୨୦୨୪ ସାମରିକ ଶକ୍ତି ରାଙ୍କିଙ୍ଗ: ପ୍ରଥମ ସ୍ଥାନରେ ଆମେରିକା, ଭାରତ କେତେ ନମ୍ବରରେ

୧୪୫ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

୨୦୨୪ ସାମରିକ ଶକ୍ତି ରାଙ୍କିଙ୍ଗ: ପ୍ରଥମ ସ୍ଥାନରେ ଆମେରିକା, ଭାରତ କେତେ ନମ୍ବରରେ

ବିଶ୍ୱରେ କେଉଁ ଦେଶର ସାମରିକ ଶକ୍ତି କେତେ? ଏହାକୁ ନେଇ ଚଳିତ ବର୍ଷର ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ଫାୟାରପାୱାର ନାମକ ଏକ ୱେବ୍‌ସାଇଟ୍‌, ଯାହା ପୂରା ବିଶ୍ୱର ପ୍ରତିରକ୍ଷା ସୂଚନା ଉପରେ ନଜର ରଖେ।

‘ଗ୍ଲୋବାଲ ଫାୟାରପାୱାର’ର ରିପୋର୍ଟ ଅନୁଯାୟୀ ଆମେରିକାର ସାମରିକ ଶକ୍ତି ସବୁଠୁ ଅଧିକ। ଆମେରିକା ତାଲିକାର ପ୍ରଥମ ସ୍ଥାନରେ ରହିଛି। ଏହା ତଳକୁ ରୁଷିଆ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଚୀନ। ଆଉ ଭାରତ ରହିଛି ଚତୁର୍ଥ ସ୍ଥାନରେ।

ତାଲିକାର ୫ମ ସ୍ଥାନରେ ଦକ୍ଷିଣ କୋରିଆ ରହିଥିବା ବେଳେ ୟୁକେ ଷଷ୍ଠ, ଜାପାନ ସପ୍ତମ, ତୁର୍କୀ ଅଷ୍ଟମ, ପାକିସ୍ତାନ ନବମ ଓ ଇଟାଲୀ ୧୦ମ ସ୍ଥାନରେ ରହିଛନ୍ତି। 

ମୋଟ ୧୪୫ଟି ଦେଶର ସାମରିକ ଶକ୍ତିକୁ ସମୀକ୍ଷା କରିବା ପରେ ‘ଗ୍ଲୋବାଲ ଫାୟାରପାୱାର’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ୬୦ରୁ ଅଧିକ ପ୍ରକାରର ମାନକୁ ନେଇ ତର୍ଜମା କରିଥିଲା ‘ଗ୍ଲୋବାଲ ଫାୟାରପାୱାର’। ସେଗୁଡ଼ିକ ମଧ୍ୟରେ ରହିଥିଲା ସୈନ୍ୟବଳ, ସାମରିକ ଅସ୍ତ୍ରଶସ୍ତ୍ର, ଅତ୍ୟାଧୁନିକ ଟେକ୍ନୋଲୋଜି, ଆର୍ଥିକ ସ୍ଥିରତା ଓ ଭୌଗୋଳିକ ସ୍ଥିତି।

ପ୍ରତିବର୍ଷ କିଭଳି ଏହି ରାଙ୍କିଙ୍ଗରେ ଦେଶଗୁଡ଼ିକର ସ୍ଥାନ ବଦଳୁଛି, ସେ ବିଷୟରେ ମଧ୍ୟ ରିପୋର୍ଟରେ ଆଲୋକପାତ କରିଛି ‘ଗ୍ଲୋବାଲ ଫାୟାରପାୱାର’।

ସବୁଠାରୁ କମ୍ ସାମାରିକ ଶକ୍ତି ଥିବା ଦେଶଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଭୁଟାନ। ଏହି ତାଲିକାରେ ସୋମାଲି, ବେନିନ, ଲିବେରିଆ ଓ ସେଣ୍ଟ୍ରାଲ୍ ଆଫ୍ରିକାନ ରିପବ୍ଲିକ୍ ଭଳି ଦେଶ ରହିଛନ୍ତି।

.