୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ, ନଜର ପକାନ୍ତୁ କେଉଁ ଆସନରେ କିଏ ହେଲେ ବିଜୟୀ
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ... The post ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ, ନଜର ପକାନ୍ତୁ କେଉଁ ଆସନରେ କିଏ ହେଲେ ବିଜୟୀ appeared first on .
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି ଚାଲିଛି । ମିଳିଥିବା ସୂଚନା ଅନୁସାରେ, ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ବିଜୟ ହୋଇଛି । ସେହିପରି ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ଭୁବନେଶ୍ବର ମଧ୍ୟ ଆସନରୁ ଅନନ୍ତ ନାରାୟଣ ଜେନା, ବସ୍ତାରୁ ସୁଭାଷିନୀ ଜେନା, ବିଞ୍ଝାରପୁର ପ୍ରମିଳା ମଲ୍ଲିକ, ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ, ବାଲିଗୁଡ଼ାରୁ ଚକ୍ରମଣୀ କହଁର, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ଘଷିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟକୁରରୁ ଅରବିନ୍ଦ ମହାପାତ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ, ଖଡ଼ିଆଳରୁ ଅଧିରାଜ ମୋହନ ପାଣିଗ୍ରାହୀ, ଭୋଗରାଇରୁ ଗୌତମବୁଦ୍ଧ ଦାସ, ପୁରୀରୁ ସୁନୀଲ ମହାନ୍ତି, ରାଉରକେଲାରୁ ସାରଦା ନାୟକ, ରେଢ଼ାଖୋଲରୁ ପ୍ରଶନ୍ନ ଆଚାର୍ଯ୍ୟ, ସୋନପୁରରୁ ନିରଞ୍ଜନ ପୂଜାରୀ ଏବଂ ଆଳିରୁ ପ୍ରତାପ କେଶରୀ ଦେବ ବିଜୟୀ ହୋଇଛନ୍ତି ।
ସେହିପରି ବ୍ରଜରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ରଘୁନାଥପାଲ୍ଲୀରୁ ଦୁର୍ଗାଚରଣ ସେଠୀ, କୁଚିଣ୍ଡା ରବି ନାରାୟଣ ନାଏକ, ରଣପୁରରୁ ସୁରମା ପାଢ଼ୀ, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ବାଇଁ, ବରଗଡ଼ରୁ ଅଶ୍ବିନୀ କୁମାର ଷଢ଼ଙ୍ଗୀ, ଅତାବିରାରୁ ନିହାର ରଞ୍ଜନ ମହାନନ୍ଦ, ମାଲକାନଗିରିରୁ ନରସିଂହ ମାଡ଼କାମି, ଯଶୀପୁରରୁ .. କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ, ବଡ଼ସାହିରୁ ସନାତନ ବିଜୁଳି, ଧର୍ମଗଡ଼ରୁ ସୁଧିର ରଞ୍ଜନ ପାଟ୍ଟଯୋଶୀ, ରଣପୁରରୁ ସୁରମା ପାଢ଼ୀ, ଟିଟିଲାଗଡ଼ରୁ ନବୀନ ଜୈନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳରୁ କହ୍ନେଇଚରଣ ହଙ୍ଗ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, କଟକ ସଦରରୁ ପ୍ରକାଶ ସେଠୀ, ଭଟଲିରୁ ଇରାଶିଷ ଆଚାର୍ଯ୍ୟ, ଭୁବନେଶ୍ବର ଏକାମ୍ରରୁ ବାବୁ ସିଂ, ବୌଦ୍ଧରୁ ସରୋଜ କୁମାର ପ୍ରଧାନ, ଚିଲିକା ପୃଥୀରାଜ ହରିଚନ୍ଦନ, ଖୋର୍ଦ୍ଧା ପ୍ରଶାନ୍ତ ଜଗଦ୍ଦେବ ଏବଂ ମାଲକାନଗିରିରୁ ନରସିଂହ ମାଡକାମୀଙ୍କ ବିଜୟ ହୋଇଛି ।
ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲା ଚିତ୍ରକୋଣ୍ଡା ଆସନରେ ବିଜୟୀ ହୋଇଛନ୍ତି । ସାନଖେମୁଣ୍ଡିରୁ ରମେଶ ଜେନା, ଭବାନୀପାଟଣାରୁ ସାଗର ଦାଶ ଏବଂ ପଟ୍ଟାଙ୍ଗୀ ରାମଚନ୍ଦ୍ର କାଡାମ ବିଜୟୀ ହୋଇଛନ୍ତି ।
The post ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ, ନଜର ପକାନ୍ତୁ କେଉଁ ଆସନରେ କିଏ ହେଲେ ବିଜୟୀ appeared first on .