼ିଛି । ତେବେ ଘର ସଂପର୍କୀୟ ଓ ଗାଁ ଲୋକେ ରାସ୍ତା ଉପରେ ଶବ ରଖି ଟ୍ରକ ଡ୍ରାଇଭରଙ୍କ ଶୀଘ୍ର ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ।

ସୂଚନା ଅନୁଯାୟୀ, ଗାଇସିଲେଟ ପଟୁ ପଦ୍ମପୁରକୁ ଆସୁଥିବା ବେଳେ ଖଇରପାଲି ନିକଟରେ ଟ୍ରକଟି କୈଳାଶ ସାହୁଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଥିବା ବେଳେ ଟ୍ରକ ଡ୍ରାଇଭର ଟ୍ରକ ଧରି ଫେରାର ହୋଇଯାଇଥିଲା । ଏ ନେଇ ଉତ୍ୟକ୍ତ ଜନତା ରାସ୍ତା ରୋକ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।

The post ଟ୍ରକ ଧକ୍କାରେ ଯୁବକ ମୃତ, ରାସ୍ତା ଉପରେ ଶବ ରଖି ଗାଁ ଲୋକଙ୍କ ରାସ୍ତାରୋକ appeared first on KNews Odisha.