୩୪୬ ଯୁଦ୍ଧାସ୍ତ୍ରର ଘରୋଇକରଣ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ: ତାଲିକା ଜାରି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ। ମିସାଇ ଲ୍ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଗନ୍ ସବୁ ଏବେ ସ୍ୱଦେଶୀ। ବିଦେଶରୁ ଆମଦାନୀ ହେଉ ନଥିବାରୁ ଖର୍ଚ୍ଚ ମଧ୍ୟ କମୁଛି। ମଙ୍ଗଳବାର ପୁଣି ୩୪୬ ସାମଗ୍ରୀର ତାଲିକା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହିସବୁ ଯୁଦ୍ଧାସ୍ତ୍ର ତଥା ତତ୍‌ସମ୍ପର୍କିତ ସାମଗ୍ରୀ ଆଉ ବିଦେଶରୁ ଆମଦାନୀ ହେବନାହିଁ। ଘରୋଇ କମ୍ପାନୀ ଠାରୁ ସେନା ଏଗୁଡ଼ିକ କିଣିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ୩୪୬ ପଜିଟିଭ ଇଣ୍ଡେଜେନିୟସ ଲିଷ୍ଟ ଜାରି କରିଛି। ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ଡିପିଏସୟୁ), ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ ପ୍ରଡକ୍ଟସନ (ଡିଡିପି) କେବଳ ଭାରତୀୟ କମ୍ପାନୀମାନଙ୍କଠାରୁ ବିଜ୍ଞାପିତ ୩୪୬ ସାମଗ୍ରୀ କିଣି ପାରିବ। ଏହି ନିଷ୍ପତ୍ତି ଦ୍ୱାରା ପ୍ରତିରକ୍ଷା ମନ୍ତ୍ରଣାଳୟର ଆମଦାନୀରେ ୧୦୪୮ କୋଟି ସଞ୍ଚୟ ହୋଇପାରିବ। ଆମ ଦେଶର ଡିଫେନ୍ସ ପ୍ରଡକ୍ସନକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ସାମଗ୍ରୀ ତାଲିକା ୨୦୨୦ରେ ଲଞ୍ଚ ହୋଇଥିବା ଶ୍ରୀଜନ ଡିଫେନ୍ସ ପୋର୍ଟାଲ୍‌ରେ ଅପଲୋଡ କରାଯାଇଛି। ଏହି ପୋର୍ଟାଲରେ, ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ସର୍ଭିସ୍ ହେଡ୍‌କ୍ୱାର୍ଟର୍ସ (SHQs) ସ୍ୱଦେଶନୀ ନିର୍ମାଣ ପାଇଁ ଘରୋଇ କମ୍ପାନୀକୁ ଡିଫେନ୍ସ ଆଇଟମ ଅଫର କରନ୍ତି। ଏଥିରେ ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ବି ସାମିଲ୍ ରହିଛି। ପ୍ରତିରକ୍ଷା

୩୪୬ ଯୁଦ୍ଧାସ୍ତ୍ରର ଘରୋଇକରଣ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ: ତାଲିକା ଜାରି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ। ମିସାଇ ଲ୍ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଗନ୍ ସବୁ ଏବେ ସ୍ୱଦେଶୀ। ବିଦେଶରୁ ଆମଦାନୀ ହେଉ ନଥିବାରୁ ଖର୍ଚ୍ଚ ମଧ୍ୟ କମୁଛି। ମଙ୍ଗଳବାର ପୁଣି ୩୪୬ ସାମଗ୍ରୀର ତାଲିକା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହିସବୁ ଯୁଦ୍ଧାସ୍ତ୍ର ତଥା ତତ୍‌ସମ୍ପର୍କିତ ସାମଗ୍ରୀ ଆଉ ବିଦେଶରୁ ଆମଦାନୀ ହେବନାହିଁ। ଘରୋଇ କମ୍ପାନୀ ଠାରୁ ସେନା ଏଗୁଡ଼ିକ କିଣିବ। 

ପ୍ରତିରକ୍ଷା ମନ୍ତ୍ରଣାଳୟ ୩୪୬ ପଜିଟିଭ ଇଣ୍ଡେଜେନିୟସ ଲିଷ୍ଟ ଜାରି କରିଛି। ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ଡିପିଏସୟୁ), ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ ପ୍ରଡକ୍ଟସନ (ଡିଡିପି) କେବଳ ଭାରତୀୟ କମ୍ପାନୀମାନଙ୍କଠାରୁ ବିଜ୍ଞାପିତ ୩୪୬ ସାମଗ୍ରୀ କିଣି ପାରିବ। ଏହି ନିଷ୍ପତ୍ତି ଦ୍ୱାରା ପ୍ରତିରକ୍ଷା ମନ୍ତ୍ରଣାଳୟର ଆମଦାନୀରେ ୧୦୪୮ କୋଟି ସଞ୍ଚୟ ହୋଇପାରିବ। ଆମ ଦେଶର ଡିଫେନ୍ସ ପ୍ରଡକ୍ସନକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ସାମଗ୍ରୀ ତାଲିକା ୨୦୨୦ରେ ଲଞ୍ଚ ହୋଇଥିବା ଶ୍ରୀଜନ ଡିଫେନ୍ସ ପୋର୍ଟାଲ୍‌ରେ ଅପଲୋଡ କରାଯାଇଛି। 

ଏହି ପୋର୍ଟାଲରେ, ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ, ସର୍ଭିସ୍ ହେଡ୍‌କ୍ୱାର୍ଟର୍ସ (SHQs) ସ୍ୱଦେଶନୀ ନିର୍ମାଣ ପାଇଁ ଘରୋଇ କମ୍ପାନୀକୁ ଡିଫେନ୍ସ ଆଇଟମ ଅଫର କରନ୍ତି। ଏଥିରେ ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ବି ସାମିଲ୍ ରହିଛି। ପ୍ରତିରକ୍ଷା କ୍ଷେତ୍ରରେ ଏଭଳି ଘରୋଇ କରଣକୁ ନେଇ ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତର ପ୍ରୋତ୍ସାହନ ପାଇଁ ପ୍ରତିରକ୍ଷା ସାମଗ୍ରୀର ସ୍ୱଦେଶୀକରଣ ପାଇଁ ଉତ୍କୃଷ୍ଟ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳକୁ ଭିଜନକୁ ସାକାର କରିବାକୁ ଲାଗିପଡ଼ିଛନ୍ତି। 

ତେବେ ସ୍ୱେଦେଶୀ ନିର୍ମାଣ ପାଇଁ ଯେଉଁ ୩୦୦ରୁ ଅଧିକ ଯୁଦ୍ଧାସ୍ତ୍ର ଓ ସାମଗ୍ରୀ ଜାରି କରାଯାଇଛି ଏହାକୁ ନିର୍ମାଣ କରିବାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ଭରତ ଡାଇନାମିକ୍ସ ଲିମିଟେଡ୍, ବିଏମ୍ଏଲ୍, ଇଣ୍ଡିଆ ଅପ୍ଟେଲ୍ ଲିମିଟେଡ୍, ମଝଗାଁଓ ଡକ୍ ସିପିୟାର୍ଡ, ଗୋଆ ସିପୟାର୍ଡ, ଗ୍ରାର୍ଡନ ରିଚ୍ ସିପ୍ ବିଲଡର୍ସ ଏବଂ ଇଞ୍ଜିନିୟର୍ସ ଏବଂ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡ୍ ଆଦି କମ୍ପାନୀ ଭାଗ ନେବେ।
ଏହାପୂର୍ବରୁ, ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ପାଇଁ ଜାରି କରାଯାଇଥିବା ୪୬୬୬ ଟି ଆଇଟମ୍ ମଧ୍ୟରୁ ଚାରୋଟି ପଜେଟିଭ ସ୍ୱଦେଶୀକରଣ ତାଲିକା ଜାରି କରାଯାଇଥିଲା। ସେଥିମଧ୍ୟରୁ ୨୯୭୨ ଆଇଟମ୍ ଆମଦାନୀ ବନ୍ଦ ହୋଇଛି। ଯାହା ୩୪୦୦ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀର ସ୍ୱଦେଶୀକରଣରେ ସହାୟକ ହୋଇଛି। 

ଜୁନ୍ ୨୦୨୪ ସୁଦ୍ଧା ପ୍ରତିରକ୍ଷା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଏବଂ ସର୍ଭିସେସ୍ ହେଡ୍‌କ୍ୱାଟର୍ସ ଦ୍ୱାରା ସ୍ୱଦେଶୀ ଉତ୍ପାଦନ ପାଇଁ ୩୬,୦୦୦ ଡିଫେନ୍ସ ଆଇଟମ୍‌ର ଅଫର ଦିଆଯାଇଛି। ସେଥିମଧ୍ୟରୁ ତିନି ବର୍ଷ ମଧ୍ୟରେ ୧୨,୩୦୦ ଆଇଟମ୍ ସ୍ୱଦେଶୀକରଣ ହୋଇଛି। ଫଳରେ ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଘରୋଇ ଭେଣ୍ଡରଙ୍କୁ ୭୫୭୨ କୋଟି ଟଙ୍କାର ଅର୍ଡର ଜାରି କରାଯାଇଛି।