୩୮ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି, ଟିକେଟ ନ ପାଇ ନିରାଶ ହୋଇଥିବା ଶ୍ରୀମୟୀ ସାମିଲ 

ଭୁବନେଶ୍ୱର,୧୦।୪: ରାଜ୍ୟରେ ସାଧାରଣ ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ବିଜେଡି ପକ୍ଷରୁ ଇସ୍ତାହାର କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ଥିବାବେଳେ ଅମର ପଟ୍ଟନାୟକ ଆବାହକ ଅଛନ୍ତି । ଏହାଛଡ଼ା ଉକ୍ତ କମିଟିରେ ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଓ ମଙ୍ଗଳା କିଷାନ ପ୍ରମୁଖ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି । କମିଟିରେ ୩ ସଦସ୍ୟ (ଆବାସିକ ଓ ବିଶେଷଜ୍ଞ) […] The post ୩୮ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି, ଟିକେଟ ନ ପାଇ ନିରାଶ ହୋଇଥିବା ଶ୍ରୀମୟୀ ସାମିଲ  appeared first on Dharitri Odia News.

୩୮ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି, ଟିକେଟ ନ ପାଇ ନିରାଶ ହୋଇଥିବା ଶ୍ରୀମୟୀ ସାମିଲ 
ଭୁବନେଶ୍ୱର,୧୦।୪: ରାଜ୍ୟରେ ସାଧାରଣ ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ବିଜେଡି ପକ୍ଷରୁ ଇସ୍ତାହାର କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ଥିବାବେଳେ ଅମର ପଟ୍ଟନାୟକ ଆବାହକ ଅଛନ୍ତି । ଏହାଛଡ଼ା ଉକ୍ତ କମିଟିରେ ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଓ ମଙ୍ଗଳା କିଷାନ ପ୍ରମୁଖ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି ।
କମିଟିରେ ୩ ସଦସ୍ୟ (ଆବାସିକ ଓ ବିଶେଷଜ୍ଞ) ଡ. ସୁକାନ୍ତ କୁମାର ମହାପାତ୍ର, ସ୍ବପ୍ନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ସାମିଲ ଅଛନ୍ତି। ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସସ୍ମିତ ପାତ୍ରଙ୍କୁ ସହ ଆବାହକ ଦାୟିତ୍ୱ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି। ଇସ୍ତାହାରରେ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନକୁ ପ୍ରାଥମିକତା ଦିଆଯାଇଛି।
ସମସ୍ୟମାନଙ୍କ ନାମ ଜାଣନ୍ତୁ:-
ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ ନିଜାମୁଦ୍ଦିନ, ତନ୍ମୟ ସ୍ବାଇଁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍‌ ମହାନ୍ତି, ପଙ୍କଜିନୀ ମଙ୍ଗରାଜ, ମାମିନା ନାୟକ, କିଶୋର ଦେବତା।
ତେବେ ଭୁବନେଶ୍ୱରରୁ ଏମ୍‌ପି ପ୍ରାର୍ଥୀ ହେବାକୁ ଆଶା ରଖି ନିରାଶ ହୋଇଥିବା ବିଜେଡି ନେତ୍ରୀ ଶ୍ରୀମୟୀଙ୍କୁ ଇସ୍ତହାର କମିଟିରେ ରଖାଯାଇଛି। ଦଳ ପକ୍ଷରୁ ତାଙ୍କୁ ସନ୍ତୁଷ୍ଟ କରିବା ଲାଗି ସଦସ୍ୟ ଭାବେ ସାମିଲ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ବାକି କମିଟିର ଅନ୍ୟ ସଦସ୍ୟମାନେ ବିଭିନ୍ନ ବର୍ଗର ଲୋକେ, ଅଞ୍ଚଳବାସୀ ଏବଂ ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରି ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

The post ୩୮ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି, ଟିକେଟ ନ ପାଇ ନିରାଶ ହୋଇଥିବା ଶ୍ରୀମୟୀ ସାମିଲ  appeared first on Dharitri Odia News.