୨୩ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ସମସ୍ତଙ୍କୁ ସାଥିରେ ନେଇ ଭଞ୍ଜନଗରର କରାଯିବ ବିକାଶ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ପଞ୍ଚାୟତ ସମିତି ବୈଠକ ୨୩ ମାସ ପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦୀର୍ଘମାସ ପରେ ବୈଠକ ବସିବା ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣିକି ପ୍ରତି ୩ ମାସରେ ଥରେ ବୈଠକ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ବୈଠକରେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଅଧ୍ୟକ୍ଷତା କରିଥିଲେ। ବିଧାୟକ ନାୟକ ଯୋଗଦେଇ ବ୍ଲକର ଅନ୍ତର୍ଗତ ସମସ୍ତ ପଞ୍ଚାୟତର ବିକାଶ ପାଇଁ ଯୋଜନା […] The post ୨୩ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ସମସ୍ତଙ୍କୁ ସାଥିରେ ନେଇ ଭଞ୍ଜନଗରର କରାଯିବ ବିକାଶ appeared first on Dharitri Odia News.

୨୩ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ସମସ୍ତଙ୍କୁ ସାଥିରେ ନେଇ ଭଞ୍ଜନଗରର କରାଯିବ ବିକାଶ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ପଞ୍ଚାୟତ ସମିତି ବୈଠକ ୨୩ ମାସ ପରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଦୀର୍ଘମାସ ପରେ ବୈଠକ ବସିବା ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣିକି ପ୍ରତି ୩ ମାସରେ ଥରେ ବୈଠକ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ବୈଠକରେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଅଧ୍ୟକ୍ଷତା କରିଥିଲେ। ବିଧାୟକ ନାୟକ ଯୋଗଦେଇ ବ୍ଲକର ଅନ୍ତର୍ଗତ ସମସ୍ତ ପଞ୍ଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି କହିଥିଲେ। ବିକାଶ ପ୍ରଥମେ, ଦଳ ପରେ। ତେଣୁ ବିରୋଧୀ ଦଳକୁ ସାଥିରେ ନେଇ ଦଳମତ ନିର୍ବିଶେଷରେ ରାଜନୀତିରୁ ଉର୍ଦ୍ଧରେ ରହି ବ୍ଲକର ବିକାଶ କରାଯିବ। ବ୍ଲକର ଲୋକ ପ୍ରତିନିଧି ଭଞ୍ଜନଗର ଆସିଲେ ସେମାନେ ରହିଲା ଭଳି କୌଣସି ସ୍ଥାନ ନାହିଁ। ଆଗାମୀ ଦିନରେ ଏକ ଗେଷ୍ଟ ହାଉସ ହେବ। ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟଙ୍କ ପରାମର୍ଶକୁ ଆଧାର କରି ବିକାଶ ଯୋଜନା କରାଯିବ। ଆଗକୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ରହିବ। ତେଣୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୫୦୦ ନଳକୂପ ଖୋଳିବା ପାଇଁ ସରକାରଙ୍କ ଅନୁମୋଦନ ଲୋଡ଼ାଯାଇଛି। ଯେଉଁଠି ବିଦ୍ୟୁତ୍‌ ନାହିଁ ସେଠୀ ସୋଲାର ଲାଇଟ ମାଧ୍ୟମରେ ପାଣି ଯୋଗାଣ ହେବ। ଭୂମିହୀନଙ୍କୁ ଜମି ପଟ୍ଟା ଦିଆଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଲେ ଦୋଷୀ କର୍ମଚାରୀଙ୍କ ବିରୋରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଧାୟକ ନାୟକ ବୈଠକରେ କହିଥିଲେ। ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ବିବରଣୀ ପଠନ କରିଥିଲେ। ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭାରପ୍ରାପ୍ତ ଉପ ଜିଲାପାଳ ଉମା ଶଙ୍କର ବେହେରା, ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ ପ୍ରମୁଖ ଆଲୋଚନାରେ

The post ୨୩ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ସମସ୍ତଙ୍କୁ ସାଥିରେ ନେଇ ଭଞ୍ଜନଗରର କରାଯିବ ବିକାଶ appeared first on Dharitri Odia News.