୨୪ ଘଣ୍ଟାରୁ କେତେ ଘଣ୍ଟା ଠିଆ ହେବା ଜରୁରୀ, ଜାଣନ୍ତୁ ଷ୍ଟଡି ରିପୋର୍ଟର ରିସର୍ଚ୍ଚ କଣ କହୁଛି ?
କଣ ଆପଣ ଜାଣିଛନ୍ତି, ଦିନକୁ କେତେ ଘଣ୍ଟା ଠିଆ ହେବା ଉଚିତ୍ ? ପ୍ରତ୍ୟେକ ଦିନ କେତେ ସମୟ ବସିବା ଦରକାର ? ଏ ପ୍ରଶ୍ନର ଉତ୍ତର ଆପଣ ପାଖରେ ନାହିଁ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଖେଶଜି ପାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଯାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଆପଣ ଭାବୁଥିବେ ଯେ ପ୍ରତିଦିନ ଶୋଇବା, ଜାଗ୍ରତ ହେବା ଏବଂ ଖାଇବା, ପିଇବା ବସିବା ଠିଆ ହେବା ଦ୍ୱାରା ସ୍ୱାସ୍ଥ୍ୟ […] The post ୨୪ ଘଣ୍ଟାରୁ କେତେ ଘଣ୍ଟା ଠିଆ ହେବା ଜରୁରୀ, ଜାଣନ୍ତୁ ଷ୍ଟଡି ରିପୋର୍ଟର ରିସର୍ଚ୍ଚ କଣ କହୁଛି ? appeared first on KNews Odisha.

କଣ ଆପଣ ଜାଣିଛନ୍ତି, ଦିନକୁ କେତେ ଘଣ୍ଟା ଠିଆ ହେବା ଉଚିତ୍ ? ପ୍ରତ୍ୟେକ ଦିନ କେତେ ସମୟ ବସିବା ଦରକାର ? ଏ ପ୍ରଶ୍ନର ଉତ୍ତର ଆପଣ ପାଖରେ ନାହିଁ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଖେଶଜି ପାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଯାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।
ଆପଣ ଭାବୁଥିବେ ଯେ ପ୍ରତିଦିନ ଶୋଇବା, ଜାଗ୍ରତ ହେବା ଏବଂ ଖାଇବା, ପିଇବା ବସିବା ଠିଆ ହେବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ’ଣ ଲାଭ ମିଳିବ । ଏହା ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଆମ ଶରୀରର ସର୍କାଡିୟନ୍ ରିମ୍ ଆଭ୍ୟନ୍ତରୀଣ ଘଣ୍ଟା ଭାବରେ ବିବେଚନା କରାଯାଏ । ଏହି ଶରୀର ଘଣ୍ଟା ଆପଣଙ୍କ ନିଦକୁ ନିୟନ୍ତ୍ରଣ କରିଥାଏ । ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଅନ୍ଧାର ହେବା ଆରମ୍ଭ ହେବା କ୍ଷଣି ତୁମର ମସ୍ତିଷ୍କ ସଙ୍କେତ ଦେଇଥାଏ ଯେ ଶୋଇବାର ସମୟ ଆସିଛି । ସର୍କାଡିୟନ୍ ରିମ୍ କେବଳ ଶୋଇବା ନୁହେଁ ବରଂ ହରମୋନ୍, ପ୍ରତିରକ୍ଷା ପ୍ରଣାଳୀ ଏବଂ ହଜମକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯେତେବେଳେ ତୁମର ନିଦ-ଜାଗ୍ରତ କାର୍ଯ୍ୟସୂଚୀ ବ୍ୟାକୁଳ ହୁଏ, ସେତେବେଳେ ମେଦବହୁଳତା, ମଧୁମେହ ସହିତ ଅନେକ ରୋଗର ଆଶଙ୍କା ବଢ଼ିଯାଏ ।
ଆମର ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆମେ ଆମ ଜୀବନଶୈଳୀରେ କିଛି ନିୟମ ରଖି ନଥାନ୍ତି । ଯାହା ଦ୍ୱାରା ଅନେକ ସମୟରେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଅଷ୍ଟ୍ରେଲିଆର ସ୍ୱିନ୍ବର୍ଣ୍ଣ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଗବେଷକ କହିଛନ୍ତି ଯେ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତି ଦୈନିକ ୨୪ ଘଣ୍ଟାରୁ କେତେ ଘଣ୍ଟା ବସିବା, ଠିଆ ହେବା, ଶୋଇବା ଏବଂ ଶାରୀରିକ କାର୍ଯ୍ୟକଳାପ କରିବା ଉଚିତ୍।
ଏକ ରିପୋର୍ଟ ଅନୁଯାୟୀ, ସ୍ୱିନ୍ବର୍ଣ୍ଣ ୟୁନିଭରସିଟିର ଗବେଷକ ମାନେ ପ୍ରାୟ ୨୦୦୦ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅଧ୍ୟୟନ କରିଥିଲେ । ଯେଉଁଥିରେ ଜଣାପଡ଼ିଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୮ ଘଣ୍ଟା ଭଲ ନିଦ ହେବା ଉଚିତ୍ । ଏହା ସହ ଲୋକମାନଙ୍କୁ ୫ ଘଣ୍ଯା ଛଇଡ଼ା ହେବା ଓ ୬ ଘଣ୍ଟା ବସିବା ଉଚିତ୍ । ଏହା ସହ ଦିନତମାନ ହାଲୁକା ଓ ମଧ୍ୟମ ଧରଣର କାର୍ଯ୍ୟକଳାପ ୪ ଘଣ୍ଟା ପାଇଁ କରାଯିବା ଉଚିତ୍ । ଏହାଦ୍ୱାରା ଶରୀରରେ ଗ୍ଲାଇସେମିକ୍ ନିୟନ୍ତ୍ରଣରେ ରହିଥାଏ ।
ଗବେଷକମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହେବା କମ୍ ବସିବା ଏବଂ ଶାରୀରିକ କାର୍ଯ୍ୟକଳାପ କରିବା ଓ ଶୋଇବା ଉତ୍ତମ କାର୍ଡିଓମେଟାବୋଲିକ୍ ସହିତ ଜଡ଼ିତ । ଯାହା ଶରୀରରେ ଉନ୍ନତି ଆଣିବା ସହ ରୋଗର ଆଶଙ୍କା ମଧ୍ୟ କମ୍ କରିଥାଏ । ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଲୋକଙ୍କୁ ୮ ଘଣ୍ଟା ୨୦ ମିନିଟ୍ ଶୋଇବାକୁ ପରାମର୍ଶ ଦେଇଛି ସ୍ୱିନ୍ବର୍ଣ୍ଣ ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍ । ଏପରି ଜୀବନ ଶୈଳୀରେ ହୃଦ୍ରୋଗ,ଷ୍ଟ୍ରୋକ୍ ଓ ମଧୁମେହ ପରି ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଏହପରି ଭାବେ ଆମେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ସ୍ୱାସ୍ଥ୍ୟରେ ଉନ୍ନତି ଆଣି ହେବ ।
The post ୨୪ ଘଣ୍ଟାରୁ କେତେ ଘଣ୍ଟା ଠିଆ ହେବା ଜରୁରୀ, ଜାଣନ୍ତୁ ଷ୍ଟଡି ରିପୋର୍ଟର ରିସର୍ଚ୍ଚ କଣ କହୁଛି ? appeared first on KNews Odisha.