୨୦୨୦ ରଣନୀତିରେ ଫେଲ ସରକାର: ନବଜାତ ମୃତ୍ୟୁ ରୋକିବାରେ ଅସଫଳ

କନକ ବ୍ୟୁରୋ: କାମଦେଲାନି ରଣନୀତି, କମିଲାନି ଶିଶୁ ମୃତ୍ୟୁହାର। ୨୦୨୦ରେ ନବଜାତକ ମୃତ୍ୟୁ ହାର ୨୩ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏହା ଏବେ ୨୭ ପ୍ରତିଶତ ରହିଛି। ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ମଧ୍ୟ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ରହିଛି । ରାଜ୍ୟରେ ଶିଶୁରୋଗ ବିଶେଷଜ୍ଞଙ୍କ ଅଭାବ ଏହାର କାରଣ ବୋଲି କୁହାଯାଉଛି । ଶିଶୁ ମୃତ୍ୟୁ ହାର କମେଇବାରେ ସଫଳ ହୋଇପାରିଲେନି ରାଜ୍ୟ ସରକାର। ୨୦୨୦ ପର୍ୟ୍ୟନ୍ତ ରଖାଯାଇଥିବା ଲକ୍ଷ୍ୟ ପୂରଣରେ ଅସଫଳ। ୨୦୨୦ରେ ନବଜାତ ମୃତ୍ୟୁ ହାର ୨୩କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨୭ରେ ଅଟକି ଯାଇଥିଲା ନବଜାତକ ମୃତ୍ୟୁ ହାର। ସେହିପରି ଶିଶୁ ମୃତ୍ୟୁ ହାର ୩୦କୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୩୬.୩ରେ ଅଟକିଛି। ମାତୃ ମୃତ୍ୟୁ ହାର ୧୧୭କୁ କମେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହା ୧୩୬ ରହିଛି। ତେବେ କେଉଁଠି ରହିଲା ସମସ୍ୟା। ଅଡ଼ିଟ ରିର୍ପୋରେ ସାମ୍ନାକୁ ଆସିଛି ସାଘାଂତିକ ସତ। ନଜର ପକାନ୍ତୁ ରିର୍ପୋଟର କିଛି ତଥ୍ୟ ଉପରେ - ଗର୍ଭଧାରଣ ସମୟରେ ଜଣେ ମହିଳା ଅତି କମରେ ୪ ଟି ଚେକଅପ ସୁବିଧା ପାଇବା କଥା।-ଯାହା ଦ୍ବାରା ଯଦି କୈଣସି ସମସ୍ୟା ଥାଏ ପୁର୍ବରୁ ଜାଣି ସର୍ତକ ହେବେ।- କିନ୍ତୁ ୨୦୧୭ ରୁ ୨୦୨୧ ମଧ୍ୟରେ ୧୮ ପ୍ରତିଶତ ମହିଳା ସର୍ବନିମ୍ନ ପ୍ରସବ ଯତ୍ନରୁ ବଚିଂତ- ୧୪ ପ୍ରତିଶତ ମହିଳା ୧୮୦ ଆଇଏଫଏ ବଟିକା ଓ ୪୪ ପ୍ରତିଶତ ମହିଳା ୩୬୦ କ୍ୟାଲସିୟମ ବଟ

୨୦୨୦ ରଣନୀତିରେ ଫେଲ ସରକାର: ନବଜାତ ମୃତ୍ୟୁ ରୋକିବାରେ ଅସଫଳ

କନକ ବ୍ୟୁରୋ: କାମଦେଲାନି ରଣନୀତି, କମିଲାନି ଶିଶୁ ମୃତ୍ୟୁହାର। ୨୦୨୦ରେ ନବଜାତକ ମୃତ୍ୟୁ ହାର ୨୩ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏହା ଏବେ ୨୭ ପ୍ରତିଶତ ରହିଛି। ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ମଧ୍ୟ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ରହିଛି । ରାଜ୍ୟରେ ଶିଶୁରୋଗ ବିଶେଷଜ୍ଞଙ୍କ ଅଭାବ ଏହାର କାରଣ ବୋଲି କୁହାଯାଉଛି ।

