୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ ୪୫ ବଲରେ ୮୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ପାଇଁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ ପରେ ରିୟାନ ପରାଗ କହିଛନ୍ତି, ମୋ ମା’ ମୋର ସଂଘର୍ଷକୁ ଅତି ନିକଟରୁ ଦେଖିଛନ୍ତି। ବିଶେଷକରି ଗତ ୩-୪ ବର୍ଷ […] The post ୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ appeared first on Dharitri Odia News.

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ ୪୫ ବଲରେ ୮୫ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଚମତ୍କାର ଇନିଂସ ପାଇଁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ୍‌ ପରେ ରିୟାନ ପରାଗ କହିଛନ୍ତି, ମୋ ମା’ ମୋର ସଂଘର୍ଷକୁ ଅତି ନିକଟରୁ ଦେଖିଛନ୍ତି। ବିଶେଷକରି ଗତ ୩-୪ ବର୍ଷ ମଧ୍ୟରେ ବହୁତ ସଂଘର୍ଷ ହୋଇଛି। ଏହି ସମୟରେ, ରିୟାନ ପରାଗ ବହୁତ ଭାବପ୍ରବଣ ଦେଖାଯାଉଥିଲେ।
ରିୟାନ ପରାଗ କହିଛନ୍ତି,ମୋର ଘରୋଇ ସିଜିନ୍‌ ବହୁତ ଚମତ୍କାର ଥିଲା। ଏହାଦ୍ୱାରା ମୁଁ ଆଇପିଏଲରେ ଉପକୃତ ହେଉଛି। ଗତ ୩ ଦିନ ଧରି ମୁଁ ବେଡ୍‌ରେ ଥିଲି, କ୍ରମାଗତ ଭାବରେ ପେନ୍‌କିଲର ନେଇଥିଲି, କିନ୍ତୁ ଆଜି ମୁଁ ମୋ ଦଳ ପାଇଁ ଅବଦାନ ରଖିଛି, ତେଣୁ ମୁଁ ବହୁତ ଖୁସି।
ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି।

The post ୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ appeared first on Dharitri Odia News.