୩୦ଲକ୍ଷ କୋଟି ଟଙ୍କା ସ୍ୱାହା! ହେଲେ ରାହୁଲ ଗାନ୍ଧିଙ୍କୁ ମିଳିଛି ୧୫ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ ୭।୬: ଶେୟାର ବଜାରରେ ଜୁନ ୪ ତାରିଖର ବଡ଼ ହ୍ରାସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ସେ କହିଛନ୍ତି ଯେ ଏହି ହ୍ରାସ ଯୋଗୁ ଲୋକଙ୍କ ୩୦ ଲକ୍ଷ କୋଟି ଟଙ୍କା ସ୍ୱାହା ହୋଇଯାଇଛି। ହେଲେ ସେୟାର ବଜାରରେ ରାହୁଲଙ୍କ ଲାଗିଥିବା ପଇସା ଉପରେ ସାମାନ୍ୟତମ ଆଞ୍ଚ ଆସି ନାହିଁ। ତାଙ୍କ ପୋର୍ଟଫୋଲିଓରେ ସାମିଲ କିଛି ଷ୍ଟକ୍ସ ୪ ଜୁନର ବଡ଼ ହ୍ରାସ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେବି ତାଙ୍କର କିଛି ସେୟାରରେ ୩ରୁ ୫ ପ୍ରତିଶତ ହ୍ରାସ ହୋଇଛି। ନିର୍ବାଚନ ଆଫିଡେଭିଟରେ ରାହୁଲ ସେୟାର ବଜାରରେ ମୋଟା ରକମର ନିବେଶ କରିଥିବା ସୂଚିତ କରିଛନ୍ତି। ସେ ୪୩୩୬୦୫୧୯ ଟଙ୍କା ବଜାରରେ ନିବେଶ କରିଛନ୍ତି। ତାଙ୍କ ପୋର୍ଟଫୋଲିଓ ରେ ଅନେକ ନାମୀ କମ୍ପାନୀଙ୍କ ସେୟାର ରହିଛି। ଜୁନ ୪ ତାରିଖ ଦିନ ନିଫ୍ଟି ଓ ସେନସେକ୍ସରେ ପାଖାପାଖି ୮ ପ୍ରତିଶତ ହ୍ରାସ ହୋଇଥିଲା। ଏଥିରେ ସରକାରୀ କମ୍ପାନୀମାନଙ୍କ ସେୟାର ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା। ଏହି ସେୟାରଗୁଡିକ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲେ। ଏଥିରୁ କିଛି ସେୟାରରେ ପରେ ରିକଭରି ମଧ୍ୟ ହୋଇଛି।   ଯେଉଁଗୁଡିକ ହ୍ରାସ ହୋଇଥିଲା ସେ ଗୁଡିକ ମଧ୍ୟ ବୃଦ୍ଧି ହେବା ଆରମ୍ଭ କରିଛି। ରାହୁଲ ଗାନ୍ଧିଙ୍କ ପୋର୍ଟଫୋଲିଓରେ ୨୫ଟି ସେୟାର ଅଛନ୍ତି। ଏଥିରେ ପିଡଲାଇଟ୍ ଇଣ୍ଡଷ୍ଟ୍ରିଜ, ବଜାଜ ଫାଇନାନ୍ସ, ନେସ୍ଲେ ଇଣ୍ଡିଆ, ଆଇଟିସି, ହିନ୍ଦୁସ୍ତାନ ୟୁନିଲିଭ

୩୦ଲକ୍ଷ କୋଟି ଟଙ୍କା ସ୍ୱାହା! ହେଲେ ରାହୁଲ ଗାନ୍ଧିଙ୍କୁ ମିଳିଛି ୧୫ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ ୭।୬: ଶେୟାର ବଜାରରେ ଜୁନ ୪ ତାରିଖର ବଡ଼ ହ୍ରାସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ସେ କହିଛନ୍ତି ଯେ ଏହି ହ୍ରାସ ଯୋଗୁ ଲୋକଙ୍କ ୩୦ ଲକ୍ଷ କୋଟି ଟଙ୍କା ସ୍ୱାହା ହୋଇଯାଇଛି। ହେଲେ ସେୟାର ବଜାରରେ ରାହୁଲଙ୍କ ଲାଗିଥିବା ପଇସା ଉପରେ ସାମାନ୍ୟତମ ଆଞ୍ଚ ଆସି ନାହିଁ। ତାଙ୍କ ପୋର୍ଟଫୋଲିଓରେ ସାମିଲ କିଛି ଷ୍ଟକ୍ସ ୪ ଜୁନର ବଡ଼ ହ୍ରାସ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେବି ତାଙ୍କର କିଛି ସେୟାରରେ ୩ରୁ ୫ ପ୍ରତିଶତ ହ୍ରାସ ହୋଇଛି। 

