୩ ଘଣ୍ଟା ଆକାଶରେ ଖେଳିଗଲା ଆତଙ୍କ: ବୁଲୁଥିଲା ବିମାନ, ଜାଣନ୍ତୁ କେମିତି ୧୪୭ ଜଣଙ୍କ ଜୀବନ ବଞ୍ଚାଇଲେ ପାଇଲଟ୍‌

ଚେନ୍ନାଇ,୧୨।୧୦: ତାମିଲନାଡୁର ତ୍ରିଚି ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଫ୍ଲାଇଟ AXB 613 ତାମିଲନାଡୁର ତିରୁଚିରାପଲ୍ଲୀରୁ ଅପରାହ୍ନ ୫.୪୦ରେ ଉଡ଼ାଣ ଭରିଥିଲା ଏବଂ ରାତି ପ୍ରାୟ ୮.୧୫ରେ ଉକ୍ତ ବିମାନବନ୍ଦରରେ ଅବତରଣ କଲା। ତିରୁଚିରାପଲ୍ଲୀ-ଶାରଜା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ହାଇଡ୍ରୋଲିକ ତ୍ରୁଟି ହେତୁ ଏହା ଘଟିଛି। ଏହି ବିମାନରେ ସମୁଦାୟ ୧୪୦ ଯାତ୍ରୀ ଥିଲେ। ପ୍ରାୟ ତିନି ଘଣ୍ଟା ଧରି ଆକାଶରେ ବୁଲିବା ପରେ ପାଇଲଟ ବିମାନର ସୁରକ୍ଷିତ ଅବତରଣ କରିଥିଲେ। […] The post ୩ ଘଣ୍ଟା ଆକାଶରେ ଖେଳିଗଲା ଆତଙ୍କ: ବୁଲୁଥିଲା ବିମାନ, ଜାଣନ୍ତୁ କେମିତି ୧୪୭ ଜଣଙ୍କ ଜୀବନ ବଞ୍ଚାଇଲେ ପାଇଲଟ୍‌ appeared first on Dharitri Odia News.

୩ ଘଣ୍ଟା ଆକାଶରେ ଖେଳିଗଲା ଆତଙ୍କ: ବୁଲୁଥିଲା ବିମାନ, ଜାଣନ୍ତୁ କେମିତି ୧୪୭ ଜଣଙ୍କ ଜୀବନ ବଞ୍ଚାଇଲେ ପାଇଲଟ୍‌

ଚେନ୍ନାଇ,୧୨।୧୦: ତାମିଲନାଡୁର ତ୍ରିଚି ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଫ୍ଲାଇଟ AXB 613 ତାମିଲନାଡୁର ତିରୁଚିରାପଲ୍ଲୀରୁ ଅପରାହ୍ନ ୫.୪୦ରେ ଉଡ଼ାଣ ଭରିଥିଲା ଏବଂ ରାତି ପ୍ରାୟ ୮.୧୫ରେ ଉକ୍ତ ବିମାନବନ୍ଦରରେ ଅବତରଣ କଲା। ତିରୁଚିରାପଲ୍ଲୀ-ଶାରଜା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ହାଇଡ୍ରୋଲିକ ତ୍ରୁଟି ହେତୁ ଏହା ଘଟିଛି। ଏହି ବିମାନରେ ସମୁଦାୟ ୧୪୦ ଯାତ୍ରୀ ଥିଲେ।

ପ୍ରାୟ ତିନି ଘଣ୍ଟା ଧରି ଆକାଶରେ ବୁଲିବା ପରେ ପାଇଲଟ ବିମାନର ସୁରକ୍ଷିତ ଅବତରଣ କରିଥିଲେ। ଏହି ସମୟରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ବିମାନଟି ନିରାପଦରେ ଅବତରଣ ନ କରିବା ପର୍ଯ୍ୟନ୍ତ, ତ୍ରିଚି ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଥିଲା। ଅବତରଣ କରିବା ପରେ ୧୪୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

ହାଇଡ୍ରୋଲିକ ବିଫଳତା ବିଷୟରେ ପାଇଲଟ ବିମାନବନ୍ଦରକୁ ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ତିରୁଚିରାପଲ୍ଲୀରୁ ଶାରଜା ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX 613 ସୁରକ୍ଷିତ ଭାବରେ ତିରୁଚିରାପଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଏହା ପରେ ଡିଜିସିଏ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଥିଲା।

The post ୩ ଘଣ୍ଟା ଆକାଶରେ ଖେଳିଗଲା ଆତଙ୍କ: ବୁଲୁଥିଲା ବିମାନ, ଜାଣନ୍ତୁ କେମିତି ୧୪୭ ଜଣଙ୍କ ଜୀବନ ବଞ୍ଚାଇଲେ ପାଇଲଟ୍‌ appeared first on Dharitri Odia News.