୩୦% ଅଧିକ ବର୍ଷା, ଅଗଷ୍ଟରେ ୨୨ ଦିନ ଅତ୍ୟଧିକ ବର୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟରେ ଗତ ବର୍ଷ ତୁଳନାରେ ଅତ୍ୟଧିକ ବର୍ଷା ହୋଇଛି । ଅର୍ଥାତ୍ ଚରମ ସ୍ତରର ବର୍ଷା । ଗତ ବର୍ଷ ଅଗଷ୍ଟର ୩୧ ଦିନ ମଧ୍ୟରୁ ୧୭ ଦିନ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୨ ଦିନ ରହିଛି । ଅର୍ଥାତ୍ ବର୍ଷା ହୋଇଥିବା ଦିନ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନର ସୂଚନାରୁ ଏହା ସାମନାକୁ ଆସିଛି । ୨୦୨୪ ଅଗଷ୍ଟ ୧ରୁ ୩୧ ମଧ୍ୟରେ ତିନି ଦିନ ଗୁଜରାଟ, ତ୍ରିପୁରା ଏବଂ ରାଜସ୍ଥାନର ତିନି ଷ୍ଟେସନରେ ଅସାଧାରଣ ବର୍ଷା ହୋଇଛି ।ଅଗଷ୍ଟ ୧୦ରେ ରାଜସ୍ଥାନରେ ୨୪ ଘଣ୍ଟାରେ ୩୮୦ ମିଲିମିଟର ବର୍ଷା ହୋଇଛି । ହାରାହାରି ବର୍ଷା ୩୨୯ ମିଲିମିଟର ରହିଛି ।ଅଗଷ୍ଟ ୨୧ରେ ଦକ୍ଷିଣ ତ୍ରିପୁରାର ବାଗାଫା ଷ୍ଟେସନରେ ୪୯୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ଅଗଷ୍ଟ ୨୭ରେ ଗୁଜରାଟର ଦ୍ୱାରକା ଖମ୍ଭଲିଆ ଷ୍ଟେସନରେ ୪୩୦ ମିଲିମିଟର ଏବଂ ଜାମନଗର ଷ୍ଟେସନରେ ୩୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ପାଣିପାଗ ବିଭାଗ ଅନୁସାରେ, ଯଦି କୌଣସି କ୍ଷେତ୍ରରେ ୨୪ ଘଣ୍ଟାରେ ୨୦୪.୫ ମିଲିମିଟର କିମ୍ୱା ତା’ଠାରୁ ଅଧିକ ବର୍ଷ ହୁଏ, ତେବେ ତାହାକୁ ଅତ୍ୟଧିକ ବର୍ଷା ବୋଲି ଧରାଯାଏ । ସେହିପରି ଯଦି କୌଣସି ଷ୍ଟେସନରେ ଦୈନିକ ବର୍ଷା ସେହି ମାସ କିମ୍ୱା ମୌସୁମୀ ପାଇଁ ସବୁଠୁ ଅଧିକ ରେକର୍ଡ କରାଯାଏ, ତେବେ ତାହାକୁ ଅସାଧାରଣ ରୂପେ ବଡ଼ ବର୍ଷା କୁହାଯାଏ । ଆଜ୍‌ତକ୍ ରିପୋର୍ଟ ଅନୁସାରେ ଅତ୍ୟଧିକ ବର୍ଷାକୁ ତିନ

୩୦% ଅଧିକ ବର୍ଷା, ଅଗଷ୍ଟରେ ୨୨ ଦିନ ଅତ୍ୟଧିକ ବର୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟରେ ଗତ ବର୍ଷ ତୁଳନାରେ ଅତ୍ୟଧିକ ବର୍ଷା ହୋଇଛି । ଅର୍ଥାତ୍ ଚରମ ସ୍ତରର ବର୍ଷା । ଗତ ବର୍ଷ ଅଗଷ୍ଟର ୩୧ ଦିନ ମଧ୍ୟରୁ ୧୭ ଦିନ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୨ ଦିନ ରହିଛି । ଅର୍ଥାତ୍ ବର୍ଷା ହୋଇଥିବା ଦିନ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନର ସୂଚନାରୁ ଏହା ସାମନାକୁ ଆସିଛି । 

୨୦୨୪ ଅଗଷ୍ଟ ୧ରୁ ୩୧ ମଧ୍ୟରେ ତିନି ଦିନ ଗୁଜରାଟ, ତ୍ରିପୁରା ଏବଂ ରାଜସ୍ଥାନର ତିନି ଷ୍ଟେସନରେ ଅସାଧାରଣ ବର୍ଷା ହୋଇଛି ।

  • ଅଗଷ୍ଟ ୧୦ରେ ରାଜସ୍ଥାନରେ ୨୪ ଘଣ୍ଟାରେ ୩୮୦ ମିଲିମିଟର ବର୍ଷା ହୋଇଛି । ହାରାହାରି ବର୍ଷା ୩୨୯ ମିଲିମିଟର ରହିଛି ।
  • ଅଗଷ୍ଟ ୨୧ରେ ଦକ୍ଷିଣ ତ୍ରିପୁରାର ବାଗାଫା ଷ୍ଟେସନରେ ୪୯୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
  • ଅଗଷ୍ଟ ୨୭ରେ ଗୁଜରାଟର ଦ୍ୱାରକା ଖମ୍ଭଲିଆ ଷ୍ଟେସନରେ ୪୩୦ ମିଲିମିଟର ଏବଂ ଜାମନଗର ଷ୍ଟେସନରେ ୩୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ଅନୁସାରେ, ଯଦି କୌଣସି କ୍ଷେତ୍ରରେ ୨୪ ଘଣ୍ଟାରେ ୨୦୪.୫ ମିଲିମିଟର କିମ୍ୱା ତା’ଠାରୁ ଅଧିକ ବର୍ଷ ହୁଏ, ତେବେ ତାହାକୁ ଅତ୍ୟଧିକ ବର୍ଷା ବୋଲି ଧରାଯାଏ । ସେହିପରି ଯଦି କୌଣସି ଷ୍ଟେସନରେ ଦୈନିକ ବର୍ଷା ସେହି ମାସ କିମ୍ୱା ମୌସୁମୀ ପାଇଁ ସବୁଠୁ ଅଧିକ ରେକର୍ଡ କରାଯାଏ, ତେବେ ତାହାକୁ ଅସାଧାରଣ ରୂପେ ବଡ଼ ବର୍ଷା କୁହାଯାଏ । 

ଆଜ୍‌ତକ୍ ରିପୋର୍ଟ ଅନୁସାରେ ଅତ୍ୟଧିକ ବର୍ଷାକୁ ତିନୋଟି ସ୍ତରରେ ଭାଗ କରାଯାଇଛି । ୨୪ ଘଣ୍ଟାରେ ୨୧୦ରୁ ୩୦୦ ମିଲିମିଟର, ୩୦୧ରୁ ୪୦୦ ମିଲିମିଟର ଏବଂ ୪୦୦ ମିଲିମିଟରରୁ ଅଧିକ । ଦେଶର ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧୧୭ ୱେଦର ଷ୍ଟେସନ ରହିଛି, ଯେଉଁଠି ୨୪ ଘଣ୍ଟାରେ ୨୧୦ରୁ ୩୦୦ ମିଲିମିଟର ଯାଏ ବର୍ଷା ହୋଇଛି । ଗୁଜରାଟ, ମେଘାଳୟ, ରାଜସ୍ଥାନ, ତେଲଙ୍ଗାନା ଏବଂ ତ୍ରିପୁରାରେ ୩୪ ୱେଦର ଷ୍ଟେସନ ଏପରି ରହିଛି ଯେଉଁଠି ୩୧୦ରୁ ୪୦୦ ମିଲିମିଟର ଯାଏ ବର୍ଷା ରେକର୍ଡ ହୋଇଛି ।