୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଶେଷ ହୋଇଛି ଏବଂ ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ଏ ପର୍ଯ୍ୟନ୍ତ ହୋଇ ନାହିଁ। ଏହାପୂର୍ବରୁ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ, ତେବେ ପ୍ରଥମ ୮୦ ଦିନରେ ୩୦ ଲକ୍ଷ ସରକାରୀ ଚାକିରି ଦିଆଯିବ। ସୋସିଆଲ […] The post ୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା appeared first on Dharitri Odia News.

୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଶେଷ ହୋଇଛି ଏବଂ ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ଏ ପର୍ଯ୍ୟନ୍ତ ହୋଇ ନାହିଁ। ଏହାପୂର୍ବରୁ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସେ, ତେବେ ପ୍ରଥମ ୮୦ ଦିନରେ ୩୦ ଲକ୍ଷ ସରକାରୀ ଚାକିରି ଦିଆଯିବ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଶେୟାର କରି ରାହୁଲ କହିଛନ୍ତି, ୪ ଜୁନ୍‌ରେ କଂଗ୍ରେସ ସରକାର ଗଢିବାକୁ ଯାଉଛି। ଆଉ ଆମର ଗ୍ୟାରେଣ୍ଟି ହେଉଛି କି ଅଗଷ୍ଟ ୧୫ ପର୍ଯ୍ୟନ୍ତ ୩୦ ଲକ୍ଷ ସରକାରୀ ପଦ ପାଇଁ ଭର୍ତ୍ତି କରିବା କାର୍ଯ୍ୟ ଆରମ୍ଭ ହୋଇଯିବ। ନରେନ୍ଦ୍ର ମୋଦିଙ୍କ ମିଥ୍ୟା ପ୍ରଚାର ଦ୍ୱାରା ବିଚଳିତ ହୁଅନ୍ତୁ ନାହିଁ।

The post ୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା appeared first on Dharitri Odia News.