୨୯ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ
ଭୁବନେଶ୍ୱର : ଜାନୁୟାରୀ ୨୯ ରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ I କଂଗ୍ରେସ ସଭାପତି ହେବା ପରେ ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ମଜବୁତ କରିବାକୁ ଆସୁଛନ୍ତି ଖଡ଼ଗେ । ଏହାସହିତ ଏକ ସାଧାରଣ ସଭାର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି I ସହି ସଭାରେ ସମସ୍ତ ବୁଥ କମିଟି,ଜିଲ୍ଲା ସଭାପତି ଓ ବ୍ଲକ ସଭାପତିଙ୍କୁ ଦେବେ ନିର୍ବାଚନୀ ଗୁରୁମନ୍ତ୍ର I […]

ଭୁବନେଶ୍ୱର : ଜାନୁୟାରୀ ୨୯ ରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ I କଂଗ୍ରେସ ସଭାପତି ହେବା ପରେ ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ମଜବୁତ କରିବାକୁ ଆସୁଛନ୍ତି ଖଡ଼ଗେ । ଏହାସହିତ ଏକ ସାଧାରଣ ସଭାର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି I ସହି ସଭାରେ ସମସ୍ତ ବୁଥ କମିଟି,ଜିଲ୍ଲା ସଭାପତି ଓ ବ୍ଲକ ସଭାପତିଙ୍କୁ ଦେବେ ନିର୍ବାଚନୀ ଗୁରୁମନ୍ତ୍ର I ଆଗକୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଦେଇ ଯିବେ ସାଂସଦ ରାହୁଲ ଗାନ୍ଧୀ । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।