ନିର୍ବାଚନ ଆଫିଡେଭିଟରେ ରାହୁଲ ସେୟାର ବଜାରରେ ମୋଟା ରକମର ନିବେଶ କରିଥିବା ସୂଚିତ କରିଛନ୍ତି। ସେ ୪୩୩୬୦୫୧୯ ଟଙ୍କା ବଜାରରେ ନିବେଶ କରିଛନ୍ତି। ତାଙ୍କ ପୋର୍ଟଫୋଲିଓ ରେ ଅନେକ ନାମୀ କମ୍ପାନୀଙ୍କ ସେୟାର ରହିଛି। ଜୁନ ୪ ତାରିଖ ଦିନ ନିଫ୍ଟି ଓ ସେନସେକ୍ସରେ ପାଖାପାଖି ୮ ପ୍ରତିଶତ ହ୍ରାସ ହୋଇଥିଲା। ଏଥିରେ ସରକାରୀ କମ୍ପାନୀମାନଙ୍କ ସେୟାର ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା। ଏହି ସେୟାରଗୁଡିକ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିଲେ। ଏଥିରୁ କିଛି ସେୟାରରେ ପରେ ରିକଭରି ମଧ୍ୟ ହୋଇଛି।   ଯେଉଁଗୁଡିକ ହ୍ରାସ ହୋଇଥିଲା ସେ ଗୁଡିକ ମଧ୍ୟ ବୃଦ୍ଧି ହେବା ଆରମ୍ଭ କରିଛି। 

ରାହୁଲ ଗାନ୍ଧିଙ୍କ ପୋର୍ଟଫୋଲିଓରେ ୨୫ଟି ସେୟାର ଅଛନ୍ତି। ଏଥିରେ ପିଡଲାଇଟ୍ ଇଣ୍ଡଷ୍ଟ୍ରିଜ, ବଜାଜ ଫାଇନାନ୍ସ, ନେସ୍ଲେ ଇଣ୍ଡିଆ, ଆଇଟିସି, ହିନ୍ଦୁସ୍ତାନ ୟୁନିଲିଭର, ଟାଇଟନ କମ୍ପାନୀ ଆଦି ସେୟାର ରହିଛି। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଜୁନ ୪ ତାରିଖ ଦିନ ସେୟାର ମାର୍କେଟରେ ଯେଉଁ ହ୍ରାସ ଦେଖାଯାଇଥିଲା, ସେଦିନ ରାହୁଲ ଗାନ୍ଧିଙ୍କ ପୋର୍ଟଫୋଲିଓ ସେୟାର ଉପରେ ସେପରି କୌଣସି ପ୍ରଭାବ ପଡିନଥିଲା।  ବିଜନେସ୍ ଟୁଡେ ରିପୋର୍ଟ ଅନୁସାରେ ବଜାରରେ ହୋଇଥିବା ହ୍ରାସ ପରେ ରାହୁଲ ଗାନ୍ଧିଙ୍କ ପୋର୍ଟଫୋଲିଓରେ ୩.୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଥିଲା। ଏଥିରେ ୪୩୩୬୦୫୧୯ ମୂଲ୍ୟର ପୋର୍ଟଫୋଲିଓରେ ୧୫ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିଥିଲା। 

ଜୁନ ୪ ତାରିଖର ହ୍ରାସ ପରେ ଜୁନ ୫,୬ ଓ ୭ ତାରିଖରେ ଲଗାତାର ରାହୁଲ ଗାନ୍ଧିଙ୍କ ପୋର୍ଟଫୋଲିଓ ସେୟାରରେ ବୃଦ୍ଧି ଜାରି ରହିଛି। ଏହି ସମୟରେ ଆଇଟିସି ସେୟାରରେ ୪ ପ୍ରତିଶତ, ପିଡିଲାଇଟ୍ ଇଣ୍ଡଷ୍ଟ୍ରିଜ୍ ସେୟାରରେ ୩ ପ୍ରତିଶତ, ବଜାଜ ଫାଇନାନ୍ସ ସେୟାରରେ ୯ ପ୍ରତିଶତ, ଡିଭିଜ୍ ଲ୍ୟାବ୍ ସେୟାରରେ ୫ ପ୍ରତିଶତ ଓ ଟାଇଟନ ସେୟାରରେ ୫ ପ୍ରତିଶତ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। 

ରାହୁଲ ଗାନ୍ଧି ତାଙ୍କ ନିର୍ବାଚନୀ ଆଫିଡେଭିଟରେ ତାଙ୍କ ସମ୍ପତ୍ତି ଓ ନିବେଶର ବିବରଣୀ ଦେଇଥିଲେ। ଏଥିରେ ସେ ସୂଚିତ କରିଥିଲେ ଯେ ମ୍ୟୁଚୁଆଲ ଫଣ୍ଡରେ ୩,୮୧, ୩୩,୫୭୨ ଟଙ୍କା ନିବେଶ କରିଥିବା ବେଳେ ଗୋଲ୍ଡ ବଣ୍ଡରେ ୧୫,୨୧,୭୪୦ ଟଙ୍କା, ସେୟାର ମାର୍କେଟରେ ୪୩୩୬୦୫୧୯ ଟଙ୍କା, ପିପିଏଫ ଆକାଉଣ୍ଟରେ ୬୧,୫୨,୪୨୬ ଟଙ୍କା, ୪,୨୦,୮୫୦ ଟଙ୍କାର ସୁନା ଓ ୯,୨୪,୫୯୨୬୪ଟଙ୍କାର ଚଳନ୍ତି ସମ୍ପତ୍ତି ଥିବାର ସୂଚିତ କରିଥିଲେ। ସେହିପରି ଅଚଳ ସମ୍ପତ୍ତିରେ ୨,୧୦,୧୩୫୯୮ଟଙ୍କାର ଚାଷୋପଯୋଗୀ ଜମି ଓ ୯,୪,୮୯୦୦୦ ଟଙ୍କାର କମର୍ସିଆଲ ପ୍ରପର୍ଟି ଥିବାର ସୂଚିତ କରିଥିଲେ।