୩୫ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି ବିଜେପି, ଏମାନଙ୍କୁ ମିଳିବ କି ଟିକେଟ

ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ୭୨ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ବିଧାନସଭା କିମ୍ବା ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ସକ୍ଷମ ହୋଇନି ।

୩୫ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି ବିଜେପି, ଏମାନଙ୍କୁ ମିଳିବ କି ଟିକେଟ

ସାଧାରଣ ନିର୍ବାଚନ ପାଇଁ ବିଜେପି ଆଜି ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୧୨ଟିରେ ଦଳ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି ଓ ଏହି ଆସନଗୁଡ଼ିକରେ କେଉଁମାନେ ଟିକେଟ ପାଇବାକୁ ଦାବିଦାର ଅଛନ୍ତି?

ଯେଉଁ ୩୫ଟି ବିଧାନସଭା ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ସେଗୁଡ଼ିକ ହେଲା- ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର,କରଞ୍ଜିଆ, ବାଙ୍ଗିରିପୋଷି, ଭୋଗରାଇ, ବସ୍ତା, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ଝରିଗାଁ, ଡାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ ଚିତ୍ରକୋଣ୍ଡା।

ଯେଉଁ ଆସନଗୁଡ଼ିକରେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନି ସେଥିପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଦୌଡ଼ରେ ଦିଲ୍ଲୀପ ରାୟ, ଦେବାଶିଷ ନାୟକ, ଅନୁଭବ ମହାନ୍ତି, ପ୍ରଶାନ୍ତ ଜଗଦେବ, ଅରନ୍ଦିମ ରାୟ,ପ୍ରେମାନନ୍ଦ ନାଏକ, ସନାତନ ମହାକୁଡ଼ ଓ ବାଣୀକଲ୍ୟାଣ ମହାନ୍ତି ପ୍ରମୁଖ ରହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ୭୨ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ବିଧାନସଭା କିମ୍ବା ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ସକ୍ଷମ ହୋଇନି । ଯଦିଓ ଦଳ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଗତ ଅଗଷ୍ଟ ମାସରୁ କହି ହେଉଛି ।