୨୦୨୫ ECOSOC ଯୁବ ଫୋରମରେ ମତ ଉପସ୍ଥାପନ କଲା କିସ୍

ଭୁବନେଶ୍ୱର : AI ମାଧ୍ୟମରେ ଯୁବ ମହିଳାଙ୍କୁ ସଶକ୍ତ କରିବା ନେଇ ୨୦୨୫ ECOSOC ଯୁବ ଫୋରମରେ କିସ୍ ନିଜର ମତ ଉପସ୍ଥାପନ କରିଛି ।   କିସ୍ ପକ୍ଷରୁ କିସ୍ ବିଶ୍ବବିଦ୍ୟାଳୟ କୁଳାଧିପତି ସତ୍ୟ ଏସ ତ୍ରିପାଠୀ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର AI ମାଧ୍ୟମରେ ଯୁବ ମହିଳାଙ୍କୁ ସଶକ୍ତ କରିବା :  ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ବିକାଶ ପାଇଁ ଡିଜିଟାଲ୍ ବିଭାଜନକୁ ଦୂର କରିବା ଶୀର୍ଷକ” ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନିଜ ମତ […] The post ୨୦୨୫ ECOSOC ଯୁବ ଫୋରମରେ ମତ ଉପସ୍ଥାପନ କଲା କିସ୍ appeared first on KNews Odisha.

୨୦୨୫ ECOSOC ଯୁବ ଫୋରମରେ ମତ ଉପସ୍ଥାପନ କଲା କିସ୍
kiss story

ଭୁବନେଶ୍ୱର : AI ମାଧ୍ୟମରେ ଯୁବ ମହିଳାଙ୍କୁ ସଶକ୍ତ କରିବା ନେଇ ୨୦୨୫ ECOSOC ଯୁବ ଫୋରମରେ କିସ୍ ନିଜର ମତ ଉପସ୍ଥାପନ କରିଛି ।   କିସ୍ ପକ୍ଷରୁ କିସ୍ ବିଶ୍ବବିଦ୍ୟାଳୟ କୁଳାଧିପତି ସତ୍ୟ ଏସ ତ୍ରିପାଠୀ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର AI ମାଧ୍ୟମରେ ଯୁବ ମହିଳାଙ୍କୁ ସଶକ୍ତ କରିବା :  ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ବିକାଶ ପାଇଁ ଡିଜିଟାଲ୍ ବିଭାଜନକୁ ଦୂର କରିବା ଶୀର୍ଷକ” ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନିଜ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଶ୍ବର ବହୁ ପ୍ରମୁଖ ବିଶ୍ୱସ୍ତରୀୟ ସଂଗଠନ, ଜାତିସଂଘ ଏଜେନ୍ସି, ନୀତି ଥିଙ୍କଟ୍ୟାଙ୍କ ଏବଂ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରସ୍ତାବ ଦାଖଲ କରାଯାଇଥିଲା ।  ତେବେ ପୁଙ୍ଖାନୁପୁଙ୍ଖ ଏବଂ ପ୍ରତିଯୋଗିତାମୂଳକ ଚୟନ ପ୍ରକ୍ରିୟା ପରେ କିସ୍ କୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମନୋନୀତ କରାଯାଇଥିଲା।  ଅବହେଳିତ ଜନଜାତି ଯୁବତୀଙ୍କ ବିକାଶ ଦିଗରେ କିସ୍ ର ପ୍ରଭାବୀ କାର୍ଯ୍ୟର ସମୀକ୍ଷା କରାଯିବା ପରେ କିସ୍ ଏହି ସ୍ୱୀକୃତି ହାସଲ କରିପାରିଛି ।

ଏହି କାର୍ଯ୍ୟକ୍ରମ କିସ୍ ର ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ସେମାନଙ୍କର ଦୃଷ୍ଟିକୋଣ, ଅଭ୍ୟାସ ଏବଂ ଆକାଂକ୍ଷାକୁ ବିଶ୍ୱ ଦର୍ଶକଙ୍କ ଲୋକ ଲୋଚନକୁ ଓ ବିଶ୍ୱବ୍ୟାପୀ ସମାନ ମନୋଭାବ ଥିବା ପ୍ରତିଷ୍ଠାନ ଏବଂ ବିଶେଷଜ୍ଞମାନଙ୍କ ସହିତ ଗଭୀର ନେଟୱାର୍କ ଗଠନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା ।

Also read: ଜେଇଇ ମେନରେ କିସ୍‍ର ୧୨ ଛାତ୍ରଛାତ୍ରୀଙ୍କ ସଫଳତା, ଡକ୍ଟର ଅଚ୍ୟୁତ ସାମନ୍ତ ଜଣାଇଲେ ଶୁଭେଚ୍ଛା

 

The post ୨୦୨୫ ECOSOC ଯୁବ ଫୋରମରେ ମତ ଉପସ୍ଥାପନ କଲା କିସ୍ appeared first on KNews Odisha.