୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପୁରୁଣା ବଜାରରେ ନବର୍ନିମିତ ଆଶ୍ରମକୁ ଶନିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲ କେନ୍ଦୁଝର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ବିନ୍ଦୁ ଏବଂ ବଡ଼ବିଲ କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ଜୟନ୍ତୀ। ଶନିବାର ସୁଖ ଶାନ୍ତି ସରୋବର ନାମକ ଏହି ଭବ୍ୟ ଆଶ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର […] The post ୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ… appeared first on Dharitri Odia News.

୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପୁରୁଣା ବଜାରରେ ନବର୍ନିମିତ ଆଶ୍ରମକୁ ଶନିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲ କେନ୍ଦୁଝର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ବିନ୍ଦୁ ଏବଂ ବଡ଼ବିଲ କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ଜୟନ୍ତୀ। ଶନିବାର ସୁଖ ଶାନ୍ତି ସରୋବର ନାମକ ଏହି ଭବ୍ୟ ଆଶ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଏବଂ ବ୍ରହ୍ମକୁମାରୀ ସଂଗଠନର ଅତିରିକ୍ତ ମୁଖ୍ୟ ପରିଚାଳିକା ବ୍ରହ୍ମକୁମାରୀ ଜୟନ୍ତୀ, କଟକ ଉପଖଣ୍ଡର ନିର୍ଦ୍ଦେଶିକା ବ୍ରହ୍ମ କୁମାରୀ କମଲେଶ ଉପସ୍ଥିତ ରହିବେ। ବର୍ତ୍ତମାନ ସମୟରେ ସମାଜରେ ଅଶାନ୍ତି ଏବଂ ଜଞ୍ଜାଳରୁ ମୁକ୍ତି ପାଇଁ ଆଧ୍ୟାତ୍ମିକ ଜ୍ଞାନ ତଥା ଧ୍ୟାନ ମାଧ୍ୟମରେ ସମାଜକୁ ଶୃଙ୍ଖଳିତ କରିବା ପାଇଁ ଏହି ଆଶ୍ରମ କାର୍ଯ୍ୟ କରିବ ବୋଲି ବୋଲି କେନ୍ଦୁଝର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ବିନ୍ଦୁ କହିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଗଦେବା ପାଇଁ ସଂଗଠନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ନିବେଦନ କରାଯାଇଛି।

The post ୨୧ରେ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ, ସୂଚନା ଦେଇ କହିଲେ… appeared first on Dharitri Odia News.