୨୯ରେ ମୋଦିଙ୍କ ମେଗା ରୋଡ଼ ଶୋ’: ୨ ଘଣ୍ଟା ପର୍ଯ୍ୟନ୍ତ କରିବେ ଦଳୀୟ ନେତାଙ୍କ ସହ ମାରାଥନ୍ ବୈଠକ
ଭୁବନେଶ୍ୱର, ୨୭ା୧୧(ସୁନିତ୍ ମିଶ୍ର):ଓଡ଼ିଶାରେ ଭାଜପା ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଆସନ୍ତା ୨୯ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ଉଭୟ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ୨୯ ତାରିଖ ଅପରାହ୍ନ ୪ଟା୧୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସେଠାରେ ସେ ଏକତ୍ରିତ ହୋଇଥିବା ଲୋକମାନଙ୍କୁ କିଛି ସମୟ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ଏହାପରେ ସେଠାରୁ ରୋଡ୍ ଶୋ ଜରିଆରେ ଆସି ରାଜଭବନ […] The post ୨୯ରେ ମୋଦିଙ୍କ ମେଗା ରୋଡ଼ ଶୋ’: ୨ ଘଣ୍ଟା ପର୍ଯ୍ୟନ୍ତ କରିବେ ଦଳୀୟ ନେତାଙ୍କ ସହ ମାରାଥନ୍ ବୈଠକ appeared first on Dharitri Odia News.
ଭୁବନେଶ୍ୱର, ୨୭ା୧୧(ସୁନିତ୍ ମିଶ୍ର):ଓଡ଼ିଶାରେ ଭାଜପା ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଆସନ୍ତା ୨୯ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ଉଭୟ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ୨୯ ତାରିଖ ଅପରାହ୍ନ ୪ଟା୧୫ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସେଠାରେ ସେ ଏକତ୍ରିତ ହୋଇଥିବା ଲୋକମାନଙ୍କୁ କିଛି ସମୟ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ଏହାପରେ ସେଠାରୁ ରୋଡ୍ ଶୋ ଜରିଆରେ ଆସି ରାଜଭବନ ପର୍ଯ୍ୟନ୍ତ ଯିବେ। ପରେ ପ୍ରଧାନମନ୍ତ୍ରୀ ରାଜଭବନରୁ ବାହାରି ଦଳୀୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ସେ ୨ ଘଣ୍ଟା ରହିବେ। ଏହି ଅବସରରେ ଦଳୀୟ ଏମ୍ପି, ବିଧାୟକ, ମନ୍ତ୍ରୀ, ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଓଡ଼ିଶା ଆସିବା ପୂର୍ବରୁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ କଡ଼ରେ ଥିବା କ୍ୱାର୍ଟର୍ସ ଆଗରେ ଷ୍ଟିଲର ନୂଆ ବ୍ୟାରିକେଡିଂ ହେଉଥିବା ଦେଖିବାକୁ ମିଳିଛି। ଏହାସହ ବମ୍ ଚେକିଂ ସ୍କ୍ବାଡ୍ ମଧ୍ୟ ଅନେକ ସ୍ଥାନ ବୁଲି ଚେକିଂ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ବାରମ୍ବାର ବୈଠକ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ୩୦ ତାରିଖରେ ଲୋକସେବା ଭବନ ନୂତନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ତେବେ ଆସନ୍ତା ୧ରେ ତାଙ୍କର କ’ଣ କାର୍ଯ୍ୟକ୍ରମ ରହିଛି ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ।
The post ୨୯ରେ ମୋଦିଙ୍କ ମେଗା ରୋଡ଼ ଶୋ’: ୨ ଘଣ୍ଟା ପର୍ଯ୍ୟନ୍ତ କରିବେ ଦଳୀୟ ନେତାଙ୍କ ସହ ମାରାଥନ୍ ବୈଠକ appeared first on Dharitri Odia News.