୩ ଦିନ ହେଲା ରାଜ୍ୟର ସବୁ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌

ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ ଫେଲ୍‌ ବୋଲି ସାଇନ ବୋର୍ଡ ମରାଯାଇଥିବା ବେଳେ କର୍ମଚାରୀମାନେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି। ଆଉ କିଛି ଚେୟାର ଖାଲି ପଡ଼ିଛି। ଦୂର ଦୁରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବା ପାଇଁ ଆସି ଫେରିଯାଉଛନ୍ତି।

୩ ଦିନ ହେଲା ରାଜ୍ୟର ସବୁ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌

ଗତ ୩ ଦିନ ହେଲା ରାଜ୍ୟର ସମସ୍ତ ମୁଖ୍ୟ ପୋଷ୍ଟ ଅଫିସରେ ଟଙ୍କା ଦେଣ ନେଣ ଠପ୍‌ ହୋଇଯାଇଛି। ଲିଙ୍କ ଫେଲ ଯୋଗୁ ଏହି ଅବ୍ୟବସ୍ଥା ଦେଖାଦେଇଛି। ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭୁବନେଶ୍ୱର ପ୍ରଧାନ ଡାକଘରେ ମଧ୍ୟ ଲିଙ୍କ ଫେଲ୍‌ ବୋଲି ସାଇନ ବୋର୍ଡ ମରାଯାଇଥିବା ବେଳେ କର୍ମଚାରୀମାନେ ହାତ ଯୋଡ଼ି ବସିଥିବା ଦେଖିବାକୁ ମିଳିଛି। ଆଉ କିଛି ଚେୟାର ଖାଲି ପଡ଼ିଛି। ଦୂର ଦୁରାନ୍ତରୁ ଲୋକେ ଟଙ୍କା ଜମା କରିବା ଓ ଟଙ୍କା ଉଠାଇବା ପାଇଁ ଆସି ଫେରିଯାଉଛନ୍ତି। ତେବେ କେଉଁ କାରଣରୁ ୩ ଦିନ ଧରି ଟଙ୍କା ଡିପୋଜିଟ୍‌ ହୋଇପାରୁନି କି ଉଠାଇ ହେଇ ପାରୁନି? ତା’ର ଉତ୍ତର କାହା ପାଖରେ ନାହିଁ। ସ୍ଥିତିରେ କେବେ ସୁଧାର ଆସିବ ତାହା ମଧ୍ୟ ଜଣାପଡୁନି। ଏ ସମ୍ପର୍କରେ CPMG ମଧ୍ୟ ମୁହଁ ଖୋଲୁନଥିବାରୁ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିପାରୁନି।