୨୯ ପର୍ଯ୍ୟନ୍ତ ମେଘୁଆ ପାଗ
ଭୁବନେଶ୍ୱର,୨୬।୨(ଅନୁରାଧା ମହାରଣା):ସପ୍ତାହ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମ ଅନୁଭୂତ ହେଉଥିବାବେଳେ ୨ଦିନ ହେଲା ପାଗ ପରିବର୍ତ୍ତନ ହୋଇଛି। ରାଜ୍ୟରେ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାରାଦୀପ ରାଡ଼ାରରୁ ମିଳୁଥିବା ସୂଚନାନୁଯାୟୀ, ରବିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ, […] The post ୨୯ ପର୍ଯ୍ୟନ୍ତ ମେଘୁଆ ପାଗ appeared first on Dharitri Odia News.
ଭୁବନେଶ୍ୱର,୨୬।୨(ଅନୁରାଧା ମହାରଣା):ସପ୍ତାହ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମ ଅନୁଭୂତ ହେଉଥିବାବେଳେ ୨ଦିନ ହେଲା ପାଗ ପରିବର୍ତ୍ତନ ହୋଇଛି। ରାଜ୍ୟରେ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାରାଦୀପ ରାଡ଼ାରରୁ ମିଳୁଥିବା ସୂଚନାନୁଯାୟୀ, ରବିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସୋମବାର ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ସମ୍ଭବନା ରହିଛି। ସୋନପୁର, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମଙ୍ଗଳବାର ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ଅନୁଗୋଳ, କଳାହାଣ୍ଡି, କନ୍ଧମାଳ, ବାୈଦ୍ଧ, ସମ୍ବଲପୁର ଦେବଗଡ଼ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବୁଧବାର ବେଳକୁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ବର୍ଷା ସମ୍ଭାବନା ରହିଛି। ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଆଦି ଜିଲାରେ ବର୍ଷା ହେବାକୁ ଥିବାବେଳେ ଅନ୍ୟ ଜିଲାଗୁଡ଼ିକରେ ପାଗ ଶୁଖିଲା ରହିବ।
The post ୨୯ ପର୍ଯ୍ୟନ୍ତ ମେଘୁଆ ପାଗ appeared first on Dharitri Odia News.