୩ ସନ୍ତାନ ଥିବାରୁ ପଦ ହରାଇଲେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା
ପୁରୀ : ପିଲା ପାଇଁ ପଦ ଗଲା । ୩ଟି ସନ୍ତାନ ଥିବାରୁ ପଦ ହରାଇଲେ ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ । ଓଡିଶା ପଞ୍ଚାୟତ ସମିତି ଆକ୍ଟ 45 ଭି ଅନୁଯାୟୀ ପଦ ରଦ୍ଦ କଲେ ବରିଷ୍ଠ ସିଭିଲ ଜଜ ପିପିଲି । ମନୋରମା ରାଉତରାୟ ଙ୍କୁ ଅଧ୍ୟକ୍ଷା ଭାବରେ ଘୋଷଣା କରିଛନ୍ତି କୋର୍ଟ । ସେପଟେ ରାୟ ବିରୋଧରେ ଉପରିସ୍ଥ କୋର୍ଟକୁ ଯିବେ ବୋଲି କହିଛନ୍ତି ବାସନ୍ତୀ ସାହୁ ଙ୍କ […] The post ୩ ସନ୍ତାନ ଥିବାରୁ ପଦ ହରାଇଲେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା appeared first on KNews Odisha.

ପୁରୀ : ପିଲା ପାଇଁ ପଦ ଗଲା । ୩ଟି ସନ୍ତାନ ଥିବାରୁ ପଦ ହରାଇଲେ ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ । ଓଡିଶା ପଞ୍ଚାୟତ ସମିତି ଆକ୍ଟ 45 ଭି ଅନୁଯାୟୀ ପଦ ରଦ୍ଦ କଲେ ବରିଷ୍ଠ ସିଭିଲ ଜଜ ପିପିଲି । ମନୋରମା ରାଉତରାୟ ଙ୍କୁ ଅଧ୍ୟକ୍ଷା ଭାବରେ ଘୋଷଣା କରିଛନ୍ତି କୋର୍ଟ । ସେପଟେ ରାୟ ବିରୋଧରେ ଉପରିସ୍ଥ କୋର୍ଟକୁ ଯିବେ ବୋଲି କହିଛନ୍ତି ବାସନ୍ତୀ ସାହୁ ଙ୍କ ଓକିଲ । ଅନ୍ୟପଟେ ରମାଦେବି ରାଉତରାୟଙ୍କ ଓକିଲ କହିଛନ୍ତି ଆମେ ଆଜି ବିଜୟୀ ହେବା ସହିତ ନ୍ୟାୟ ପାଇଛୁ l
ରମାଦେବୀ ରାଉତ ରାୟ ୨୫-୦୩-୨୦୨୨ ରେ ଅଧକ୍ଷା ଙ୍କର ୩ ଟି ସନ୍ତାନ ଅଛି ବୋଲି ଆଣିଥିଲେ ଅଭିଯୋଗ । ସେବେ ଠାରୁ ମାନ୍ୟବର କୋର୍ଟ ରେ ବିଚାର ଚାଲିଥିବା ବେଳେ ଆଜି ମାନ୍ୟବର ସିନିଅର ସିଭିଲ ଜଜ କମ ଇଲେକ୍ସନ ଟ୍ରିଭୁନାଲ କୋର୍ଟ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ପଦ ସହିତ ହରିରାଜପୁର ପଞ୍ଚାୟତ ସମିତିସଭ୍ଯ ପଦ ଅସିଦ୍ଧ ଘୋଷଣା କରିଛନ୍ତି । ଏହି ରାୟ ଉପରେ ଆମେ ଉପରିସ୍ଥ କୋର୍ଟ ଯିବୁ ବୋଲି ବାସନ୍ତୀ ସାହୁଙ୍କ ଓକିଲ ସୂଚନା ଦେଇଛନ୍ତି ।
The post ୩ ସନ୍ତାନ ଥିବାରୁ ପଦ ହରାଇଲେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା appeared first on KNews Odisha.