ଶିଶୁ ମୃତ୍ୟୁ ହାର କମେଇବାରେ ସଫଳ ହୋଇପାରିଲେନି ରାଜ୍ୟ ସରକାର। ୨୦୨୦ ପର୍ୟ୍ୟନ୍ତ ରଖାଯାଇଥିବା ଲକ୍ଷ୍ୟ ପୂରଣରେ ଅସଫଳ। ୨୦୨୦ରେ ନବଜାତ ମୃତ୍ୟୁ ହାର ୨୩କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୨୭ରେ ଅଟକି ଯାଇଥିଲା ନବଜାତକ ମୃତ୍ୟୁ ହାର। ସେହିପରି ଶିଶୁ ମୃତ୍ୟୁ ହାର ୩୦କୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୩୬.୩ରେ ଅଟକିଛି। ମାତୃ ମୃତ୍ୟୁ ହାର ୧୧୭କୁ କମେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହା ୧୩୬ ରହିଛି। ତେବେ କେଉଁଠି ରହିଲା ସମସ୍ୟା। ଅଡ଼ିଟ ରିର୍ପୋରେ ସାମ୍ନାକୁ ଆସିଛି ସାଘାଂତିକ ସତ। ନଜର ପକାନ୍ତୁ ରିର୍ପୋଟର କିଛି ତଥ୍ୟ ଉପରେ

- ଗର୍ଭଧାରଣ ସମୟରେ ଜଣେ ମହିଳା ଅତି କମରେ ୪ ଟି ଚେକଅପ ସୁବିଧା ପାଇବା କଥା।
-ଯାହା ଦ୍ବାରା ଯଦି କୈଣସି ସମସ୍ୟା ଥାଏ ପୁର୍ବରୁ ଜାଣି ସର୍ତକ ହେବେ।
- କିନ୍ତୁ ୨୦୧୭ ରୁ ୨୦୨୧ ମଧ୍ୟରେ ୧୮ ପ୍ରତିଶତ ମହିଳା ସର୍ବନିମ୍ନ ପ୍ରସବ ଯତ୍ନରୁ ବଚିଂତ
- ୧୪ ପ୍ରତିଶତ ମହିଳା ୧୮୦ ଆଇଏଫଏ ବଟିକା ଓ ୪୪ ପ୍ରତିଶତ ମହିଳା ୩୬୦ କ୍ୟାଲସିୟମ ବଟିକା ପାଇ ନଥିଲେ
- ଜନ୍ମର ୪୮ ଘଣ୍ଟା ଉଭୟ ମା ଓ ଶିଶୁ ବଚିଂବା ପାଇଁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଅଧିକ ନୀରିକ୍ଷଣ ଆବଶ୍ୟକ କରନ୍ତି। 
- କିନ୍ତୁ ୩୬ ପ୍ରତିଶତ ମା ପ୍ରସବ କରିବାର ୪୮ ଘଣ୍ଟା ମଧ୍ୟରେ ଡ଼ିସଚାର୍ଜ କରାଯାଇଛି। 

ଅନ୍ୟପଟେ ରାଜ୍ୟରେ ଶିଶୁ ରୋଗ ବିଶେଷଞ ମଧ୍ୟ ନାହାନ୍ତି। ରାଜ୍ୟର ଡ଼ିଏଚଏଚ ଗୁଡ଼ିକରେ ୫୧ ପ୍ରତିଶତ ଶିଶୁରୋଗ ବିଶେଷଞଙ୍କ ଅଭାବ ରହିଛି। ୯ଟି ଜିଲ୍ଲାରେ ସିଏଚସି ଗୁଡ଼ିକରେ ଜଣେ ହେଲେ ବିଶେଷଞ ନାହାନ୍ତି। ଯାହା ନବଜାତ ଶିଶୁମୃତ୍ୟୁ ପାଇଁ କାରଣ ବୋଲି କୁହାଯାଉଛି। 
ପୂର୍ବରୁ ମା ଓ ଶିଶୁମୃତ୍ୟୁହାର କମାଇବାରେ ଲକ୍ଷ ରଖି ସଫଳ ହୋଇନଥିଲେ ସରକାର । ତେବେ ଏହାକୁ ରୋକିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ।