୨୪ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ: ରାଜପଥରେ ଅଟକି ରହିଛି ଶହଶହ ଗାଡି
ପାଟଣା,୧୮।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ସୋମବାର ଓଏମ୍ସି ଶୁଆକାଟିରୁ ଗୁହାଳଡିହିକୁ ରେଳ ସଂଯୋଗୀକରଣ ଓ ଟ୍ରେନ୍ ଯୋଗେ ଲୁହାପଥର ପରିବହନକୁ ବିରୋଧରେ ୨୪ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି। ଏହାକୁ ସମର୍ଥନକରି ପାଟଣା ଟ୍ରକ୍ ମାଲିକ ଆସୋସିଏଶନ ପକ୍ଷରୁ ଟ୍ରକ୍ ମାଲିକ ଓ ଡ୍ରାଇଭରମାନେମିଶି ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ଏଥିସହ ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଓ ବୈତରଣୀ ନଦୀ ପୋଲଉପରେ ରାସ୍ତା ଅବରୋଧ […] The post ୨୪ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ: ରାଜପଥରେ ଅଟକି ରହିଛି ଶହଶହ ଗାଡି appeared first on Dharitri Odia News.
ପାଟଣା,୧୮।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ସୋମବାର ଓଏମ୍ସି ଶୁଆକାଟିରୁ ଗୁହାଳଡିହିକୁ ରେଳ ସଂଯୋଗୀକରଣ ଓ ଟ୍ରେନ୍ ଯୋଗେ ଲୁହାପଥର ପରିବହନକୁ ବିରୋଧରେ ୨୪ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି। ଏହାକୁ ସମର୍ଥନକରି ପାଟଣା ଟ୍ରକ୍ ମାଲିକ ଆସୋସିଏଶନ ପକ୍ଷରୁ ଟ୍ରକ୍ ମାଲିକ ଓ ଡ୍ରାଇଭରମାନେମିଶି ପିକେଟିଂ କରି ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ଏଥିସହ ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଓ ବୈତରଣୀ ନଦୀ ପୋଲଉପରେ ରାସ୍ତା ଅବରୋଧ କରିଛନ୍ତି। ଅନୁରୁପଭାବେ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ଟୁରୁମୁଙ୍ଗା ଥାନା ଛକରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ହଜାର ହଜାର ସଂଖ୍ୟକ ଗାଡ଼ିମୋଟର ଅଟକି ରହି ଗମନାଗମନ ବ୍ୟାଘାତ ହୋଇଛି। ଫଳରେ ମୟୂରଭଞ୍ଜ ଜିଲା କରଞ୍ଜିଆ ପାର୍ଶ୍ୱରୁ କେନ୍ଦୁଝରକୁ ଆସୁଥିବା ଯାନବାହାନ ଗୁଡ଼ିକ ଫେରିଯାଇଛନ୍ତି। ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସରକାରୀ ଲକ୍ଷ୍ମୀ ବସ୍ ଗୁଡ଼ିକୁ ଆନ୍ଦୋଳନକାରୀମାନେ ପାଟଣା ବୈତରଣୀ ବ୍ରିଜ୍ ନିକଟରୁ ଫେରାଇ ଦେଇଛନ୍ତି। ଆମ ବସ୍ଷ୍ଟାଣ୍ଡରେ ଲକ୍ଷ୍ମୀ ବସ ଗୁଡ଼ିକ ଅଟକି ରହିଛି। ପାଟଣା ମୁଖ୍ୟାଳୟରେ ଯତୀନ୍ଦ୍ର କୁମାର ଦାଶ, ସତ୍ୟବ୍ରତ ଦାଶ, ପରଭେଜ ଆଲାମ, ଜାମିଲ ଆଲାମ, ପ୍ରତାପ ମହାନ୍ତ, ସାହିଦ ଆଲାମ, ସରୋଜ ସାହୁ, ଭୂତ ମହାନ୍ତ, ଚନ୍ଦ୍ର ମୋହନ ନାଏକଙ୍କ ନେତୃତ୍ୱରେ ରାସ୍ତା ଅବରୋଧ ହୋଇଛି।
The post ୨୪ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ: ରାଜପଥରେ ଅଟକି ରହିଛି ଶହଶହ ଗାଡି appeared first on Dharitri Odia News.