୨୧୭୧ ବୋତଲ କଫ୍ସିରପ୍ ଜବତ: ଦମ୍ପତିଙ୍କୁ ମାଡ଼ିବସିଲା ପୋଲିସ
ବରଗଡ଼,୨୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାରକୁ ନେଇ ଜନଅସନ୍ତୋଷ ଲାଗିରହିଛି। ଅନ୍ୟପଟେ ଏହାକୁ ନେଇ ଲୋକେ ବିଷୋଦ୍ଗାର କରିବା ପରେ ପୋଲିସ ଧରପଗଡ଼ ଅଭିଯାନକୁ ଜୋର୍ଦାର କରିଛି। ସୋମବାର ସକାଳେ ସ୍ଥାନୀୟ ଟାଉନ ଥାନା ପୋଲିସ ବରଗଡ଼ ସହରସ୍ଥିତ ବିଶିପଡ଼ା ଛକ ନିକଟରୁ ବିପୁଳ ପରିମାଣର କଫ୍ସିରପ ଜବତ କରିଛି। ଏଥିରେ ସମ୍ପୃକ୍ତ ଦମ୍ପତିଙ୍କ ସମେତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାର ନିଖିଳ […] The post ୨୧୭୧ ବୋତଲ କଫ୍ସିରପ୍ ଜବତ: ଦମ୍ପତିଙ୍କୁ ମାଡ଼ିବସିଲା ପୋଲିସ appeared first on Dharitri Odia News.
ବରଗଡ଼,୨୨ା୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାରକୁ ନେଇ ଜନଅସନ୍ତୋଷ ଲାଗିରହିଛି। ଅନ୍ୟପଟେ ଏହାକୁ ନେଇ ଲୋକେ ବିଷୋଦ୍ଗାର କରିବା ପରେ ପୋଲିସ ଧରପଗଡ଼ ଅଭିଯାନକୁ ଜୋର୍ଦାର କରିଛି। ସୋମବାର ସକାଳେ ସ୍ଥାନୀୟ ଟାଉନ ଥାନା ପୋଲିସ ବରଗଡ଼ ସହରସ୍ଥିତ ବିଶିପଡ଼ା ଛକ ନିକଟରୁ ବିପୁଳ ପରିମାଣର କଫ୍ସିରପ ଜବତ କରିଛି। ଏଥିରେ ସମ୍ପୃକ୍ତ ଦମ୍ପତିଙ୍କ ସମେତ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାର ନିଖିଳ ପାଢ଼ୀ(୨୯), ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭ ବିଶିପଡ଼ାରେ ରହୁଥିବା ନରେଶ ବିଶାର(୩୯), ସ୍ତ୍ରୀ ଖୁସ୍ବୁ(୩୦), ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତାର ବବଲୁ ସୁନା(୩୦), ଚିଚୋଲିର ଘନଶ୍ୟାମ ନାଏକ(୩୬), ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍ କଲୋନୀର ବିକାଶ ଥପା(୩୧) ଏବଂ ପଦ୍ମପୁର ଥାନା ସାମପିଆର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ବିଶିପଡ଼ାରେ ରହୁଥିବା ବିଶାଳ ସୁନା(୩୬)। ସେମାନଙ୍କ ପାଖରୁ ୨୧୭୧ ବୋତଲ କଫସିରପ୍, ୬ ମୋବାଇଲ ଫୋନ୍ ଏବଂ ନଗଦ ୭୪,୧୦୦ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ସ୍ଥାନୀୟ କାରାଗାରକୁ ପଠାଇ ଦିଆଯାଇଛି। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା(ନଂ.୩୫୯/୨୫) ରୁଜୁ ହୋଇଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ତନାଘନା ଚଳାଇଛି।
ଏ ନେଇ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍ପି ପି.ଏସ୍. ମୀନା ସୂଚନା ଦେଇ କହିଥିଲେ, ନିଶା କାରବାର ରୋକିବା ପାଇଁ ବରଗଡ଼ ପୋଲିସ ସବୁବେଳେ ସଜାଗ ରହିଛି। ବିଭିନ୍ନ ସୂଚନାକୁ ଆଧାରକରି ପୋଲିସ ନିଶାଦ୍ରବ୍ୟ ଜବତ ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଗତ କିଛିଦିନ ତଳେ ପୋଲିସକୁ ବଡ଼ଧରଣର ସଫଳତା ମିଳିଥିଲା ଏବଂ ୫୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଥିଲା। ସେହିପରି ସୋମବାର ସକାଳେ ବିଶିପଡ଼ାର ଗିରଫ ଅଭିଯୁକ୍ତ ଦମ୍ପତି ନରେଶ ଏବଂ ଖୁସ୍ବୁଙ୍କ ଘର ପାଖରେ ବିପୁଳ ପରିମାଣର କଫ୍ସିରପ ଅନ୍ଲୋଡ୍ ହୋଇ ରହିଥିବା ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରେ ପୋଲିସର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ସେଠାରୁ କଫସିରପ ଜବତ ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସେହିପରି ଖସିଯାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି। ଏଭଳି ନିଶା କାରବାରରେ ପୂର୍ବରୁ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଉପରେ ମଧ୍ୟ ପୋଲିସର ନଜର ରହିଛି ଏବଂ ସେଭଳି ନିଶାଦ୍ରବ୍ୟ ଚାଲାଣ ସୂଚନା ମିଳିଲେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଏସ୍ପି ମୀନା କହିଥିଲେ। ଏହାସହିତ ବସ୍ଷ୍ଟାଣ୍ଡ, ପାର୍କ ଆଦି ଜନଗହଳି ସ୍ଥାନରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ସାଦା ପୋଷାକରେ ମଧ୍ୟ ମୁତୟନ ରହୁଛନ୍ତି। ଲୋକମାନେ ଯେଭଳି ସୁରକ୍ଷିତ ରହିପାରିବେ, ସେଥିପ୍ରତି ପୋଲିସ ସବୁବେଳେ ଗୁରୁତ୍ୱ ଦେଇଆସୁଛି ବୋଲି ଏସ୍ପି ସୂଚନା ଦେଇଥିଲେ।
The post ୨୧୭୧ ବୋତଲ କଫ୍ସିରପ୍ ଜବତ: ଦମ୍ପତିଙ୍କୁ ମାଡ଼ିବସିଲା ପୋଲିସ appeared first on Dharitri Odia News.