୨୬ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର
ବାଲିକୁଦା,୨୦।୨(ତାପସ ସ୍ବାଇଁ):୨୬ ବର୍ଷ ପରେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ମହାରଣା ପଞ୍ଚାୟତର ତଳ କୁସୁମା ଗ୍ରାମର ବଂଶୀଧର ମହାନ୍ତି (୭୨) ଶନିବାର ଅସୁସ୍ଥ ଅବସ୍ଥାରେ ଗାଁରେ ପହଞ୍ଚତ୍ଛନ୍ତି। ପୁଅ ବିକାଶ ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନର ଟିବି ଓ୍ବାର୍ଡରେ ଚିକିତ୍ସା କରାଉଛନ୍ତି। ବଂଶୀଧର ୧୯୯୮ରେ ରୋଜଗାର ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କୁ ୩୬ ବର୍ଷ ହୋଇଥିବାବେଳେ ଗାଁର ଜଣେ ଲୋକଙ୍କ ସହାୟତାରେ ଘରେ ସ୍ତ୍ରୀ, ଦୁଇ ଝିଅ ଓ […] The post ୨୬ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର appeared first on Dharitri Odia News.
ବାଲିକୁଦା,୨୦।୨(ତାପସ ସ୍ବାଇଁ):୨୬ ବର୍ଷ ପରେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ମହାରଣା ପଞ୍ଚାୟତର ତଳ କୁସୁମା ଗ୍ରାମର ବଂଶୀଧର ମହାନ୍ତି (୭୨) ଶନିବାର ଅସୁସ୍ଥ ଅବସ୍ଥାରେ ଗାଁରେ ପହଞ୍ଚତ୍ଛନ୍ତି। ପୁଅ ବିକାଶ ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନର ଟିବି ଓ୍ବାର୍ଡରେ ଚିକିତ୍ସା କରାଉଛନ୍ତି। ବଂଶୀଧର ୧୯୯୮ରେ ରୋଜଗାର ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ତାଙ୍କୁ ୩୬ ବର୍ଷ ହୋଇଥିବାବେଳେ ଗାଁର ଜଣେ ଲୋକଙ୍କ ସହାୟତାରେ ଘରେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ଛାଡି ରୋଜଗାର କରିବା ପାଇଁ ଗୁଜରାଟ ଯାଇଥିଲେ। କିନ୍ତୁ ସମ୍ପୃକ୍ତ ଲୋକ କିଛିଦିନ ପରେ ତାଙ୍କୁ ସେଠାରେ ଛାଡ଼ି ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ବଂଶୀଧର ଆଉ ଘର ସହ ଯୋଗାଯୋଗ କରିପାରି ନ ଥିଲେ। ଇତିମଧ୍ୟରେ ଗାଁରେ ତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ବିବାହ ସରିଛି । ସ୍ତ୍ରୀର ଦୁଇ ବର୍ଷ ତଳେ ଦେହାନ୍ତ ହୋଇଛି। ଅପରପକ୍ଷେ ବଂଶୀଧର ମୃତ ବୋଲି ଭାବି ପରିବାର ଲୋକେ ତାଙ୍କର ଶୁଦ୍ଧିକ୍ରିୟା ସମ୍ପନ୍ନ କରିଦେଇଥିଲେ। ମାତ୍ର ତାଙ୍କୁ ଜୀବିତ ଅବସ୍ଥାରେ ଦେଖି ସ୍ଥାନୀୟ ଅଞ୍ଚଳରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ତାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକମାନଙ୍କ ଭିଡ ଜମୁଛି। ପୁଅ କୋଲକାତାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ସତ୍ତ୍ୱେ ବାପାଙ୍କ ଖବର ଶୁଣି ଘରେ ପହଞ୍ଚତ୍ଛନ୍ତି। ତେବେ ବଂଶୀଧର କିନ୍ତୁ ଏହି ୨୬ ବର୍ଷ ଘଟଣା ବିଷୟରେ କିଛି କହିପାରୁନାହାନ୍ତି । କେବଳ ଏତିକି କହୁଛନ୍ତି, ମୁଁ ଦଲାଲ ହାବୁଡ଼ରେ ପଡ଼ିଥିଲି। ଗୋଟିଏ ସଂସ୍ଥାରେ ବନ୍ଦୀ ଭାବେ ଜୀବନ ବିତାଉଥିଲି। ମୋର ଶରୀର ଅସୁସ୍ଥ ହେବାରୁ ମୋତେ ସେମାନେ ଘରକୁ ପଠାଇ ଦେଇଛନ୍ତି।
The post ୨୬ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର appeared first on Dharitri Odia News.