୨୪ ଯାଏ କାଳବୈଶାଖୀ ବର୍ଷା: ଆଜି ଓ କାଲି ଶିମିଳିପାଳ ବନ୍ଦ
ଭୁବନେଶ୍ଵର: ଶିମିଳିପାଳ ବନ୍ଦ। ଆଜି ଓ ଆସନ୍ତାକାଲି ପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଛି। ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା ରହିଛି। କିଛି ସ୍ଥାନରେ ୫୦-୬୦ କି.ମି ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁ ତାତିରୁ ଆଶ୍ବସ୍ତି ମିଳିବ। […]

ଭୁବନେଶ୍ଵର: ଶିମିଳିପାଳ ବନ୍ଦ। ଆଜି ଓ ଆସନ୍ତାକାଲି ପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଛି। ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଏଭଳି ନିଷ୍ପତ୍ତି ନିଆଯାଇଛି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା ରହିଛି। କିଛି ସ୍ଥାନରେ ୫୦-୬୦ କି.ମି ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁ ତାତିରୁ ଆଶ୍ବସ୍ତି ମିଳିବ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ। ସେହିପରି ଆଗାମୀ ୨ ଦିନ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୪ ଦିନ କାଳବୈଶାଖୀ ଜାରି ରହିବ। ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ବରଗଡ଼ ଓ କଟକ ଆଦି ଜିଲାରେ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ଘଟିପାରେ। ଶନିବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଜିଲାରେ ଅପରାହ୍ଣ/ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିପାରେ। ଏହି ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ ହେବା ସମ୍ଭାବନା ରହିଛି।