୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ
ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ ଯାହା ସାଧାରଣତଃ ଅନେକ କୋଟି ବରଫ କଣିକା ଏବଂ କ୍ଷୁଦ୍ର ପଥର ଖଣ୍ଡରେ ନିର୍ମିତ। ଉକ୍ତ ଚମତ୍କାର ବୈଶିଷ୍ଟ୍ୟ ଯୋଗୁ ଅନେକ ଶତାବ୍ଦୀ ଧରି ବହୁ ଜ୍ୟୋତିର୍ବିଜ୍ଞାନୀ ଏବଂ ମହାକାଶ ଉତ୍ସାହୀମାନେ ଶନି ଗ୍ରହ ପ୍ରତି ଆକର୍ଷିତ ହୋଇ ଆସିଛନ୍ତି। ତେବେ ଆସନ୍ତା ବର୍ଷ ମାର୍ଚ୍ଚରୁ […] The post ୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ appeared first on Dharitri Odia News.
ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥାଏ ଯାହା ସାଧାରଣତଃ ଅନେକ କୋଟି ବରଫ କଣିକା ଏବଂ କ୍ଷୁଦ୍ର ପଥର ଖଣ୍ଡରେ ନିର୍ମିତ। ଉକ୍ତ ଚମତ୍କାର ବୈଶିଷ୍ଟ୍ୟ ଯୋଗୁ ଅନେକ ଶତାବ୍ଦୀ ଧରି ବହୁ ଜ୍ୟୋତିର୍ବିଜ୍ଞାନୀ ଏବଂ ମହାକାଶ ଉତ୍ସାହୀମାନେ ଶନି ଗ୍ରହ ପ୍ରତି ଆକର୍ଷିତ ହୋଇ ଆସିଛନ୍ତି। ତେବେ ଆସନ୍ତା ବର୍ଷ ମାର୍ଚ୍ଚରୁ ଏହି ଚମତ୍କାରୀ ବଳୟ ଅଦୃଶ୍ୟ ହୋଇଯିବ ବୋଲି ଗ୍ରହ ଏବଂ ପରିବେଶ ସମ୍ବନ୍ଧୀୟ ଆମେରିକୀୟ ଓ୍ବେବସାଇଟ୍ ‘ଆର୍ଥ ଡଟ୍ କମ୍’ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ତେବେ ବାସ୍ତବରେ ଶନି ଏହାର ବଳୟକୁ ହରାଇବ ନାହିଁ, କିନ୍ତୁ ୨୦୨୫ରୁ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ଏହି ରିପୋର୍ଟ ପ୍ରକାଶ କରିଛି।
ଶନି ଗ୍ରହର ଗଠନ ଓ ବ୍ୟବସ୍ଥା ଅନୁଯାୟୀ ଏହା ୨୬.୭ ଡିଗ୍ରୀ ଆକ୍ସିଆଲ ଟିଲ୍ଟ ସହ ନିଜ ଅକ୍ଷ ପଥରେ ଘୂର୍ଣ୍ଣନ କରିଥାଏ। ଫଳରେ ପୃଥିବୀଠାରୁ ଏହାର ବଳୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦୃଶ୍ୟମାନ ହୋଇଥାଏ। ଯେହେତୁ ଶନି ଗ୍ରହର ଅକ୍ଷ ନିଜସ୍ବ ପଦ୍ଧତିରେ ଘୂର୍ଣ୍ଣନ କରିଥାଏ, କିଛି ବର୍ଷ ପରେ ଏହାର ବଳୟ ପୃଥିବୀବାସୀଙ୍କ ଦୃଷ୍ଟିକୋଣରୁ ଧୀରେ ଧୀରେ ଲୁଚି ଯାଇଥାଏ। ଏକ ନିର୍ଦ୍ଦିଷ୍ଟ ସମୟରେ ଶନି ଏବଂ ପୃଥିବୀର ବିଶେଷ ସ୍ଥିତି ଯୋଗୁ ଶନିର ବଳୟ ପୃଥିବୀ ପୃଷ୍ଠରୁ କମ୍ ଦୃଶ୍ୟମାନ ଅବା ଅଦୃଶ୍ୟ ହୋଇଯାଇଥାଏ। ତେବେ ଶନିର ବଳୟ ଦୃଶ୍ୟମାନ ନ ହେବା ଘଟଣା ଅସ୍ଥାୟୀ ବୋଲି ଉକ୍ତ ରିପୋର୍ଟ କହିଛି। ଶନି ଗ୍ରହ ସୂର୍ଯ୍ୟ ପରିକ୍ରମା କରିବା ସହ ପ୍ରତି ୨୯.୫ ବର୍ଷରେ ଏହି ଘଟଣାର ପୁନରାବୃତ୍ତି ଘଟିଥାଏ। ଉକ୍ତ ବିଶେଷ ସ୍ଥିତିରେ ଶନି କମ୍ ଦୃଶ୍ୟମାନ ହୋଇଥାଏ ଅଥବା ଅଦୃଶ୍ୟ ହୋଇଯାଇଥାଏ। ତେବେ ମାର୍ଚ୍ଚ ୨୦୨୫ ପରେ ଶନିଙ୍କ ଅବିରତ କକ୍ଷ ପଥ ଧୀରେ ଧୀରେ ବଳୟକୁ ପୁନର୍ବାର ଦୃଶ୍ୟମାନ କରାଇବ। ତେବେ ଆସନ୍ତା ବର୍ଷ ନଭେମ୍ବର ବେଳକୁ ଏହା ପୁନର୍ବାର ଅଦୃଶ୍ୟ ହୋଇଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଭାହେ ପେରୁମିୟନ୍ଙ୍କ ଅନୁଯାୟୀ, ୨୦୨୫ ମାର୍ଚ୍ଚରୁ ପୃଥିବୀପୃଷ୍ଠରୁ ଶନିର ବଳୟ ଦୃଶ୍ୟମାନ ହୋଇପାରୁ ନ ଥିଲେ ମଧ୍ୟ ଏହା ଶନିର ଚାରିପଟେ ପୂର୍ବପରି ରହିଥିବ। ୨୦୩୨ ସୁଦ୍ଧା ଏହି ବଳୟ ପୁନର୍ବାର ଦୃଶ୍ୟମାନ ହେବ। ପୃଥିବୀ ପ୍ରତି ୧୩ରୁ ୧୫ ବର୍ଷରେ ଶନିଙ୍କ ବଳୟକୁ ଏକ ନିର୍ଦ୍ଦିଷ୍ଟ କୋଣରୁ ଦେଖିଥାଏ। ସେତେବେଳେ କମ୍ ଆଲୋକ ପ୍ରତିଫଳିତ ହେବା କାରଣରୁ ଶନିର ବଳୟକୁ ଦେଖିବା ବହୁତ କଷ୍ଟକର ହୋଇପଡ଼େ ଏବଂ ପ୍ରାୟତଃ ଏହି ବଳୟ ଦୃଶ୍ୟମାନ ହୁଏନାହିଁ। ଶେଷ ଥର ପାଇଁ ୨୦୦୯ରେ ଏପରି ଘଟିଥିବା ପେରୁମିୟନ୍ କହିଛନ୍ତି।
The post ୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ appeared first on Dharitri Odia News.