୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି : ବିଜେଡିରୁ ତଡ଼ା ଖାଇଥିବା ନେତାଙ୍କୁ କୋଳେଇ ନେଉଛି
ଭୁବନେଶ୍ବର : ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ କମିଶନ ୨୦୨୪ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପିର ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ। […]

ଭୁବନେଶ୍ବର : ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ କମିଶନ ୨୦୨୪ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପିର ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ। ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଅକ୍ଷମ। ଯେଉଁଥି ପାଇଁ ଅପରାଧୀ, ଜନବିରୋଧୀ ନେତାଙ୍କୁ ନିଜ ଦଳରେ ସାମିଲ କରୁଛି।
ରବିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ୟ ବିଜେପି କୋଳାଇ ନେଉଛି। ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ କରିଥିଲା। ସେତେବେଳେ ବି ରାଜନୈତିକ ବୟାନବାଜି ଚାଲିଥିଲା। ମାତ୍ର ତେବେ ୨୦୧୯ରେ ଯାହା ଫଳାଫଳ ଆସିଲା ତାହା ସମସ୍ତ ଜାଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର।
୨୦୧୯ରେ ଯେଉଁ ନେତାମାନଙ୍କୁ ଟିକେଟ ଦେବାର ସମ୍ଭାବନା ନଥିଲା ବା ଟିକେଟ ଦେବା ସମ୍ଭାବନା କ୍ଷୀଣ ଥିଲା , ଯେଉଁମାନଙ୍କୁ ଦଳରୁ ବାହାର କରିଦିଆଯାଇଥିଲା ଏବଂ ଯେଉଁମାନେ ବିଜେଡିରେ ନିଜର ଭବିଷ୍ୟତ ଦେଖିପାରୁ ନଥିଲେ ସେମାନଙ୍କୁ ରାଜ୍ୟ ବିଜେପି କୋଳେଇ ନେଇଥିଲା। ମାତ୍ର ଫଳାଫଳ କଣ ହୋଇଥିଲା ତାହା ସମସ୍ତେ ଜାଣନ୍ତି। ୨୦୨୪ ପୂର୍ବରୁ ବିଜେପିରେ ଦେଖାଯାଇଛି ୨୦୧୯ ଫର୍ମୂଲା। ଯେଉଁମାନେ ଜଘନ୍ୟ ଆପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ , ଯେଉଁମାନେ ଜନବିରୋଧୀ କାର୍ଯ୍ୟ ବିଜେଡିରୁ ତଡା ଖାଇଥିଲେ, ଯେଉଁମାନେ ବିଜେଡିରୁ ଟିକେଟ ପାଇବେନି ବୋଲି ନିଶ୍ଚିତ ହୋଇଥିଲେ ସେମାନେ ରାଜ୍ୟ ବିଜେପିରେ ସାମିଲ ହେଉଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ଓଡ଼ିଶା ବିଜେପି ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ଯାଉଛି। ଯେଉଁମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ସେମାନଙ୍କୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ୨୦୧୯ରେ ଏଭଳି ନେତାଙ୍କୁ ରାଜ୍ୟବାସୀ ଯେଭଳି ଜବାବ ଦେଇଥିଲେ ଠିକ ସେପରି ୨୦୨୪ରେ ରାଜ୍ୟବାସୀ ଜବାବ ଦେବେ ବୋଲି ସେ କହିଛନ୍ତି।